ଦେଶ

ବଦଳିବ କେରଳର ନାମ: ଜାଣନ୍ତୁ କଣ ରହିବ ପରିବର୍ତ୍ତିତ ନାଁ.

ତିରୁଅନନ୍ତପୁରମ : ଦାକ୍ଷିଣାତ୍ୟ ରାଜ୍ୟ କେରଳର ନାମ ‘କେରଳମ୍‌’କୁ ପରିବର୍ତ୍ତନ କରାଯିବ ବୋଲି ଜଣାପଡିଛି। ଏ ସମ୍ପର୍କିତ ପ୍ରସ୍ତାବ କେରଳ ବିଧାନସଭାରେ ସର୍ବସମ୍ମତକ୍ରମେ ଗୃହୀତ ହୋଇଯାଇଛି। ସୂଚନାଯୋଗ୍ୟ ୨୦୨୩ ଅଗଷ୍ଟ ୯ରେ ଏହି ପ୍ରସ୍ତାବ ବିଧାନସଭାରେ ଅନୁମୋଦିତ ହୋଇସାରିଥିଲା। ତେବେ ସଂଶୋଧିତ ପ୍ରସ୍ତାବ ଦାଖଲ କରିବାକୁ କେନ୍ଦ୍ର ପକ୍ଷରୁ ସେତେବେଳେ କେରଳ ସରକାରଙ୍କୁ ନିର୍ଦେଶ ଦିଆଯାଇଥିଲା। ଫଳରେ ଆବଶ୍ୟକ ସଂଶୋଧନ ସହ ସୋମବାର ଏହି ପ୍ରସ୍ତାବକୁ ବିଧାନସଭାରେ ପୁଣି ଅନୁମୋଦନ କରାଯାଇଛି। ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଏହି ପ୍ରସ୍ତାବ ଆଗତ କରିଥିବାବେଳେ ସମ୍ବିଧାନର ଧାରା ୩ ଅନୁଯାୟୀ ସରକାରୀ ଭାବେ ରାଜ୍ୟର ନାମ ‘କେରଳମ୍‌’କୁ ପରିବର୍ତ୍ତନ କରାଯାଉ ବୋଲି ଦାବି କରିଛନ୍ତି। କେନ୍ଦ୍ର ସରକାରଙ୍କ ସ୍ବୀକୃତି ପରେ ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେବା ସହିତ କେରଳର ନାମ କେରଳମ୍‌କୁ ବଦଳିବ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button