IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଥଣ୍ଡା, କାଶ, ବନ୍ଦ ନାକ, ଛାତିରେ କଫ କୁ ଦୂର କରିବାର ଚମତ୍କାରୀ ଘରୋଇ ଉପଚାର, ନିଶ୍ଚୟ ଥରେ କରି ଦେଖନ୍ତୁ…

ବନ୍ଧୁଗଣ ବଦଳୁ ଥିବା ଋତୁ କାରଣ ରୁ ଆପଣ ଙ୍କୁ ଥଣ୍ଡା, ଜ୍ଵର, କାଶ, ବନ୍ଦ ନାକ ତଥା ଛାତି ରେ କଫ ଜନିତ ସମସ୍ୟା ଦେଖିବାକୁ ମିଳିଥାଏ । ଥଣ୍ଡା ଏକ ଏପରି ସମସ୍ୟା ଯାହା ଥରେ ଦେଖାଗଲେ ଅନେକ ପ୍ରକାରର କଷ୍ଟ ଯନ୍ତ୍ରଣା ଭୋଗ କରିବାକୁ ପଡ଼ିଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଏହି ପରି କିଛି ହୋମ ରେମିଡି ଗୁଡ଼ିକୁ ନେଇ କରି ଆସିଛୁ, ଯାହା ସାହାର୍ଯ୍ୟ ରେ ଆପଣ ଘରେ ଥିବା ସାମଗ୍ରୀ ଗୁଡିକ ର ସହାୟତା ରେ ହିଁ ନିଜର ଏହି ଥଣ୍ଡା କାଶ ଓ କଫ ଜନିତ ସମସ୍ଯା ରୁ ନିଜକୁ ମୁକ୍ତ କରି ପାରିବେ ।

ଆଜିର ପ୍ରଥମ ରେମିଡି ଟିକୁ ପ୍ରସ୍ତୁତ କରିବା ପାଇଁ ଆପଣ ସର୍ବ ପ୍ରଥମେ ଏକ ପାତ୍ର ରେ ଦେଢ ଗ୍ଳାସ ପାଣି ନେଇ ଗ୍ଯାସ ରେ ବସାଇ ଦିଅନ୍ତୁ । ବର୍ତ୍ତମାନ ଆପଣ ହେମଦସ୍ତା ରେ ଅଧ ଚାମଚ ଗୋଲମରୀଚ, ଅଧ ଚାମଚ ଜୀରା ଓ ଏକ ଇଞ୍ଚ ର ଏକ ଅଦା ଖଣ୍ଡ କୁ ନେଇ ସେଗୁଡକୁ ଛେଚି ଦିଅନ୍ତୁ ।

ବର୍ତ୍ତମାନ ସେ ସବୁ କୁ ସେହି ପାଣି ରେ ପକାଇ ଭଲ ଭାବରେ ଫୁଟିବାକୁ କିଛି ସମୟ ଛାଡି ଦିଅନ୍ତୁ । ଏହା ଫୁଟି ଫୁଟି ଏକ ଗ୍ଳାସ ହୋଇ ଗଲା ପରେ, ଏହାକୁ ଦୁଇ କପ ରେ ଛାଣି ନିଅନ୍ତୁ । ଏହାପରେ ଆପଣ ଏଥିରେ ଫାଳେ ଲେମ୍ବୁ ରସ କୁ ଦେଇ ଭଲ ଭାବରେ ମିଶାଇ ଦେଇ ଦିଅନ୍ତୁ । ଲେମ୍ବୁ ଗଳା ରେ ଥିବା ଇନଫେକ୍ଶନ କୁ ଦୂର କରିବା ପାଇଁ ଖୁବ ସହାୟକ ହୋଇଥାଏ ।

ବର୍ତ୍ତମାନ ଆପଣ ଏହି ପାଣି କୁ ଦିନରେ ଦୁଇ ଥର ସେବନ କରିବେ । ଏହାକୁ ଆପଣ ଖାଦ୍ୟ ଖାଇବାର ଅଧ ଘଣ୍ଟା ପୂର୍ବରୁ କିମ୍ବା ଅଧ ଘଣ୍ଟା ପରେ ସେବନ କରି ପାରିବେ । ବନ୍ଧୁଗଣ ଯଦି ଆପଣ ଙ୍କୁ ଥଣ୍ଡା, କାଶ ଓ କଫ ଭଳି କିଛି ସମସ୍ଯା ଥାଏ, ତେବେ ଆପଣ ଏହାକୁ ଏକ ଦିନ ସେବନ କରିବା ପରେ ଆପଣ ଦେଖି ପାରିବେ କି ଆପଣ ଙ୍କର ସମସ୍ତ ସମସ୍ଯା ଦୂର ହୋଇଯିବ ।

ଦ୍ଵିତୀୟ ହୋମ ରେମିଡି ଟିକୁ ପ୍ରସ୍ତୁତ କରିବା ପାଇଁ ଆପଣ ଏକ ପାତ୍ର ରେ ଏକ ଚାମଚ ମହୁ ନେଇ ନିଅନ୍ତୁ । ବର୍ତ୍ତମାନ ଏହି ମହୁ ରେ କିଛି ବୁନ୍ଦା ଲେମ୍ବୁ ରସ ଦେଇ ଦିଅନ୍ତୁ । ଏହା ପରେ ସେଥିରେ ଏକ ଚିମୁଟା ଡାଲଚିନି ଗୁଣ୍ଡ ଆପଣ ସେଥିରେ ଦେଇ ଦିଅନ୍ତୁ । ବର୍ତ୍ତମାନ ଏହାକୁ ଗୋଳାଇ ସାରିବା ପରେ ଆପଣ ଙ୍କର ହୋମ ମେଡ କଫ ସିରପ ବନି ପ୍ରସ୍ତୁତ ହୋଇ ଯାଇଛି ।

ବର୍ତମାନ ଆପଣ ଏହାକୁ ପ୍ରତ୍ଯେକ ଦିନ ଦୁଇ ଥର ପ୍ରସ୍ତୁତ କରି ଏକ ଚାମଚ ଲେଖାଁ ସେବନ କରି ପାରିବେ । ବନ୍ଧୁଗଣ ଏହି ସିରପ ର ସେବନ ଦ୍ଵାରା ଆପଣ ଙ୍କର ଥଣ୍ଡା, କାଶ, କଫ ତଥା ବନ୍ଦ ନାକ ଭଳି ସମସ୍ତ ସମସ୍ଯା ଦୂର ହୋଇଯିବ । ଆଜିର ତୃତୀୟ ରେମିଡି ଟି ହେଲା ଆପଣ ଏକ ରସୁଣ ର ପାଖୁଡା କୁ ତାର ଚୋପା ଛଡାଇ ତାହାକୁ ନେଇ ନିଅନ୍ତୁ । ବର୍ତ୍ତମାନ ଏହି ରସୁଣ କୁ ମଝି ରୁ ଦୁଇ ଫାଳ କରି ନିଅନ୍ତୁ ।

ଏହାକୁ ବର୍ତ୍ତମାନ ଆପଣ ଙ୍କୁ ନିଜ ପାଟିର କଳ ରେ ଜାକି ରଖିବାର ଅଛି । ଏହାକୁ ଧୀରେ ଧୀରେ କରି 1 ଘଣ୍ଟା କିମ୍ବା ଦୁଇ ଘଣ୍ଟା ମଧ୍ୟରେ ଆପଣଙ୍କୁ ଖାଇବାକୁ ଅଛି । ଏହା ମଧ୍ୟ ଆପଣ ଙ୍କର ଥଣ୍ଡା ଦୂର କରିବା ପାଇଁ ଲାଭଦାୟୀ ଅଟେ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗିଥିଲେ, ଆପଣ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button