ଏହି 6 ଟି ପାପ କଲେ ମହାଦେବ କେବେ ଆପଣଙ୍କୁ କ୍ଷମା କରିବେ ନାହିଁ

ବନ୍ଧୁଗଣ ଶାସ୍ତ୍ର ଅନୁସାରେ ତ୍ରିଦେବ ଙ୍କ ମଧ୍ୟରେ ସର୍ବ ଶ୍ରେଷ୍ଠ ଅଟନ୍ତି ମହାଦେବ । ଯାହାଙ୍କୁ ସଂପୂର୍ଣ୍ଣ ସୃଷ୍ଟି ପୂଜା କରିଥାଏ । ଭଗବାନ ଶିବ ଯେତେବେଳେ କାହା ଉପରେ ପ୍ରସନ୍ନ ହୋଇ ଯାଆନ୍ତି, ତାକୁ ତିନି ଲୋକର ସମସ୍ତ ସୁଖ ଦେଇ ଦେଇଥାନ୍ତି । ଏହି କାରଣ ରୁ ତାଙ୍କୁ ଭୋଳାନାଥ ବୋଲି ମଧ୍ୟ କୁହାଯାଇଥାଏ । କିନ୍ତୁ ଭଗବାନ ଶିବ ଯେତେ ବେଳେ କ୍ରୋଧିତ ହୋଇଥାନ୍ତି, ସେତେବେଳେ ସମଗ୍ର ବ୍ରହ୍ମାଣ୍ଡ ରେ ପ୍ରଳୟ ଆସିଥାଏ । ତେଣୁ ତାଙ୍କୁ ସଂହାର କର୍ତା ବୋଲି ମଧ୍ୟ କୁହାଯାଇଥାଏ ।
ଏହି କାରଣ ରୁ ମଣିଷ କୁ ସବୁବେଳେ କର୍ମ କରିଲା ବେଳେ ଭାବି ଚିନ୍ତି ଭଲ କର୍ମ ହିଁ କରିବାକୁ ପଡିଥାଏ । କାରଣ ମହାଦେବ ଯଦି ଥରେ କ୍ରୋଧିତ ହୋଇ ଯାଆନ୍ତି, ତେବେ ସେହି ମନୁଷ୍ୟ ଜୀବନରେ ଆଉ କୌଣସି ପ୍ରକାରର ସୁଖ ରହି ନଥାଏ ।
ଶିବ ପୁରାଣ ରେ କିଛି ଏପରି କର୍ମ ମାନଙ୍କ ବିଷୟରେ ବର୍ଣ୍ଣିତ ହୋଇ ଅଛି, ଯାହାକୁ ମନୁଷ୍ୟ କରିବା ଦ୍ଵାରା ଶିବ କୃପାରୁ ବଞ୍ଚିତ ହୋଇଯାଏ । କାରଣ ଏହି ଗୁଡିକୁ କରିବା ଦ୍ଵାରା ମହାପାପ ଲାଗିଥାଏ । ସେହି ପାପୀ ମାନଙ୍କୁ ମହାଦେବ କେବେ ମଧ୍ୟ କ୍ଷମା କରି ନଥାନ୍ତି ।
ଅନ୍ୟର ସ୍ତ୍ରୀ ବା ଅନ୍ୟର ସ୍ଵାମୀ କୁ ଭଲ ପାଇବା, ଅଥବା ତାକୁ ପାଇବାର ଇଛା ରଖିବା ମହାପାପ ଅଟେ । ଏଭଳି ବ୍ୟକ୍ତି ମାନଙ୍କୁ ଭଗବାନ ଶଙ୍କର କେବେ ମଧ୍ୟ କ୍ଷମା କରି ନଥାନ୍ତି । ଦ୍ଵିତୀୟ ଟି ହେଉଛି ଯେଉଁ ମାନେ ସବୁବେଳେ ଅନ୍ୟ ର ଧନ ଉପରେ ନଜର କରି ରଖିଥାନ୍ତି, ସେମାନଙ୍କୁ ମଧ୍ୟ ମହା ପାପ ଲାଗିଥାଏ । ଅନ୍ୟର ଧନ କୁ ସବୁବେଳେ ମାଟି ସମାନ ଭାବିବା ଉଚିତ ।
ତୃତୀୟ ରେ କୌଣସି ନିର୍ଦୋଷ ଅବା କମଜୋର ଲୋକଙ୍କୁ କଷ୍ଟ ଦେବା ଓ କ୍ଷତି ପହଞ୍ଚାଇବା କାହାର କାର୍ଯ୍ୟରେ ବାଧା ଉତ୍ପନ୍ନ କରିବା ବା ଅନ୍ୟ ର ଧନ କୁ ଲୁଣ୍ଠନ କରିବା ଏଭଳି ଖରାପ ଚିନ୍ତା ରଖୁଥିବା ମଣିଷ ଉପରେ ଭଗବାନ ଶିବ ଙ୍କର କୃପା କେବେ ରହି ନ ଥାଏ ।
ଚତୂର୍ଥରେ ଭଲ ରାସ୍ତା ତ୍ୟାଗ କରି ଯେଉଁ ମାନେ ଖରାପ ରାସ୍ତାରେ ଚାଲନ୍ତି ଭଗବାନ ଶିବ ସେମାନଙ୍କୁ କେବେ ମଧ୍ୟ କ୍ଷମା କରି ନଥାନ୍ତି । ପଞ୍ଚମ ରେ ଯେଉଁମାନେ ନାରୀ ମାନଙ୍କୁ ସବୁବେଳେ ଖରାପ ନଜର ରେ ଦେଖନ୍ତି, ସେହି ମାନଙ୍କୁ ଜୀବନରେ କେବେ ମଧ୍ୟ ସାଂସାରିକ ସୁଖ ମିଳି ନଥାଏ ।
ତାହାଛଡା ମହାଦେବ ଙ୍କର କୃପା ରୁ ମଧ୍ୟ ସବୁବେଳେ ଏହି ମାନେ ବଞ୍ଚିତ ହୋଇ ରହିଥାନ୍ତି । ଶେଷ ରେ ଯେଉଁ ମାନେ ନିଜର ପିତା ମାତା ଙ୍କୁ ସବୁବେଳେ କଷ୍ଟ ଦେଇଥାନ୍ତି, ସେମାନଙ୍କୁ ସାରା ଜୀବନ ଦୁଃଖରେ ଯାପନ କରିବାକୁ ହୋଇଥାଏ ।
ଏହି ମାନେ ସବୁବେଳେ ମହାଦେବ ଙ୍କର କ୍ରୋଧର ସମ୍ମୁଖୀନ ହୋଇଥାନ୍ତି । ତେବେ ବନ୍ଧୁଗଣ ଉପରୋକ୍ତ କର୍ମ ମାନଙ୍କ ମଧ୍ୟରେ ଯଦି ଆପଣ କେଉଁ କର୍ମ କରୁଥାନ୍ତି, ତେବେ ଭଗବାନ ଶଙ୍କର ଙ୍କୁ କ୍ଷମା ପ୍ରାଥନା କରନ୍ତୁ କି ସେ ଆପଣ ଙ୍କୁ କ୍ଷମା କରିଦେବେ । ସେ ଭୋଳ ନାଥ । ନିଜ ଭକ୍ତ ତଥା ସନ୍ତାନ ମାନଙ୍କର କଷ୍ଟ କୁ ସହି ପାରନ୍ତି ନାହିଁ ।
ସେ ଆପଣଙ୍କୁ କ୍ଷମା କରି ଦେବେ । ଆପଣ ପୁନଃ ସେହି ଅପରାଧ ମାନଙ୍କୁ କରିବାକୁ ନିଜକୁ ସବୁବେଳେ ବଞ୍ଚାଇ ରଖନ୍ତୁ । ତେବେ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ