ଜୀବନରେ ସବୁବେଳେ ଖୁସିରେ ରହିବେ, ବାଜ ପକ୍ଷୀର ଏହି 3 ଟି କଥା ମନେ ରଖନ୍ତୁ : Best Motivational Tips
କୁହାଯାଇ ଥାଏ କି ଭିଡ ଠାରୁ ସବୁବେଳେ ସତର୍କତା ରହିବାର ଆବଶ୍ୟକତା ଅଛି । ହେଲେ କିନ୍ତୁ କାହିଁକି ? କାରଣ ଏହି ଭିଡ଼ ହିଁ ଅଟେ, ଯିଏ ଆପଣଙ୍କ ସକାରାତ୍ମକ ଦୃଷ୍ଟିକୋଣ କୁ ନକରାତ୍ମକତା ରେ ପରିଣତ କରିଦିଏ । ସେଥିପାଇଁ ଭିଡ଼ ର ନୁହେଁ, ନିଜ ବୁଦ୍ଧି ର ବ୍ୟବହାର କରନ୍ତୁ । ବୁଦ୍ଧି ଦ୍ଵାରା ପଇସା ରୋଜଗାର କରିହୁଏ, କିନ୍ତୁ ପଇସା ଦ୍ଵାରା ବୁଦ୍ଧି ରୋଜଗାର କରି ହୁଏ ନାହିଁ । ଆପଣ ଙ୍କର ଜ୍ଞାନ ହିଁ ଆପଣଙ୍କର ସବୁଠାରୁ ବଡ ସମ୍ପତି ।
ମୁଣ୍ଡ ନୂଆଁଇବା ବହୁତ ହିଁ ଭଲ କଥା, କାରଣ ଏହା ନମ୍ରତା ର ପ୍ରତୀକ ଅଟେ । କିନ୍ତୁ ନିଜର ଆତ୍ମସମ୍ମାନ କୁ ହରେଈ ଯଦି ଆପଣ ଅନ୍ୟାୟ ଆଗରେ ମୁଣ୍ଡ ନୁଆନ୍ତି, ତେବେ ଆପଣ ମଧ୍ୟ ପାପ ହିଁ କରନ୍ତି ଓ ଅନ୍ୟାୟ କରନ୍ତି । କାରଣ ଅନ୍ୟାୟ କରିବା ଯେତିକି ପାପ, ତାକୁ ସହିବା ତା ଠାରୁ ବହୁତ ବଡ ପାପ ଅଟେ ।
କେବେ ମଧ୍ୟ କାହାକୁ ନିଜର ଆତ୍ମସମ୍ମାନ ସହିତ ଖେଳିବାକୁ ଦିଅନ୍ତୁ ନାହିଁ । ଜୀବନ ର ପ୍ରକୃତ ମହତ୍ଵ ଦୁଇ ଜଣ ଲୋକ ହିଁ ବୁଝିଥାନ୍ତି, ପ୍ରଥମେ ଯେଉଁ ମାନଙ୍କର ବୟସ ଅଧିକ ଏବଂ ଦ୍ଵିତୀୟ ରେ ଯେଉଁ ମାନେ କମ ବୟସ ରୁ ହିଁ ଜୀବନ ର ଭିନ୍ନ ଭିନ୍ନ ସ୍ତର କୁ ଦେଖିଛନ୍ତି ।
ପାଣି ରେ ବୁଡିବା ଦ୍ଵାରା କାହାର ମୃତ୍ୟୁ ହୋଇ ନଥାଏ, ପନୟ କୁ ତୁଛାଟାରେ ବଦନାମ କରାଯାଇଥାଏ । ମୃତ୍ୟୁ ତ’ ସେତେବେଳେ ହୁଏ, ଯେତେବେଳେ ବୁଡିବା ଲୋକ କୁ ପହଁରିବା ଆସି ନଥାଏ । ଖରାପ ପରିସ୍ଥିତି ଆମ ଜୀବନ ର ସମସ୍ଯା ହୋଇ ନଥାଏ । ସମସ୍ଯା ତ’ ସେତେବେଳେ ହୋଇଥାଏ ।
ଯେତେବେଳେ ଆମେ ସେ ସମସ୍ଯା କୁ ସାଧନ କରିବାକୁ ବିଫଳ ହୋଇଥାଉ । ଜୀବନ ସେତେବେଳେ କଠିନ ଲାଗିବାକୁ ଲାଗେ, ଯେତେବେଳେ ଆମେ ନିଜକୁ ପରିବର୍ତ୍ତନ କରିବା ବଦଳରେ, ପରିସ୍ଥିତି କୁ ପରିବର୍ତ୍ତନ କରିବାରେ ଚେଷ୍ଟା କରିଥାଉ । ଭଗବାନ ସମସ୍ତ ଙ୍କୁ ଗୋଟେ ମାଟି ରେ ହିଁ ଗଢିଛନ୍ତି, ବାସ ଫରକ ଏତିକି ଅଛି କି କେହି କେହି ବାହାରୁ ତ କେହି କେହି ଭିତରୁ ସୁନ୍ଦର ଅଟନ୍ତି ।
ସୌନ୍ଦର୍ଯ୍ୟ ର ପରିଚୟ ଦେଖିବା ବାଲା ଲୋକ ର ଦୃଷ୍ଟିକୋଣ ରେ ହିଁ ଥାଏ । ଜୀବନ ରେ ଆପଣଙ୍କୁ ଉଚିତ ମାର୍ଗ ଦେଖେଇବା ପାଇଁ ଯଦି କେହି ପ୍ରକୃତ ମିତ୍ର ଆପଣ ଙ୍କର ଥାଆନ୍ତି, ତେବେ ସେ ହେଉଛି ଆପଣ ଙ୍କର ଅନୁଭବ । ଏହି ଅନୁଭବ ଭଲ ହୋଇପାରେ ଏବଂ ଖରାପ ବି ହୋଇ ପାରେ । ଭଲ ଅନୁଭବ ସୁଖ ଦେଇଥାଏ ଏବଂ ଖରାପ ଅନୁଭବ ଶିକ୍ଷା ଦେଇଥାଏ ।
ଯେଉଁଠି ଆପଣ ଙ୍କର ସମ୍ମାନ ନାହିଁ, ସେଭଳି ସ୍ଥାନ କୁ ଯାଆନ୍ତୁ ନାହିଁ, ଯିଏ ଆପଣ ଙ୍କ କଥା ଶୁଣୁନି, ତାକୁ ବୁଝାନ୍ତୁ ନାହିଁ । ତେବେ ବନ୍ଧୁଗଣ ଏହି କଥା ଗୁଡିକୁ ପାଳନ କଲେ, ଏହା ଆପଣ ଙ୍କ ଜୀବନରେ ସକାରାତ୍ମକ ଉର୍ଜା ଭରି ଦେବ । ଏହାସହ ଆପଣ ଙ୍କୁ ଏକ ଉଚିତ ମାର୍ଗ ଦେଖେଇବ । ଆପଣଙ୍କୁ ଏହି ପୋଷ୍ଟ ଟି କିପରି ଲାଗିଲା, ତାହା ଆପଣ କମେଣ୍ଟ କରି ଜଣାଇବାକୁ ଭୁଲିବେନି । ଧନ୍ୟବାଦ