IBN ଓଡ଼ିଶା ବ୍ୟୁରୋ

କଳିଯୁଗରେ ଏହିସବୁ ପାପ କଲେ ସିଧା ନର୍କକୁ ଯିବେ, ଜାଣନ୍ତୁ କ’ଣ କହୁଛି ଗରୁଡ଼ ପୁରାଣ

କର୍ମ ହିଁ ଭଗବାନ୍ । ମନୁଷ୍ୟ ତାର ଜୀବନ କାଳ ମଧ୍ୟରେ ଯଦି କିଛି ବାସ୍ତବରେ ଉପାର୍ଜନ କରିଥାଏ ତାହା ହେଉଛି କର୍ମ । ମନୁଷ୍ୟର କର୍ମ ହିଁ ତାର ଭୂତ୍ ଓ ଭବିଷ୍ୟତ ସ୍ଥିର କରିଥାଏ । ହିନ୍ଦୁ ଧର୍ମର ବିଭିନ୍ନ ପୁରାଣ ଓ ଧର୍ମ ଗ୍ରନ୍ଥ ଆଦିରେ ମନୁଷ୍ୟର କର୍ମ ଆଦି ବିଷୟ ନେଇ ଆଲୋଚନା କରା ଯାଇଛି । ଏପରିକି ଶ୍ରୀମଦ୍ ଭଗବତ୍ ଗୀତାରେ କୃଷ୍ଣ ସ୍ଵୟଂ ଜୀବନ ବୁଝାଇ କର୍ମକୁ ପ୍ରାଧାନ୍ୟ ଦେଇଛନ୍ତି ।

Garuda purana

ଯତ୍ କର୍ମ ତତ୍ ଫଳ । ଅର୍ଥାତ୍ ମନୁଷ୍ୟର କର୍ମ ହିଁ ତାର ବର୍ତ୍ତମାନ , ଭବିଷ୍ୟତ ଓ ମୃତ୍ୟୁ ପରର ଅବସ୍ଥାକୁ ନିର୍ଦ୍ଧାରିତ କରିଥାଏ । ତେଣୁ କରି ସଦା ସର୍ବଦା ଭଳି କର୍ମ କରିବା ପ୍ରତି ଧ୍ୟାନ ଦେବା ଉଚିତ୍ । ଯେପରିକି ଆପଣ ଭଗବାନ୍ ଙ୍କ ମନ ଲାଗି ମଣିଷ ଟିଏ ହୋଇ ପାରିବେ ।

ହିନ୍ଦୁ ଧର୍ମର ଗ୍ରନ୍ଥ ଗରୁଡ଼ ପୁରାଣରେ ମନୁଷ୍ୟର ଭଲ କର୍ମ ଓ ଖରାପ୍ କର୍ମ ବିଷୟରେ ବର୍ଣ୍ଣନା କରାଯାଇଛି । ଭଗବାନ ବିଷ୍ଣୁ ତାଙ୍କ ବାହନ ପକ୍ଷିରାଜ୍ ଗରୁଡ଼ଙ୍କ ସହ ଧର୍ମ , କର୍ମ , ନୀତି ନିୟମ, ପାପ ପୁଣ୍ୟ ଆଧାରରେ ମୃତ୍ୟୁ ପରେ ମନୁଷ୍ୟକୁ ସ୍ବର୍ଗ ଓ ନର୍କ ପ୍ରାପ୍ତି ହୋଇଥାଏ ସେ ବିଶୟ ଆଲୋଚନା କରିଥିଲେ । ଯାହା ଗରୁଡ଼ ପୁରାଣରେ ବର୍ଣ୍ଣିତ ।

Narka

ଗରୁଡ ପୁରାଣରେ ଭଗବାନ୍ ବିଷ୍ଣୁ ବିଶେଷ କରି ଏହି କିଛି ପାପ କାର୍ଯ୍ୟର ବର୍ଣ୍ଣନା କରିଛନ୍ତି । ଯାହା କରିବା ଦ୍ଵାରା ଏହି କଳିଯୁଗରେ ବ୍ୟକ୍ତିଙ୍କୁ ନର୍କ ପ୍ରାପ୍ତି ହୋଇଥାଏ । ଯେଉଁଠାରେ ବ୍ୟକ୍ତିଙ୍କୁ ବିଶେଷ କଠୋର ଦଣ୍ଡ ଦିଆ ଯାଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ ସବୁ ପାପ କରିବା ଦ୍ଵାରା ଆପଣଙ୍କୁ ନର୍କ ପ୍ରାପ୍ତି ହେବ ।

୧ – ବିଶ୍ଵାସରେ ବିଷ ଦେଇ ଅନ୍ୟର କ୍ଷତି କରିବା ।
୨ – କାମନା , ବାସନାରେ ଲିପ୍ତ ରହିବା ।
୩ – ବ୍ରାହ୍ମଣର ହତ୍ୟା କରିବା ।
୪- ଗର୍ଭବତୀ ମହିଳାଙ୍କ ସହ ଦୁଶ୍କର୍ମ କରିବା ବା ହତ୍ୟା କରିବା ।
୫- ଦେଶ ଦ୍ରୋହ ପରି କାର୍ଯ୍ୟ କରିବା ।
୬- ଭଗବାନ୍ ଙ୍କ ଆଶ୍ରମ ଛାଡ଼ି ପଇସା ପଛରେ ଧାଇଁବା ।

Related Articles

Leave a Reply

Your email address will not be published. Required fields are marked *

Back to top button