IBN ଓଡ଼ିଶା ବ୍ୟୁରୋ

ବାହାରିଥିବା ପେଟ, Belly Fat, ମୋଟାପା, ଅଣ୍ଟା ଓ ଜଙ୍ଘ ର ଚର୍ବି ସବୁ ମହମ ପରି ତରଳିଯିବ, କରନ୍ତୁ ଏହି ଉପାୟ

ନମସ୍କାର ବନ୍ଧୁଗଣ ତେବେ ଆଜି ଆମେ ଆପଣଙ୍କ ଶରୀରର ଚର୍ବି କମ୍ କରିବା ପାଇଁ ଏକ ଚମତ୍କାରୀ ପାନୀୟ ବିଷୟରେ କହିବୁ ଯାହା ଆପଣଙ୍କ ମେଟାବୋଲିଜିମ କମ୍ କରିବା ସହ ଦିନସାରା କାମ କରିବାକୁ ଆପଣଙ୍କୁ ଶକ୍ତି ମଧ୍ୟ ଯୋଗାଇବ । ଏହା ପ୍ରସ୍ତୁତ କରିବା ପାଇଁ କେବଳ ତିନୋଟି ସାମଗ୍ରୀର ଆବଶ୍ୟକ ପଡିବ ଯାହା ପ୍ରତ୍ଯେକଙ୍କ ରୋଷେଇ ଘରୁ ଅତି ସହଜରେ ମିଳିଯାଏ । ତେବେ ଚାଲନ୍ତୁ ଜଣାଇବା ଏହି ଡ୍ରିଙ୍କକୁ କେମିତି ପ୍ରସ୍ତୁତ କରିବେ ଓ ଚର୍ବି ତରଳାଇବା ପାଇଁ କିଭଳି ଭାବେ ଏହାକୁ ସେବନ କରିବେ ।

ତେବେ ଏହି ଘରୋଇ ଫ୍ୟାଟ କଟର୍ ଡ୍ରିଙ୍କକୁ ପ୍ରସ୍ତୁତ କରିବା ପାଇଁ ଆପଣ ପ୍ରଥମେ ଗ୍ଯାସରେ ଏକ ପ୍ୟାନ ବସାନ୍ତୁ ଓ ସେଥିରେ ଏକ ଗ୍ଳାସ ପାଣି ଢାଳନ୍ତୁ । ଏବେ ଆପଣଙ୍କୁ ପ୍ରଥମ ସାମଗ୍ରୀର ଆବଶ୍ୟକ ହେବ ତାହା ହେଉଛି ଏକରୁ ଦେଢ ଇଞ୍ଚ ଲମ୍ବର ଏକ ଡାଲଚିନି । ଡାଲଚିନି ହଜମକ୍ରିୟା ଓ ମେଟାବୋଲିଜିମକୁ ବୁଷ୍ଟ କରିଥାଏ ଓ ଟାଇପ-୨ ଡାଇବେଟିସ ରୋଗୀଙ୍କ ପାଇଁ ମଧ୍ୟ ବେଶ ଲାଭଦାୟକ ହୋଇଥାଏ ।

ଏଥିରେ ଏମିତି ଚମତ୍କାରୀ ତତ୍ତ୍ଵ ରହିଥାଏ ଯାହା ଆପଣଙ୍କ ଶରୀରର ଫ୍ୟାଟ ବର୍ଣ୍ଣିଂ କାପାସିଟିକୁ ବଢାଇଥାଏ । ତେବେ ପାଣିରେ ଡାଳିଚିନି ଖଣ୍ଡ ପକାଇବା ପରେ ଏହାକୁ ଢାଙ୍କି ଦୁଇରୁ ତିନି ମିନିଟ ଯାଏଁ ଭଲରେ ବଏଲ କରନ୍ତୁ, ଯେମିତି ଡାଲଚିନିର ସମସ୍ତ ପୋଷକତତ୍ତ୍ଵ ଏହି ପାଣିକୁ ଆସିଯିବ । ଆପଣ ଚାହିଁଲେ ଏଥିରେ ଡାଲଚିନି ଖଣ୍ଡ ବଦଳରେ ଘର ତିଆରି ଡାଲଚିନି ପାଉଡରର ମଧ୍ୟ ବ୍ୟବହାର କରିପାରିବେ ।

ଏହାପରେ ଆଉ ଏକ ସାମଗ୍ରୀର ଆବଶ୍ୟକ ହେବ ତାହା ହେଉଛି କଫି ପାଉଡର । କଫିରେ ଥିବା ତତ୍ତ୍ଵ ଆପଣଙ୍କ ମେଟାବୋଲିଜିମକୁ ବୃଦ୍ଧି କରି ଫ୍ୟାଟ ମଧ୍ୟ ବର୍ଣ୍ଣ କରିଥାଏ । ଏଥିରୁ ମିଳିଥାଏ ନିଆସିନ, ପୋଟାସିୟମ ଏବଂ ମ୍ୟାଗ୍ନେସିୟମ, ଯାହାକି ଆପଣଙ୍କ ଓଜନ ହ୍ରାସ କରିବା ପାଇଁ ଚମତ୍କାରୀ ଭାବେ କାର୍ଯ୍ୟ କରିଥାଏ ।

କଫି ପକାଇବା ପରେ ଆପଣ ଏହାକୁ ଆଉ ଦୁଇ ମିନିଟ ବଏଲ କରନ୍ତୁ ଏବଂ ଆଉ ଏକ କପ୍ କୁ ଛାଣି ନିଅନ୍ତୁ । ଏବେ ଆପଣଙ୍କ ଫ୍ୟାଟ କଟର୍ ଡ୍ରିଙ୍କ ବନି ପ୍ରସ୍ତୁତ ହୋଇଗଲା । ତେବେ ଏଥିରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ମିଶାବବାକୁ ହେବ । କାରଣ ଅନେକ ସମୟରେ ଡାଏଟ କରୁଥିବା ବେଳେ ଲୋକଙ୍କର ଜଏଣ୍ଟ ପେନ୍ ସମସ୍ଯା ବଢିଯାଏ ।

ତେବେ ଭିଟାମିନ-ସି ଅଭାବରୁ ଏଭଳି ହୋଇପାରେ ଓ ଭିଟାମିନପ-ସି ଆମ ଶରୀରକୁ ଆଇରନ ଗ୍ରହଣ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ତେଣୁ ଭିଟାମିନ-ସି ର ସବୁଠୁ ଭଲ ଉତ୍ସ ଫାଳେ ଲେମ୍ବୁର ରସ ଆପଣଙ୍କୁ ଏହି ଡ୍ରିଙ୍କରେ ମିଶାଇବାକୁ ହେବ । ଏହି ଡ୍ରିଙ୍କକୁ ଆପଣ ସକାଳୁ ସକାଳୁ ବନେଇ ଖାଲି ପେଟରେ ସେବନ କରନ୍ତୁ । କାରଣ ଆପଣଙ୍କ ମେଟାବୋଲିଜିମକୁ ବୁଷ୍ଟ କରିବାର ଏହା ହେଉଛି ସଠିକ ସମୟ । ଏହା ସହିତ ଆପଣ ବ୍ୟାୟାମ କରନ୍ତୁ, ସନ୍ତୁଳିତ ଖାଦ୍ୟ ଖାଆନ୍ତୁ, ପ୍ରତିଦିନ ୨-୩ ଲିଟର ପାଣି ନିଶ୍ଚୟ ପିଅନ୍ତୁ, ଷ୍ଟ୍ରେସ କମ୍ ନିଅନ୍ତୁ ଓ ୭-୮ ଘଣ୍ଟା ଭଲ ନିଦ୍ରା ଯାଆନ୍ତୁ । ନିଶ୍ଚିତ ଭାବେ ଆପଣଙ୍କ

Related Articles

Leave a Reply

Your email address will not be published. Required fields are marked *

Back to top button