IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଦାହ ସଂସ୍କାର ସମୟରେ କାହିଁକି ନୃତ୍ୟ କରିଥାନ୍ତି ବେଶ୍ୟା ମାନେ, ଜାଣନ୍ତୁ ଏହାର ରହସ୍ୟ

ସନାତନ ଧର୍ମରେ ବାରଣାସୀକୁ ସବୁଠାରୁ ପବିତ୍ର ସ୍ଥଳ ମାନା ଯାଇଥାଏ। ସେହି ବାରାଣସୀରେ ବେଶ୍ୟା ମାନେ ମନୁଷ୍ୟ ମାନଙ୍କର ମୃତ୍ୟୁ ଉପରେ ନୃତ୍ୟ କରିଥାନ୍ତି। ମୃତ ବ୍ୟକ୍ତିର ପରିବାର ଲୋକେ ଶୋକରେ ବୁଡି ରହିଥାନ୍ତି , ଏହାସହିତ ବେଶ୍ୟା ମାନେ ନୃତ୍ୟ କରିଥାନ୍ତି। ଏହା ପଛରେ ବହୁତ ବଡ଼ ରହସ୍ୟ ଲୁଚି ରହିଛି। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

କାଶୀର ମଣିକର୍ଣିକା ଘାଟିରେ ପ୍ରତ୍ୟେକ ବର୍ଷ ଚୈତ୍ର ନବରାତ୍ରି ସପ୍ତମୀ ଦିନ ମହାସ୍ମଶାନ ମହୋତ୍ସବ ଉଦଘାଟିତ ହୋଇଥାଏ। ମାନ୍ୟତା ରହିଛି କି କାଶୀର ଏହି ମହୋତ୍ସବରେ ଭଗବାନ ଶିବ ଉପସ୍ଥିତ ରହିଥାନ୍ତି। ଆହୁରି ମଧ୍ୟ ମାନ୍ୟତା ରହିଛି କି, ବେଶ୍ୟା ମାନେ ଭଗବାନ ଶିବଙ୍କୁ ତାଙ୍କ ଭକ୍ତି ପ୍ରଦର୍ଶନ କରିବା ପାଇଁ ନୃତ୍ୟ କରିଥାନ୍ତି। ଆପଣଙ୍କ ମନରେ ଏହି ପ୍ରଶ୍ନ ଉଙ୍କି ମାରୁଥିବ କି, ଏଭଳି ଅଦ୍ଭୁତ ପ୍ରଥା କେଉଁ ଠାରୁ ଆରମ୍ଭ ହୋଇଛି ଏବଂ କାହିଁକି ଆଜି ପର୍ଯ୍ୟନ୍ତ ଚାଲୁଛି। ତେବେ ଆସନ୍ତୁ ଜାଣିବା।

ଏହିକଥା ୧୫ ଶତାବ୍ଦୀର କଥା, ସେତେବେଳେ ରାଜା ମାନ ସିଂହ ରାଜୁତି କରୁଥିଲେ ଏବଂ ରାଜା ଆକବରଙ୍କ ନବରତ୍ନ ମଧ୍ୟରୁ ଅନ୍ୟତମ ଥିଲେ। ସେ ବାରାଣସୀ ତଟରେ ଥିବା ଶିବ ମନ୍ଦିରକୁ ମରାମତି କରାଇ ଥିଲେ ଏବଂ ମନ୍ଦିରର ପୁନଃ ପ୍ରତିଷ୍ଠାର ଆୟୋଜନ କଲେ। ଆୟୋଜନରେ ଅନେକ ନୃତ୍ୟାଙ୍ଗନା ମାନଙ୍କୁ ନିମନ୍ତ୍ରଣ ହୋଇଥିଲା। ଏହି ଆୟୋଜନ ମଣିକର୍ଣିକା ଘାଟିରେ ହେଉଥିବାରୁ କୌଣସି କଳାକାର ଏହି ଘାଟିକୁ ଯିବାକୁ ସାହସ କରି ପାରୁ ନଥିଲେ। ଏହାଦେଖି ରାଜା ମାନ ସିଂହ ଦୁଃଖିତ ହୋଇ ପଡ଼ିଲେ।

ଏହି ସୂଚନା ପାଇଁ ନଗରର ବେଶ୍ୟା ମାନେ ରାଜାଙ୍କୁ ପତ୍ର ଲେଖିଲେ କି, ହେ ରାଜନ୍! ଯଦି ଆପଣଙ୍କୁ ଠିକ୍ ଲାଗେ, ତାହେଲେ ଆମେ ବେଶ୍ୟା ମାନେ ଯାଇ ସେହି ସ୍ଥାନରେ ନୃତ୍ୟ ପରିବେଷଣ କରିବୁ। ସେହିଦିନ ଠାରୁ ଏହି ପରମ୍ପରା ବଜାୟ ରହିଛି। ତେବେ ବନ୍ଧୁଗଣ ମହାଶ୍ମଶାନ ମହୋତ୍ସବରେ ଯେଉଁ ବ୍ୟକ୍ତିଙ୍କର ଦାହ ସଂସ୍କାର କରାଯାଇଥାଏ, ତାର ଆତ୍ମାକୁ ଜୀବନ ମୃତ୍ୟୁର ଚକ୍ରରୁ ମୁକ୍ତି ମିଳି ଯାଇଥାଏ। ଏହାସହିତ ଭଗବାନ ଶିବଙ୍କ କୃପା ପ୍ରାପ୍ତ ହୋଇଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button