IBN ଓଡ଼ିଶା ବ୍ୟୁରୋ

ଘରକୁ ବାଦୁଡି ଆସିଲେ ମିଳେ ଏହି 5ଟି ସଂକେତ, ଖରାପ ପ୍ରଭାବରୁ ବଞ୍ଚିବା ପାଇଁ କରନ୍ତୁ ଏହି ଉପାୟ…

ନମସ୍କାର ବନ୍ଧୁଗଣ ତେବେ ଆମ ପୁରାଣ ଶାସ୍ତ୍ରରେ ଅନେକ କଥା ଲେଖା ଅଛି ଯାହା ଆମ ଜୀବନଶୈଳୀ ଉପରେ ନିର୍ଧାରିତ । ଶାସ୍ତ୍ରରେ ଶୁଭ ଅସୁଭକୁ ନେଇ ମଧ୍ୟ ବିଭିନ୍ନ କଥା ଉଲ୍ଲେଖ କରାଯାଇଛି । ଏହାକୁ ବିଶ୍ଵାସ କରିବା ବା ନ କରିବା ଏହା ଆମ ଉପରେ ରହିଥାଏ । ତେବେ କିଛି ଘଟଣାକୁ ଆମେ ଆମ ଜୀବନରେ ଘଟିବା ପରେ ବିଶ୍ବାସ କରିଥାଉ । ସେହିଭଳି ଶକୁନ ପୁରାଣ ରେ ଅନେକ ପଶୁପକ୍ଷୀ ସମ୍ଭନ୍ଧ ରେ ଉଲ୍ଲେଖ କରାଯାଇଛି ।

ତେବେ ଆମ ଘରକୁ ସାଧାରଣତଃ ପକ୍ଷୀ ମାନେ କୌଣସି ପୂଜା ପର୍ବ ସମୟରେ ବା କୌଣସି ଶୁଭ କାର୍ଯ୍ୟ ସମୟ ବା ଅଶୁଭ କାର୍ଯ୍ୟ ବେଳେ ଆସିଥାନ୍ତି । ସେମାନଙ୍କ ଆଗମନ କୁ ଆମେ ସଙ୍କେତ ବୋଲି ଭାବିଥାଉ । ଏହି ସଙ୍କେତ ଖରାପ ବି ହୋଇପାରେ ଭଲ ମଧ୍ୟ ହୋଇପାରେ । ତେବେ ବାଦୁଡି ଘରଜୁ ପଶିବା ଭଲ ନା ଖରାପ ଆଜି ଆମେ ସେହି ସମ୍ଭନ୍ଧରେ ଜାଣିବା ।

ଅନ୍ୟ ଦେଶରେ ବାଦୁଡି କୁ ଶୁଭ ମାନିଥାନ୍ତି କିନ୍ତୁ ଆମ ଦେଶରେ ଏହାକୁ ଅଶୁଭ ମଣାଯାଇଥାଏ । ବାଦୁଡିମାନେ ସାଧାରଣତଃ ରହିବା ପାଇଁ ଏପରି ସ୍ଥାନ ଖୋଜନ୍ତି ଯେଉଁ ଘର ନିର୍ଜନ ହୋଇଥାଏ । ତେଣୁ ଏମାନେ ଯେଉଁ ଘରକୁ ଯିବେ ସେହି ଘରକୁ ନିର୍ଜନ କରି ଦେଇଥାନ୍ତି । ତେବେ ବାଦୁଡି ଆସିବା ଦ୍ୱାରା ବିଭିନ୍ନ ରୋଗ ସୃଷ୍ଟି ହୋଇଥାଏ ତେଣୁ ଏହା ଯଦି ଆପଣଙ୍କ ଘରକୁ ପ୍ରବେଶ କରିବେ ଆପଣଙ୍କ ଘରର କିଛି ସଦସ୍ୟ ରୋଗାକୃତ ହେବେ । ଏମାନଙ୍କ ସହ କିଛି ନକାରତ୍ମକ ଜିନିଷ ମଧ୍ୟ ରହିଥାନ୍ତି ତେଣୁ ଏମାନେ ପ୍ରବେଶ କରିବା ଦ୍ୱାରା ଘରେ ନକାରତ୍ମକ ଜିନିଷର ପ୍ରବେଶ ମଧ୍ୟ ହୋଇଥାଏ ।

ଓ ସେହି ନକାରତ୍ମକ ଜିନିଷ ଘରେ ବାସ କରିବା ଦ୍ୱାରା ଘର ଲୋକଙ୍କର ଜୀବନଯାପନ ରେ ବାଧା ସୃଷ୍ଟି ହୋଇଥାଏ । ବାଡୁଡି ମାନଙ୍କ ସହ ନକାରତ୍ମକ ଉର୍ଜା ମଧ୍ୟ ପ୍ରବେଶ କରିଥାଏ । ଯାହା ଦ୍ୱାରା ଘରେ କ୍ଳେଶ, ଅଶାନ୍ତି, ଦୁର୍ଘଟଣା ଆଦି ସୃଷ୍ଟି ହୋଇଥାଏ । ଅର୍ଥ ଅଭାବ ମାନସିକ ଚିନ୍ତା ଆଦି ଦେଖା ଦେଇଥାଏ । ବାଦୁଡି ଆସିବା ଦ୍ୱାରା ଏକ ସଂକେତ ମଧ୍ୟ ଦେଇଥାଏ କି ଆପଣଙ୍କର କୌଣସି ଆତ୍ମୀୟଜନ ଙ୍କ ମୃତ୍ୟୁ ହେବାର ଅଛି ।

ଯଦି ଆପଣଙ୍କ ସ୍ୱପ୍ନରେ ବାଦୁଡି ଦେଖାଦିଏ ତେବେ ଜାଣିବେ ସେ ଆପଣଙ୍କୁ ଭବିଷ୍ୟତ ରେ ଆସୁଥିବା କିଛି ଦୁର୍ଘଟଣା ସମ୍ଭନ୍ଧରେ ସଙ୍କେତ ଜଣାଇବାକୁ ଚାହୁଁଛି । ତେବେ କହିବାକୁ ଗଲେ ଶାସ୍ତ୍ରରେ ମଧ୍ୟ ବାଦୁଡିଙ୍କୁ ଅଶୁଭ ମନା ଯାଇଥାଏ । ତେବେ ସେମାନେ ଘରକୁ ଆସିବା ଦ୍ୱାରା ଆପଣ ତାଙ୍କୁ ମାରିବେ ନାହିଁ ।

ଶାସ୍ତ୍ରରେ ନକାରତ୍ମକ ଜିନିଷକୁ ନ ମାରି ମଧ୍ୟ ବିଭିନ୍ନ ଉପାୟରେ ନକାରତ୍ମକ ଉର୍ଜା ର ଅନ୍ତ ମଧ୍ୟ କରାଯାଇ ପାରେ । ଆମେ ଜାଣିଛୁ ହିନ୍ଦୁ ଧର୍ମରେ ଗଙ୍ଗା ଜଳ କୁ ବହୁତ ପୂଣ୍ୟ କୁହାଯାଏ । ତେବେ ଏହି ଗଙ୍ଗା ଜଳରେ ହଳଦୀ ଓ ତୁଳସୀ ମିଶାଇବା ଦ୍ୱାରା ଏହାର ପବିତ୍ରତା ଓ ଶକ୍ତି ଅନେକ ବୃଦ୍ଧି ପାଇଥାଏ । ତେଣୁ ଗଙ୍ଗାଜଳରେ ହଳଦୀ ଓ ତୁଳସୀ ପତ୍ର ମିଶାଇ ଏହାକୁ ଘର ର ସବୁ ସ୍ଥାନ ରେ ଛିଞ୍ଚି ବା ଦ୍ୱାରା ଘର ମଧ୍ୟରେ ପବିତ୍ରତା ଜାରି ରହିବ । ଘରେ ସକାରତ୍ମକ ଶକ୍ତି ବାସ କରିଥାଏ ଓ ନକାରତ୍ମକ ଉର୍ଜା ପଳାଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button