IBN ଓଡ଼ିଶା ବ୍ୟୁରୋ

ମହିଳାମାନେ ଭୁଲରେ ପିନ୍ଧନ୍ତୁ ନାହିଁ ୫ଟି ଜିନିଷ ; ସ୍ୱାମୀ ହେବେ କାଙ୍ଗାଳ…

ବନ୍ଧୁମାନେ ଆମେ ଆମ ଦୈନଦିନ ଜୀବନରେ ଜ୍ୟୋତିଷ ଶାସ୍ତ୍ର ଉପରେ ଅଧିକା ଗୁରୁତ୍ବ ଦେଇଥାଉ। ଯେଉଁଥିରେ ନାରୀ ମାନଙ୍କର ଆଚାର ,ବ୍ୟବହାର ଠାରୁ ଆରମ୍ଭ କରି ତାଙ୍କର ଚାଲି, ଚଳଣି ଏବଂ କଣ ପିନ୍ଧିବା ଉଚିତ୍ ଅବା ଅନୁଚିତ୍ ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଛି। ଏହା କରିବା ଦ୍ୱାରା ତାଙ୍କ ସ୍ୱାମୀର ଲମ୍ବା ଆୟୁଷ ବା ଦୀର୍ଘାୟୁ ହେବା ଅବା ବୈବାହିକ ଜୀବନ ସୁଖରେ କଟେ ବୋଲି ମଧ୍ୟ ବିଧି ରହିଛି। ଏହାର ବିପରୀତ ଯଦି ଏହି ସବୁ ଜିନିଷ ଅବା ନିୟମ ଉପରେ ଯଦି ଗୁରୁତ୍ବ ଦିଆନଯାଏ ତେବେ ସ୍ବାମୀ ଦାରିଦ୍ର୍ୟ,ଚିନ୍ତିତ ଅବା ରୋଗାଗ୍ରସ୍ତ ହୋଇପାରେ ବୋଲି ମଧ୍ୟ ଲିଖିତ ଅଛି। ତେଣୁ ନାରୀ ମାନେ ଏହି ସବୁ ଜିନିଷ ଉପରେ ଗୁରୁତ୍ବ ଦେବା ସହିତ ପୁରୁଷ ମାନେ ମଧ୍ୟ ଏହି ସବୁ ବିପରୀତ ଜିନିଷ ଉପରେ ବାରଣ କରିବା ଉଚିତ୍।

ବିବାହ ବନ୍ଧନ ଏକ ଗୁରୁତ୍ବ ପୂର୍ଣ୍ଣ ବନ୍ଧନ ।କୁହାଯାଏ କି ସ୍ବାମୀ ସ୍ତ୍ରୀ ବନ୍ଧନ ଏହା ଆଗରୁ ଯୋଡ଼ି ହୋଇ ଆସିଥାଏ।ସ୍ତ୍ରୀର ଏହି ଭୁଲ ସ୍ୱାମୀର ଜୀବନକୁ ନଷ୍ଟ କରିଦେଇଥାଏ। ତେଣୁ ସ୍ତ୍ରୀର ଏହି ଭଳି ଜୀବନ ସ୍ବାମୀ ପ୍ରତି ବିପଦ ଅଟେ।ବିବାହ ପରେ ପତି ଏବଂ ପତ୍ନୀ ବିବାହ ବନ୍ଧନରେ ବାନ୍ଧି ହୋଇ ରହିଥାନ୍ତି।ତେଣୁ ଆଜି ଆମେ ଜାଣିବା ସେହି ୫ଟି ଜିନିଷ ବିଷୟରେ ଯାହା ଜଣେ ସ୍ତ୍ରୀ କଲେ ସ୍ବାମୀ କଙ୍ଗାଳ ହୋଇଥାଏ ଏବଂ ସ୍ବାମୀ ସ୍ତ୍ରୀଙ୍କୁ ମଧ୍ୟ ଅଲଗା କରିଦେଇଥାଏ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶୃଙ୍ଗାରକୁ ଶୁଭ ମାନା ଯାଇଛି ହେଲେ କେତେ ଗୁଡ଼ିଏ ସୃଙ୍ଗାରକୁ ଅଶୁଭ ମଧ୍ୟ ମାନା ଯାଇଅଛି।କାରଣ ଆଜିକାଲି ଆଧୁନିକରଣ ଲାଗି ଅନେକ ଏହି ପାଶ୍ଚାତ୍ୟ ପରମ୍ପରାକୁ ଭୁଲି ଯାନ୍ତି।ଯାହା ଜୀବନକୁ ବର୍ବାଦ ଆଡ଼କୁ ଟାଣି ଆଣିଥାଏ।ଆସନ୍ତୁ ଜାଣିବା କେଉଁ ସବୁ ଶୃଙ୍ଗାର ସ୍ବାମୀ ପାଇଁ ସ୍ତ୍ରୀ କରିବା ଦ୍ଵାରା ଅନିଷ୍ଟ ହୋଇଥାଏ।

୧.ସୁନାର ଗହଣା – ସୁନାର ଗହଣା ପିନ୍ଧିବା ଜଣେ ସଧବା ନାରୀ ପାଇଁ ଏକ ଶୃଙ୍ଗାର ହୋଇଥାଏ।ହେଲେ ଏପରି କିଛି ସୁନାର ଗହଣା ଅଛି ଯାହା ଜଣେ ସ୍ତ୍ରୀ ପିନ୍ଧିବା ଦ୍ଵାରା ଜଣେ ସ୍ବାମୀ ଅବା ତାର ପରିବାରର ଅମଙ୍ଗଳ ହୋଇଥାଏ।ସୁନାର ପାଉଁଜି ଅବା ଝୁଣ୍ଟିଆ ବିବାହିତ ନାରୀ ମାନେ ପିନ୍ଧିବା ଦ୍ଵାରା ସ୍ବାମୀ ଅବା ତାର ପରିବାର ଲୋକ ଙ୍କର ଅମଙ୍ଗଳ ହୋଇଥାଏ।ଉନ୍ନତିରେ ବାଧା ଆସିବା ସହିତ ଘରକୁ ଅଭାବ ଆସି ଥାଏ।

୨.ଧଳା ଲୁଗା ଅବା ଶାଢୀ – ଆଧୁନିକ ଯୁଗ ଅନୁସାରେ ଧଳା ଲୁଗା ଅବା ଶାଢୀ ପିନ୍ଧିବା ଏକ ଫ୍ୟାସନରେ ପରିଣତ ହେଲାଣି ହେଲେ ଏହା ବିବାହିତ ନାରୀ ମାନଙ୍କ ପାଇଁ ଅନୁଚିତ୍।ଏହା କରିବା ଦ୍ୱାରା ତାହାର ସ୍ୱାମୀର ମୃତ୍ୟୁକୁ ଆମନ୍ତ୍ରଣ କରିବା ପରି ହୋଇଥାଏ କାରଣ ଶାସ୍ତ୍ର ଅନୁଯାୟୀ କେବଳ ବିଧବା ନାରୀ ମାନେ ଧଳା ଶାଢୀ ପିନ୍ଧିବା ଉଚିତ୍ ହୋଇଥାଏ।

୩.ମଙ୍ଗଳସୂତ୍ର – ଏହା ହେଉଛି ବିବାହିତ ନାରୀ ମାନଙ୍କର ମୂଳ ସୂତ୍ର।ଆଧୁନିକ ନାରୀ ମାନେ ମଙ୍ଗଳସୂତ୍ରକୁ ଗଳାରେ ଧାରଣ ନକରି ହାତରେ ଧାରଣ କରିଥାନ୍ତି ଯାହା ତାଙ୍କ ସ୍ଵାମୀ ପାଇଁ ଅମଙ୍ଗଳ ହୋଇଥାଏ ଏବଂ ଜୀବନ ଜୀବିକାରେ ବ୍ୟାଘାତ ସୃଷ୍ଟି କରିଥାଏ।

୪. ସିନ୍ଦୂର – ଏହା ହେଉଛି ଜଣେ ସାଧବା ନାରୀର ସଧବା ହେବାର ଏକ ମୂଳ ଅଙ୍ଗ।ହେଲେ ଆଧୁନିକ ଯୁଗରେ ଆଜିର ନାରୀ ମାନେ ସିନ୍ଦୂରକୁ ସାମାନ୍ୟ ଭାବରେ ଲୁଚାଇ ପିନ୍ଧିଥାନ୍ତି।ହେଲେ କେହି କେହି ନାଲି ସିନ୍ଦୂର ବଦଳରେ ଅଲଗା ରଙ୍ଗର ସିନ୍ଦୂର ଲଗେଇ ଥାଆନ୍ତି ଯାହା ସ୍ୱାମୀର ଆୟୁଷକୁ କ୍ଷୀଣ କରିଥାଏ ଏବଂ ସ୍ବାମୀକୁ ବର୍ବାଦ ମଧ୍ୟ କରିଥାଏ।ତେଣୁ ଏହି ସବୁ ଶୃଙ୍ଗାରକୁ ଜଣେ ନାରୀ ସଜେଇ ନାରଖିଲେ ତାର ସ୍ବାମୀ ତାହା ଠାରୁ ଦୂରେଇ ରହିଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button