IBN ଓଡ଼ିଶା ବ୍ୟୁରୋ

ୟାଙ୍କ ସ୍ତ୍ରୀ’ଙ୍କ ହରକତ ଦେଖିଲେ ଆପଣ ହସି ହସି ଗଡିଯିବେ, ଏହା ସହ ଦେଖନ୍ତୁ ଆଉ କିଛି ମଜାଦାର ଭାଇରାଲ video

ବ୍ଯସ୍ତବହୁଳ ଜୀବନ ଓ ନାନା ପ୍ରକାର ଟେନସନ ଭିତରେ ଆମେ ହସିବା ବି ଭୁଲି ଯାଉଛି । ଅନେକଙ୍କୁ ଏହା ମଧ୍ୟ ମନେ ନଥିବ କି ଶେଷ ଥର ପାଇଁ ସେ କେବେ ମନଖୋଲି ହସିଥିଲେ । ତେଣୁ ଆପଣଙ୍କ ମୁହଁରେ ସାମାନ୍ଯ ହସ ଭରିଦେବା ପାଇଁ ଆଜି ଆମେ ଆପଣଙ୍କ ନେଇ ଆସିଛୁ କିଛି ଫନି ଭିଡିଓ । କ୍ୟାମେରାରେ କଏଦ ହୋଇଥିବା ଏହି ମଜାଦାର ଘଟଣା ସବୁ ଦେଖିଲେ ଆପଣ ହସି ହସି ଗଡିଯିବେ । ତେବେ ଚାଲନ୍ତୁ ଆରମ୍ଭ କରିବା ।ଅନେକ କୁକୁରପ୍ରେମୀ ଲୋକ ଅଛନ୍ତି ଯେଉଁମାନେ ରାସ୍ତାରେ ଡଗି ଦେଖିବା ମାତ୍ରେ ତାଙ୍କୁ ଟିକେ ଗେଲ କରିବାକୁ କ୍ୟୁଟ ଅନ୍ଦାଜରେ ପାଖକୁ ଡାକିଥାନ୍ତି । ଏହି ଭିଡିଓରେ ଆପଣ ଦେଖିପାରିବେ କି, ବୋଧ ହୁଏ ସ୍ଵାମୀ ରାସ୍ତାରେ ଯିବାବଳେ ଗୋଟିଏ କୁକୁରକୁ ଦେଖି ସ୍ତ୍ରୀଟି ଡାକୁଛି ଓ ସେଠାରେ ବସି ପଡୁଛି ।ଏତିକି ବେଳେ ପଛପଟୁ ଆଉ ଗୋଟେ କୁକୁର ଆସୁଛି ଆଉ ତାଙ୍କୁ ଗାଡି ଟାୟାର ଭାବି ତାଙ୍କ ଉପରେ ଗୋଡ ଟେକି ମୁତି ଦେଉଛି । ଏହା ଦେଖି ସ୍ଵାମୀଜଣକ ତାକୁ ମାରିବା ପାଇଁ ଗୋଡାଉଛନ୍ତି । ଗୋଟିଏ କୁକୁରକୁ ଗେଲ କରିବା ଚକ୍କରରେ ଆଉ ଗୋଟିଏ କୁକୁର ପଚାରୁ ଆସି ପୁରା ମୁଡ୍ ବିଗାଡିଦେଲା ।ଯାଦୁଗର ମାନେ ଏତେ ଚାଲାଖ ହୋଇଥାନ୍ତି ଯେ ଆପଣଙ୍କ ଆଖି ସାମ୍ନାରେ ଆପଣଙ୍କୁ ପୋପଟ ବନେଇ ଦିଅନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଜଣେ ମ୍ୟାଜିସିଆନଙ୍କ ସହ ପରିଶିତ କରେଇବୁ ଯିଏ ଜାଦୁ ଦେଖାଇବା ଚକ୍କରରେ ନିଜେ ହିଁ ପୋପଟ ବନିଗଲେ । ପ୍ଳାନ ଥିଲା କି ସେ ଚଦରକୁ ଉପରକୁ ଫୋପାଡିବେ ଓ ତାହା ତଳେ ପଡିବା ପୂର୍ବରୁ ସେଠାରୁ ଗାୟବ ହୋଇଯିବେ । କିନ୍ତୁ ଗାୟବ ହେବା ଚକ୍କରରେ ସେ ନିଜ ମୁଣ୍ଡ ଫଟେଇ ଦେଲେ ।ଚଦରକୁ ଉଡେଇବା ପରେ ତାଙ୍କ ପଛରେ ଦେଖା ଯାଉଥିବା କବାଟ ଭିତରକୁ ପଳେଇ ଯିବାର ପ୍ଳାନ ଥିଲା । ସେଠାରେ ଥିବା ଗୋଟିଏ ବଦମାସ ପିଲାଟି ଏହା ଜାଣିପାରି କବାଟ ବନ୍ଦ କରି ଦେଇଥିଲା । ମ୍ୟାଜିସିଆନ ଚଦର ଫିଙ୍ଗି ଯେତେବେଳେ କବାଟ ଦେଇ ଦୌଡି ପଳେଇବାକୁ ବାହାରିଲେ ସେହି କବାଟରେ ପିଟି ହୋଇ ତଳେ ପଡିଗଲେ । ଏହା ଦେଖି ଯେକେହି ହସି ହସି ଗଡିଯିବ ।ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଡ୍ୟାନ୍ସ ଭିଡିଓ ଆପଣ ଦେଖିଥିବେ । କିଛି ରିୟଲ ଟ୍ୟାଲେଣ୍ଟଙ୍କ ଭିଡିଓ ଥିବା ବେଳେ ଆଉ କିଛି ଡ୍ୟାନ୍ସ ଦେଖିଲେ ଲୋକେ ହସି ହସି ଗଡନ୍ତି । ସେହିପରି କିଛି ଡ୍ୟାନ୍ସ ଭିଡିଓ ବିଷୟରେ ଆମେ ଆପଣଙ୍କୁ କହିବୁ । ଅଙ୍କଲ ଜଣଙ୍କ ଯେମିତି ଷ୍ଟେଜ ଉପରେ ପାଣିରେ ମାଛ ପହଁରିବା ଭଳି ଡ୍ୟାନ୍ସ କରୁଛନ୍ତି ଦେଖିଲେ ଯେକେହିବି ନିଜ ହସ ରୋକିପାରିବେନି ।ସେହିପରି ଆଉ ଜଣେ ଯୁବକ ଏକ ବାହାଘରରେ ଏମିତି ଖୁସିରେ ଡ୍ୟାନ୍ସ କରୁଛନ୍ତି ଯେମିତି ତାଙ୍କ ନିଜ ବାହାଘର ହେଉଛି । ତାଙ୍କ ଡ୍ୟାନ୍ସ ଦେଖି ତାଙ୍କୁ କେହି ପିଞ୍ଜରାରେ ଭର୍ତ୍ତି ନକରି ଦେଉ ବୋଲି ଲୋକେ କହୁଛନ୍ତି ।ନବ ବିବାହିତ ଦମ୍ପତ୍ତି ପ୍ରାୟତଃ ଏକାଠି ବୁଲିଯିବାକୁ ଭଲ ପାଆନ୍ତି । ଏମିତି ଏକ ନବ ବିବାହିତ ଦମ୍ପତ୍ତି ଏକ ମେଳାକୁ ବୁଲି ଯାଇଥିଲେ । ସେଠାରେ ସେମାନେ ଏକ ଦୋଳିରେ ବସିଥିଲେ । ସ୍ବାମୀଜଣକ ଭାବିଥିବେ ଦୋଳିରେ ବସି ପ୍ରେମଭରା କଥା ହେବେ ଓ ଉପରୁ ଦୃଶ୍ୟ ଉପଭୋଗ କରିବେ । କିନ୍ତୁ ଦୋଳି ଉପରକୁ ଯିବା ମାତ୍ରେ ସ୍ତ୍ରୀ ଜଣକ ଏମିତି ଚିଲେଇଥିଲେ ଯେ ସ୍ଵାମୀଙ୍କୁ ବି ହସ ଆସି ଯାଇଥିଲା ।ସ୍ଵାମୀ ନିଜେ ଏହି ଦୃଶ୍ୟକୁ କ୍ୟାମେରାରେ କଏଦ କରିଥିଲେ । ଆପଣଙ୍କୁ ଏହି ସବୁ ଦୃଶ୍ୟ ବା ଘଟଣା ଦେଖି କିପରି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।

 

 

 

Related Articles

Leave a Reply

Your email address will not be published. Required fields are marked *

Back to top button