ମନୋରଞ୍ଜନ

ବଲିଉଡ ଅଭିନେତ୍ରୀ ବିଦ୍ୟାବାଲନ୍‌ଙ୍କ ଟ୍ରାନ୍ସଫରମେସନ ଉଡାଇଦେବ ଆପଣଙ୍କ ହୋସ; ଫଲୋ କରନ୍ତି ଏହି ଡାଏଟ୍ ପ୍ଲାନ

ଆଜିକାଲିର ବ୍ୟସ୍ତବହୁଳ ଜୀବନ ଶୈଳୀ ଏବଂ ଅସ୍ୱାସ୍ଥ୍ୟକର ପରିବେଶ ଅନେକ ସମସ୍ୟା ସୃଷ୍ଟି କରିଥାଏ । ଫଳରେ ବ୍ୟକ୍ତି ବିଭିନ୍ନ ପ୍ରକାର ରୋଗର ଶିକାର ହୋଇଥାଏ । ତେବେ ଶରୀରକୁ ସୁସ୍ଥ ଏବଂ ଫିଟ୍ ରଖିବାକୁ ଆଜିକାଲି ଅନେକ ଲୋକ ବିଭିନ୍ନ ପ୍ରକାର ଡାଏଟ୍ ପ୍ଲାନ୍ ଆପଣାଉଛନ୍ତି । କିଏ ସ୍ୱାସ୍ଥ୍ୟକର ଖାଦ୍ୟ ଶୈଳୀକୁ ଆପଣାଉଛି ତ ଆଉ କିଏ ଏକ୍ସରସାଇଜକୁ ଆପଣାଉଛନ୍ତି । କିନ୍ତୁ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଏକ ଡାଏଟ୍‌କୁ ନେଇ ଖୁବ୍ ଚର୍ଚ୍ଚା ହେଉଛି । ଯାହାର ନାଁ ରହିଛି ନୋ ର’ ଡାଏଟ୍ । ତେବେ ଏହି ଡାଏଟ୍ କୁ ଅନେକ ସେଲିବ୍ରିଟି ଫଲୋ କରୁଥିବା ଜଣାପଡିଛି । ଖାସ କରି ବଲିଉଡର ଦମଦାର ଅଭିନେତ୍ରୀ ବିଦ୍ୟାବାଲନ ଏହି ଡାଏଟ୍‌କୁ ଅନୁକରଣ କରୁଥିବା ବେଳେ ତାଙ୍କ ଭିତରେ ଏକ ଚମତ୍କାର ପରିବର୍ତ୍ତନ ଦେଖିବକୁ ମିଳିଛି । ଯାହାକୁ ଦଖି ଫ୍ୟାନ୍ସମାନେ ଆଶ୍ଚର୍ଯ୍ୟ ହେବା ସହ ତାଙ୍କର ଏହି ରାଜ ବିଷୟରେ ଜାଣିବାକୁ ଚାହିଁଥିଲେ । ଫଳରେ ଏକ ସାକ୍ଷାତକାରରେ ବିଦ୍ୟାବାଲନ ଏହି ନୋ ର’ ଡାଏଟ୍ ବିଷୟରେ ଖୁଲାସା କରିଥିଲେ । ତେବେ କଣ ଏହି ନୋ ର’ ଡାଏଟ୍ । ଯାହା ପାଇଁ ଅଭିନେତ୍ରୀଙ୍କ ଭିତରେ ଏପରି ଏକ ବିରାଟ ପରିବର୍ତ୍ତନ ଦେଖିବାକୁ ମିଳିଛି । ବର୍ତ୍ତମାନ ଆସନ୍ତୁ ଜାଣିବେ ଏହି ବିଷୟରେ ।

ନୋ ର’ ଡାଏଟ୍ କ’ଣ?

ନାଁ’ରୁ ଯାହା ଜଣାପଡୁଛି, ନୋ ର’ ଡାଏଟ୍ ଅର୍ଥ ଯେଉଁଥିରେ କଞ୍ଚା ଖାଦ୍ୟ ସାମିଲ୍ ହୋଇ ନଥିବ । ବିଶେଷକରି ଏହି ଡାଏଟରେ ସାମିଲ ଥିବା ସମସ୍ତ ଖାଦ୍ୟ ଭଲ ଭାବେ ରୋଷେଇ ହୋଇଥିବ କିମ୍ବା ଭଲ ଭାବେ ପ୍ରୋସେସ୍ଡ କରାଯାଇଥିବ । କେବେ କେବେ କେତେକ ପ୍ରକାରର କଞ୍ଚା ଖାଦ୍ୟ ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଥିବା ଲୋକ, ଗର୍ଭବତୀ ମହିଳା, ଆଲର୍ଜି ହେଉଥିବା ବ୍ୟକ୍ତି ଆଦି ନ ଖାଇବାକୁ ପରାମର୍ଶ ଦିଆଯାଇଥାଏ ।

ପୋଷକ ତତ୍ତ୍ୱ ଅବଶୋଷଣ କରେ: ପରିବାକୁ ରୋଷେଇ କରିବା ଦ୍ୱାରା ଏଥିରେ ଥିବା ପୋଷକ ତତ୍ତ୍ୱର ଜୈବ ଉପଲବ୍ଧତା ବଢିଯାଇଥାଏ, ଯାହା ଶରୀରରେ ସହଜରେ ଅବଶୋଷିତ ହୋଇଯାଇଥାଏ । ଏହା ସେହି ଭିଟାମିନ୍ ଓ ମିନେରାଲ୍ସ ପାଇଁ ଭଲ, ଯାହାକୁ ରୋଷେଇ କରିବା ପରେ ସହଜରେ ଅବଶୋଷିତ ହୋଇଯାଇଥାଏ ।

ଫୁଡ୍ ବର୍ଣ୍ଣ ରୋଗର ଆଶଙ୍କା କମ୍ ରୁହେ: ଖାଦ୍ୟକୁ ଉଚିତ୍ ତାପମାତ୍ରାରେ ରୋଷେଇ କରିବା ଦ୍ୱାରା କଞ୍ଚା ଖାଦ୍ୟରେ ଥିବା ବ୍ୟାକ୍ଟେରିଆ, ଭାଇରସ୍ ଓ ପାରାସାଇଟ୍ସ ମରିଯାଇଥାନ୍ତି । ଏହାଦ୍ୱାରା ଫୁଡ୍ ବର୍ଣ୍ଣ ରୋଗକୁ ରୋକିବାରେ ସହଯୋଗ ମିଳିଥାଏ, ଯାହା ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଥିବା ଲୋକମାନଙ୍କ ପାଇଁ ଲାଭଦାୟକ । ବିଶେଷକରି ଗରମ ଦିନେ ଖାଦ୍ୟ ପ୍ରତି ବିଶେଷ ଧ୍ୟାନ ଦେବା ଜରୁରି, କାରଣ ଏହି ସମୟରେ ଖାଦ୍ୟ ନଷ୍ଟ ହେବାର ଆଶଙ୍କା ଅଧିକ ।

Related Articles

Leave a Reply

Your email address will not be published. Required fields are marked *

Back to top button