IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଶାସ୍ତ୍ର ଅନୁଯାୟୀ ଏହି ସମୟରେ ଶୋଇବା ଲୋକ କେବେବି ଧନୀ ହୋଇପାରନ୍ତି ନାହିଁ ପୁରା ଜୀବନ ଦରିଦ୍ର ହୋଇଯାଆନ୍ତି

ବନ୍ଧୁମାନେ ପ୍ରତ୍ୟେକ ବ୍ୟକ୍ତି ଅତ୍ୟଧିକ ଧନ ରୋଜଗାର କରିବା ପାଇଁ ଚାହାନ୍ତି।ତେଣୁ ସେମାନେ ଧନର ଦେବୀ ମାତା ମହାଲକ୍ଷ୍ମୀଙ୍କୁ ଘରକୁ ଆମନ୍ତ୍ରଣ କରିବା ପାଇଁ ବହୁ ଉପାୟ ମାନ ଅବଲମ୍ବନ କରନ୍ତି।ସମସ୍ତ ବ୍ୟକ୍ତି ଚାହାନ୍ତି କି ମାତା ଲକ୍ଷ୍ମୀ ତାଙ୍କ ଗୃହରେ ବାସ କରନ୍ତୁ ଯାହାଙ୍କ ଦ୍ଵାରା ତାଙ୍କୁ ଧନ ଲାଭ ହେଉ।କିନ୍ତୁ ବେଳେବେଳେ ଏପରି କିଛି ବ୍ୟକ୍ତି ଥାଆନ୍ତି ଯେଉଁ ମାନେ ଭାବନ୍ତି କି କେବଳ ପୂଜା କଲେ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇ ନଥାନ୍ତି ତେଣୁ କିଛି ଟା ନିୟମ ସେମାନେ ଶାସ୍ତ୍ର ଅନୁଯାୟୀ ମାନିଥାନ୍ତି।

ଏହି ନିୟମ ମାନ ତାଙ୍କର ଭକ୍ତି ବା ପୂଜା ପାଠରେ ଆମେ ଅବଲମ୍ବନ କଲେ ଧନ ମିଳିବା ସହିତ ସୁଖ,ସମୃଦ୍ଧି ମଧ୍ୟ ମିଳିଥାଏ। ଏହି ସବୁ ନିୟମକୁ ଧ୍ୟାନ ଦେଇ ଆମେ ଆମର ଇଷ୍ଟ ଦେବତାଙ୍କୁ ପୂଜା କରିବା ବା ତାଙ୍କ ଧ୍ୟାନ କରିବା ଉଚିତ୍।

କୁହାଯାଏ କି ସୌଭାଗ୍ୟ ବା ଧନର ଦେବୀ ମାତା ଲକ୍ଷ୍ମୀଙ୍କର ଭଉଣୀ ମାନେ ହେଉଛନ୍ତି ଅଲକ୍ଷ୍ମୀ।ଏମାନେ ସକାଳ ୫.୩୦ରୁ ସକାଳ ୭.୩୦ ବା ସନ୍ଧ୍ୟା ସମୟ ୫.୩୦ରୁ ସନ୍ଧ୍ୟା ୭.୩୦ ପର୍ଯ୍ୟନ୍ତ ଭ୍ରମଣ କରନ୍ତି।ଏହି ସମୟରେ ଯେଉଁ ଗୃହ ତାଙ୍କୁ ପସନ୍ଦ ଆସେ ସେ ସେହି ଗୃହରେ ପ୍ରବେଶ କରନ୍ତି ଓ ଏହିପରି ଯେଉଁ ଘରକୁ ଅଲକ୍ଷ୍ମୀ ପସନ୍ଦ କରନ୍ତି ସେହି ଘରକୁ ଅଲକ୍ଷ୍ମି ପ୍ରବେଶ କରନ୍ତି।

ତେଣୁ ଏହି ସମୟରେ ଆମେ ଚେଷ୍ଟା କରିବା ଉଚିତ୍ କି ଯେପରି ମାତା ଲକ୍ଷ୍ମୀ ଆମ ଗୃହରେ ପ୍ରବେଶ କରନ୍ତୁ ଏବଂ ଅଲକ୍ଷ୍ମୀ ଆମ ଗୃହରୁ ଦୂରେଇ ଯାଆନ୍ତୁ।ଏହା ସହିତ ନୀତି ଦିନିଆ ଜୀବନରେ ଆମେ କେଉଁ କଥା ଉପରେ ଗୁରୁତ୍ବ ଦେବା ଯାହା ଦ୍ଵାରା ମାତା ଲକ୍ଷ୍ମୀଙ୍କ କୃପା ବନି ରହିବ। ଏହା ଦ୍ଵାରା ଆମ ଘର ପରିବାରର ସବୁ ସମସ୍ୟା ଦୂରେଇ ରହିବ।ଆସନ୍ତୁ ଜାଣିବା ଏହି ସକାଳ ଏବଂ ସନ୍ଧ୍ୟାର କିଛି ନିୟମ ଯାହା ଆମ ଜୀବନରେ ଖୁସି ଭରିଦେବ।

ପ୍ରତିଦିନ ସକାଳୁ ଅବା ସନ୍ଧ୍ୟାରେ ଘରର ମୁଖ୍ୟ ଦ୍ୱାର ସାମ୍ନାରେ କୌଣସି ବି ଅସନା କରିବା ଅନୁଚିତ୍ ବରଂ ଏହାକୁ ସଫା ରଖିବା ଉଚିତ୍। କାରଣ ମହାଲକ୍ଷ୍ମୀ ସର୍ବଦା ସଫା ସୁତୁରା ଉପରେ ଗୁରୁତ୍ବ ଦିଅନ୍ତି।ନଚେତ୍ ଆବର୍ଜନାକୁ ପସନ୍ଦ କରୁଥିବା ଅଲକ୍ଷ୍ମି ଗୃହକୁ ପ୍ରବେଶ କରିବେ। ତେଣୁ ଗୃହକୁ ସଫା ରଖିଲେ ଘରେ ସୌଭାଗ୍ୟ ବାସ କରେ ବା ମହା ଲକ୍ଷ୍ମୀ ବାସ କରନ୍ତି।ଆସନ୍ତୁ ଜାଣିବା ଘରେ କେଉଁ କାମ କଲେ ମହାଲକ୍ଷ୍ମୀ ବାସ କରିବେ।

୧.ଘରର ମୁଖ୍ୟ ଦ୍ଵାରରେ ରଙ୍ଗୋଲି ବା କିଛି ସୁବାସିତ ଫୁଲ ଆଙ୍କି ରଖନ୍ତୁ ବା ଦୀପ ଜଳାଇ ରଖନ୍ତୁ ଯାହା ମହାଲକ୍ଷ୍ମୀଙ୍କର ସ୍ବାଗତ ଭଳି ହୋଇଥାଏ।

୨.ଏହି ସକାଳ ଅବା ସନ୍ଧ୍ୟା ସମୟରେ ଦିଆ ଯାଇଥିବା ନିର୍ଦ୍ଧିଷ୍ଟ ସମୟର ଦୋକାନ,ଘରେ,ବ୍ୟାପାର କ୍ଷେତ୍ରରେ ଠାକୁରଙ୍କ ପୂଜା ଅବଶ୍ୟ କରନ୍ତୁ।ଧୂପ କାଠି ବା ଦୀପ ଜଳାନ୍ତୁ କିମ୍ବା ମିଠା ଭୋଗ ଲଗାନ୍ତୁ।ଏହି ପ୍ରସାଦ ଗ୍ରହଣ କରି ବାକି ସମସ୍ତଙ୍କୁ ବାଣ୍ଟି ଦିଅନ୍ତୁ।ଏହା ଦ୍ଵାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି।

୩.ଏହି ସନ୍ଧ୍ୟା ସମୟ(୫.୩୦ରୁ୭.୩୦)ର ଦିଆ ଯାଇଥିବା ସମୟରେ କୌଣସି ବି ମୁଖ୍ୟ ଦ୍ବାରର ଦୁଆର ବନ୍ଧରେ ବସନ୍ତୁ ନାହିଁ।ଗଣେଶଙ୍କ ମୂର୍ତ୍ତି ଅବା ଫଟୋ ଅବଶ୍ୟ ଲଗାନ୍ତୁ।ରାତିରେ ତୁଳସୀ ଗଛ ପାଖରେ ଦୀପ ଯଲାନ୍ତୁ।

୪.ଏହି ଦୁଇ ଘଣ୍ଟା ଭିତରେ ଚେଷ୍ଟା କରିବେ କୌଣସି ବି ଜିନିଷ ନଖାଇବା ପାଇଁ।ଇଶ୍ୱରଙ୍କ ପୂଜା ପରେ ହିଁ ଭୋଜନ କରନ୍ତୁ।ଅପଶବ୍ଦ,ଲଢେଇ ଝଗଡ଼ା ଠାରୁ ଦୂରେଇ ରୁହନ୍ତୁ ଅବା ମହିଳାଙ୍କୁ ଅପମାନିତ କରନ୍ତୁ ନାହିଁ।କାହାର ମଜାକ ବା ଖରାପ କରନ୍ତୁ ନାହିଁ।ଘରେ ଅଶାନ୍ତି ବା କଳହର ସୃଷ୍ଟି ହେଲେ ମହାଲକ୍ଷ୍ମୀ ରୋଷ କରନ୍ତି ଫଳରେ ଘରେ ଅଲକ୍ଷ୍ମି ବାସ କରନ୍ତି।

୫.ଏହି ୨ଘଣ୍ଟା ଭିତରେ ଘରେ ଝାଡୁ ବା ପୋଛା ଲଗାନ୍ତୁ ନାହିଁ।ବାସନ ବା ସଫା ସଫି କରନ୍ତୁ ନାହିଁ । ତେଣୁ ପ୍ରଥମରୁ ହିଁ ଘର ବା ୟେସବୁ ସଫା ରଖନ୍ତୁ ଓ ମହା ଲକ୍ଷ୍ମୀଙ୍କୁ ସ୍ବାଗତ କରନ୍ତୁ।

୬.ଅନ୍ୟାୟ କାର୍ଯ୍ୟ ବା ପଇସା ଦବା ଓ ନେବା କାର୍ଯ୍ୟ ମଧ୍ୟ କରନ୍ତୁ ନାହିଁ।ନଚେତ୍ ବହୁ ଅସୁବିଧାର ସମ୍ମୁଖୀନ ହେବେ।

୭.ଏହି ସମୟରେ ଗାଧେଇବା ବା ନଖ କାଟିବା ଅନୁଚିତ୍।

୮.ସନ୍ଧ୍ୟା ସମୟରେ ମହିଳା ବା ପୁରୁଷଙ୍କୁ ଶୋଇବା ଅନୁଚିତ୍।ଏହାକୁ ଅଶୁଭ ମାନା ଯାଏ। ଯେଉଁ ଘରର ମହିଳା ଏପରି କରନ୍ତି ମହାଲକ୍ଷ୍ମୀ ସେ ଗୃହକୁ ପ୍ରବେଶ କରନ୍ତି ନାହିଁ। ଏହି ଘରକୁ ଅଲକ୍ଷ୍ମୀ ପ୍ରବେଶ କରନ୍ତି କାରଣ ଏହିସବୁ ଅଲକ୍ଷ୍ମୀ ପସନ୍ଦ କରନ୍ତି । ଏହି ସମୟରେ ଆମକୁ ଆମ ଘରର ବାତାବରଣ ସଫା ବା ସୁଧ ରଖିବା ଉଚିତ୍।

କିଛି ଲୋକ ପାନ ବା ଗୁଟଖା ଆଦି ଖାଇ ଘରର ଏପଟେ ସେପଟେ ପାନ ପିକ ପକାନ୍ତି । ଏପରି ଘରେ ମହାଲକ୍ଷ୍ମୀ ପ୍ରବେଶ କରନ୍ତି ନାହିଁ।ରୋଷେଇ ଘର ଅବା ଗାଧୁଆ ଘର ସବୁବେଳେ ସଫା ରଖନ୍ତୁ। ସନ୍ଧ୍ୟା ସମୟରେ କୌଣସି ବାହାର ଲୋକକୁ ଲୁଣ ବା ଦହି ଦିଅନ୍ତୁ ନାହିଁ।ଏହି ସବୁ କାର୍ଯ୍ୟ ଉପରେ ଧ୍ୟାନ ଦେଲେ ଆମେ ଗୃହକୁ ଲକ୍ଷ୍ମୀଙ୍କୁ ସ୍ବାଗତ କରିପାରିବା।

Related Articles

Leave a Reply

Your email address will not be published. Required fields are marked *

Back to top button