IBN ଓଡ଼ିଶା ଏକ୍ସକ୍ଲୁସିଭ୍

Diabetes ରୋଗୀଙ୍କ ଖାଦ୍ୟ ତାଲିକା, ଜାଣନ୍ତି କଣ ଖାଇବେ ଓ କଣ ଖାଇବେନି, ଦେଖନ୍ତୁ ଏନେଇ କଣ କୁହନ୍ତି Dr

ନମସ୍କାର ବନ୍ଧୁଗଣ ତେବେ ଡାଇବେଟିସ ଏକ ରୋଗ ନୁହେଁ । ତେବେ ଏହା ସାଧାରଣତଃ ମଣିଷ ଯେତେବେଳେ ନିଜର ଶରୀରର ଠିକ ଭାବରେ ଯତ୍ନ ନେଇ ନ ଥାଏ, ସେତେବେଳେ ସେ ଡାଇବେଟିସ ବା ମଧୁମେହ ଭଳି ରୋଗ ର ସମ୍ମୁଖୀନ କରିଥାଏ । ପ୍ରତିବର୍ଷ ନଭେମ୍ବର ମାସ ୧୪ ତାରିଖକୁ ବିଶ୍ଵ ମଧୁମେହ ଦିବସ ରୂପେ ମଧ୍ୟ ପାଳନ କରାଯାଏ । ଏହି ରୋଗ ବାବଦରେ ଜନ ସଚେତନତା ସୃଷ୍ଟି କରିବା ହିଁ ଏହି ଦିବସ ର ମୂଳ ଲକ୍ଷ ।

ତେବେ ସମଗ୍ର ବିଶ୍ବରେ ମଧୁମେହ ରୋଗ ଏକ ଜଟିଳ ସମସ୍ଯା ରୂପେ ଦେଖିବାକୁ ମିଳୁଛି । ଏହି ରୋଗରୁ ସଂପୂର୍ଣ୍ଣ ଭାବରେ ସୁସ୍ଥ ହେବା ଏକ ପ୍ରକାରର ଅସମ୍ଭବ ହୋଇଥାଏ ।  ବନ୍ଧୁଗଣ ଯଦି ଆପଣ ଏହାକୁ ନିୟନ୍ତ୍ରଣ କରି ରଖିଥାନ୍ତି, ତେବେ ଆପଣ ବିଭିନ୍ନ ଦୂରାରୋଗ୍ୟରୁ ରକ୍ଷା ପାଇ ପାରିବେ ।

ତେଣୁ ଡାଇବେଟିସ ରୋଗୀକୁ ନିଜ ଖାଦ୍ଯ ପେୟ ଉପରେ ଠିକ ଭାବରେ ନିୟନ୍ତ୍ରଣ ରଖିବା ଆବଶ୍ୟକ ।  ବନ୍ଧୁଗଣ ଡାଇବେଟିସ ମୁଖ୍ଯତଃ ୩ ପ୍ରକାରର ହେବାର ଦେଖା ଯାଇଥାଏ । ଟାଇପ୧ ରେ ରୋଗୀ ମାନେ ସଂପୂର୍ଣ୍ଣ ରୂପରେ ଇନସୁଲିନ ଉପରେ ନିର୍ଭର ହୋଇ ରହିଥାନ୍ତି ।

ତେବେ ତାହାଛଡା ଏହି ଟାଇପ ର ରୋଗୀ ମାନଙ୍କୁ କୌଣସି ପ୍ରକାରର ଔଷଧ ମାନ ମଧ୍ୟ ଦିଆଯାଇନଥାଏ । ଏହି ଟାଇପ ର ରୋଗୀ ମାନେ ସକାଳ ରୁ ରାତି ପର୍ଯ୍ୟନ୍ତ ପ୍ରତି ଦୁଇ ଘଣ୍ଟା କୁ ଥରେ ଅଳ୍ପ ଅଳ୍ପ କରି କିଛି ଖାଇବା ଦରକାର । ଏବଂ ସେହି ଖାଦ୍ୟ ଗୁଡିକ ମଧ୍ୟ ଶରୀରକୁ ପୋଷଣ ପ୍ରଦାନ କରୁଥିବା ଭଳି ହୋଇଥିବା ଦରକାର ।   ଏହାଛଡା ଟାଇପ ୨ ରେ ରୋଗୀ ମାନେ ଉଭୟ ଇନସୁଲିନ ଓ ଔଷଧ ଉପରେ ନିଭର କରି ରହିଥାନ୍ତି ।

ତାହା ଛଡା ଏହି ଟାଇପ ର ରୋଗୀ ମାନଙ୍କୁ ସମୟରେ ଖାଇବା ଦରକାର ଓ ସମୟରେ ଶୋଇବା ମଧ୍ୟ ଦରକାର । ତାହାସହ କିଛି ବିଶେଷ ଜିନିଷ ଉପରେ ମଧ୍ୟ ଗୁରୁତ୍ଵ ଦେବାକୁ ପଡିଥାଏ । ଯେପରିକି ଖାଦ୍ୟ ଖାଇବା ର ୧ ଘଣ୍ଟା ମଧ୍ୟରେ ଔଷଧ ମଧ୍ୟ ଖାଇ ଦେବା ଦରକାର । ତାହାସହ ପ୍ରତ୍ଯେକ ଡାଲି ଜାତୀୟ ଖାଦ୍ୟ ଗୁଡିକ ମଧ୍ୟ ଖାଇବା ଆବଶ୍ୟକ, ଓ ନାଲି ଚୂଡା, ଗଜା ମୁଗ ଆଦି ମଧ୍ୟ ଖାଇବା ଆବଶ୍ୟକ । ତେଣୁ ଖାଦ୍ୟ ତାଲିକା ରେ ମଧ୍ୟ ସମସ୍ତ ଭିଟାମିନ ଯୁକ୍ତ ଖାଦ୍ଯ ରଖି ସେଗୁଡିକର ସେବନ କରାଯିବା ଉଚିତ୍ ।

ତେବେ ଅନ୍ୟ ଟି ହେଉଛି ରେସେସନାଲ ଡାଇବେଟିସ । ଯାହାକି ପ୍ରାୟତଃ ଗର୍ଭ ଧାରଣ କରିଥିବା ମହିଳାଙ୍କ ଠାରେ ହେବାର ଦେଖା ଯାଇଥାଏ । କାରଣ ଯେଉଁ ମାନଙ୍କର ବାପା ମା ଉଭୟ ଡାଇବେଟିସ ରୋଗୀ ହୋଇଥାନ୍ତି, ସେହି କ୍ଷେତ୍ରରେ ପ୍ରାୟତଃ ସେହି ଶିଶୁ କୁ ମଧ୍ୟ ବଂଶାନୁସାରେ ଡାଇବେଟିସ ହେବାର ଦେଖା ଯାଇଥାଏ ।  ପ୍ରତି ରୋଗୀ ମାନଙ୍କ ପାଇଁ ଏକ ବାଲାନ୍ସ ଡାଏଟ ରଖାଯିବା ଆବଶ୍ୟକ । ତାହାସହ ରୋଗୀ ଙ୍କୁ ପ୍ରତି ଦୁଇ ଘଣ୍ଟା ରେ କିଛି କିଛି ଖାଦ୍ଯ ଖାଇବା ଆବଶ୍ୟକ ।

ତେବେ ଭାତ କମ ଖାଇବା ଉଚିତ୍ । ତାହାସହ ପ୍ରତିଦିନ କିଛି କିଛି ମିକ୍ସ ପନି ପରିବା, ସ୍ଯାଲାଡ, ଚୋପା ଲଗା ଡାଲି, ଦହି ମଧ୍ୟ ଖାଇବା ଉଚିତ । ଆମିଷ ମଧ୍ୟରେ ପ୍ରାୟତଃ ସବୁ ଖାଇ ପାରିବେ । କିନ୍ତୁ ମଟନ ଖାଇବା ଉଚିତ ନୁହେଁ । ରାତିରେ ଖୁବ କମ ଖାଇବା ଉଚିତ ଓ ତାହାସହ ଶୀଘ୍ର ଖାଇବା ଉଚିତ । ତାହାସହ କ୍ଷୀର ବା ଛେନା ମଧ୍ୟ ରାତିରେ ଖାଇବା ଉଚିତ । ତାହାସହ ପ୍ରତିଦିନ ବ୍ୟାୟାମ ମଧ୍ୟ କରାଯିବା ଉଚିତ ।
ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button