IBN ଓଡ଼ିଶା ବ୍ୟୁରୋ

ଡେରିରେ ପିରିୟଡସ୍ ହେଉଛି କି ? ଅନିୟମିତ ଋତୁସ୍ରାବ (PCOS) ର କାରଣ, ଲକ୍ଷଣ ଓ ଚିକିତ୍ସା ସମ୍ବନ୍ଧରେ ଜାଣନ୍ତୁ ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀରୋଗ ରୋଗ ବିଶେଷଜ୍ଞ

ଫିଜିଓଲୋଜିକାଲ ଏବଂ ପାଥୋଲୋଜିକାଲ । ଫିଜିଓଲୋଜିକାଲର ଅର୍ଥ ଆମ ଜୀବନରେ ସାଧାରଣ ଭାବେ ଯାହା ଘଟିଥାଏ ଯେପରିକି ପ୍ରଥମ ଥର ଋତୁସ୍ରାବ ହେବା ଏବଂ ମେନୋପଜ ଅର୍ଥାତ ଋତୁସ୍ରାବ ବନ୍ଦ ହେବାର ସମୟ । ଏହି ଦୁଇଟି ଯାକ ସମୟରେ ପ୍ରାୟତଃ ମହିଳାଙ୍କ ଠାରେ ଋତୁସ୍ରାବରେ ଅନିୟମିତତା ଦେଖିବାକୁ ମିଳିଥାଏ । ଏହାସାହା ଗର୍ଭାବସ୍ଥାରେ ମଧ୍ୟ ସଂପୂର୍ଣ୍ଣ ନଅ ମାସ ପର୍ଯ୍ୟନ୍ତ ଋତୁସ୍ରାବ ହୁଏ ନାହିଁ । ଋତୁସ୍ରାବରେ ଏହି ତିନି ପ୍ରକାର ଅନିୟମିତତା ଯୋଗୁଁ ବ୍ୟସ୍ତ ହେବାର କିଛି ଆବଶ୍ୟକ ନାହିଁ । ଏହା ସମୟ ସହ ଆପେ ଠିକ ହୋଇଯାଏ

ଦ୍ବିତୀୟରେ ପାଥୋଲୋଜିକାଲ ଅର୍ଥ କୌଣସି ଶାରୀରିକ ସମସ୍ଯା ତଥା ରୋଗ ଯୋଗୁଁ ଋତୁସ୍ରାବରେ ଅନିୟମିତତା ଦେଖା ଦେଇଥାଏ । ତେବେ ସବୁଠୁ ସାଧାରଣ ସମସ୍ଯା ଯାହା ଆଜିକାଲି ଅଧିକାଂଶ ଝିଅଙ୍କ ଠାରେ ଦେଖା ଦେଉଛି ତାହା ହେଉଛି ଥାଇରଏଡ । ଏହାଛଡା ହଠାତ ଅଧିକ ମୋଟା ହୋଇଗଲେ କିମ୍ବା ପତଳା ହୋଇଗଲେ, ଅଧିକ ବିଷାଦଗ୍ରସ୍ତ ରହିଲେ ଏବଂ ଅଧିକ ବ୍ୟାୟାମ କରିବା ଦ୍ଵାରା ମଧ୍ୟ ଋତୁସ୍ରାବରେ ଅନିୟମିତତା ଦେଖା ଦେଇଥାଏ ।

ଏହା ବ୍ଯତୀତ ପ୍ରୋଲାକ୍ଟିନ ନାମକ ହରମୋନରେ ଅସନ୍ତୁଳନ ଦେଖା ଦେବା ହେତୁ ମଧ୍ୟ ଅନିୟମିତ ଋତୁସ୍ରାବ ହୋଇଥାଏ । ୟୁଟ୍ରେସରେ ସିଷ୍ଟ କିମ୍ବା ଫାଇବ୍ରଏଡ ହେବା ଯୋଗୁଁ ମଧ୍ୟ ମହିଳାଙ୍କ ଠାରେ ଏହି ସମସ୍ଯା ଦେଖା ଦେଇଥାଏ । ଏହାସହ ଔଷଧ ସେବନ କରିବା, ଟିବି ଏବଂ ୟୁଟ୍ରେସ ଇନଫେକ୍ସନ ମଧ୍ୟ ଏହାର କାରଣ ହୋଇପାରେ । ଦୁଇଟି ଋତୁଚକ୍ର ମଧ୍ୟରେ ୨୪ ରୁ ୩୪ ଦିନର ବ୍ୟବଧାନ ରହୁଥିଲେ ତାକୁ ନିୟମିତ ଋତୁସ୍ରାବ କୁହାଯାଏ ।

ଯଦି ଲଗାତାର ଏହାଠୁ ପୂର୍ବରୁ କିମ୍ବା ବହୁତ ପରେ ଋତୁସ୍ରାବ ହେଉଛି ତେବେ ଡାକ୍ତରଙ୍କ ପରାମର୍ଶ କରିବା ନିହାତି ଆବଶ୍ୟକ ଅଟେ । ଏହାସହ ୮ ଦିନରୁ ଅଧିକ ଯଦି ଋତୁସ୍ରାବ ହେଉଛି, ଋତୁସ୍ରାବର ଫ୍ଲୋ ମଧ୍ୟ ସାଧାରଣ ଠାରୁ ଅଧିକ ରହୁଛି ଏବଂ ଋତୁସ୍ରାବ ବେଳେ ଅତ୍ୟଧିକ ବ୍ୟଥା ହେଉଛି ତେବେ ମଧ୍ୟ ଡାକ୍ତର ଦେଖାଇ ଚିକିତ୍ସା କରିବା ଆବଶ୍ୟକ ରହିଛି । ଡାକ୍ତରଙ୍କ ପାଖେ ଯଦି ଆପଣ ସଂପୂର୍ଣ୍ଣ ଋତୁଚକ୍ର ହିଷ୍ଟ୍ରି କହିପାରିବେ ତେବେ ଏହା ଆପଣଙ୍କ ଚିକିତ୍ସାରେ ଖୁବ ସହାୟକ ହେବ ।


ତେବେ ଏହା ସହ ଡାକ୍ତର ଆପଣଙ୍କୁ କିଛି ରକ୍ତ ପରୀକ୍ଷା ଏବଂ ଅଲଟ୍ରାସାଉଣ୍ଡ ମଧ୍ୟ କହିପାରନ୍ତି । ଏହିସବୁ ରିପୋର୍ଟ ଅନୁଯାୟୀ ହିଁ ଡାକ୍ତର ଆପଣଙ୍କ ଚିକିତ୍ସା ଆରମ୍ଭ କରିବେ । ଆପଣଙ୍କ ଋତୁସ୍ରାବରେ ଅନିୟମିତତାର କାରଣ ଜଣାପଡିବା ପରେ ସେହି ଅନୁସାରେ ଡାକ୍ତର ଆପଣଙ୍କୁ ଔଷଧ ଦେବେ । ଏହାସହ କିଛି ମାତ୍ରାରେ ଜୀବନଶୈଳୀ, ଖାଦ୍ୟପେୟ, ଶୀଘ୍ର ନିଦ୍ରା ଯିବା ଏବଂ ଏବଂ ଶୀଘ୍ର ଉଠିବା ଓ ବ୍ୟାୟାମ କରିବା ମଧ୍ୟ ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ

Related Articles

Leave a Reply

Your email address will not be published. Required fields are marked *

Back to top button