ସାଧାରଣ ଖାଦ୍ୟ ଭାବି ଆମେ ପ୍ରତିଦିନ ଖାଉଥିବା ଏହି ୪ଟି ଜିନିଷ ବ୍ରେନ୍ ପାଇଁ ହାନିକାରକ, ଆଜିଠୁ ଖାଇବା ଛାଡ଼ନ୍ତୁ
ବର୍ତ୍ତମାନ ସମୟରେ ସମସ୍ତେ ନିଜ ନିଜ ଶରୀରକୁ ଫିଟ୍ ରଖିବା ପାଇଁ ବେଶ୍ ଆଗ୍ରହୀ । ସମସ୍ତେ ନିଜ ଶରୀରକୁ ନେଇ ବେଶ୍ ସଜାଗ ରହୁଛନ୍ତି । ତେବେ କଣ ଆପଣ ଜାଣିଛନ୍ତି କି ଶରୀର ସହ ଆମକୁ ଆମ ମସ୍ତିଷ୍କର ମଧ୍ୟ ଯତ୍ନ ନେବାକୁ ପଡ଼ିଥାଏ ।
ଆଜ୍ଞା ହଁ, ଆପଣ ଠିକ୍ ଶୁଣିଛନ୍ତି । କାରଣ ମସ୍ତିଷ୍କର ସଠିକ୍ ଯତ୍ନ ନ ନେବା ଦ୍ଵାରା ଆପଣ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୋଇ ପାରନ୍ତି । ତେବେ ଆମର ନିତି ଦିନିଆ ଜୀବନର ଖାଦ୍ୟ ଶୈଳୀ ହିଁ ଆମର ମସ୍ତିଷ୍କ ଉପରେ କୁ ପ୍ରଭାବ ପକାଇଥାଏ ।
ତେବେ ଆସନ୍ତୁ ଜାଣିବା ଏପରି କେଉଁ ସବୁ ଖାଦ୍ୟ ରହିଛି ଯାହା ଆମର ମସ୍ତିଷ୍କ ଉପରେ କୁ ପ୍ରଭାବ ପକାଇଥାଏ …………
ମାଛ :
ମାଛରେ ଓମେଗା – ୩ ସହ ଫ୍ୟାଟି ଏସିଡ ଏବଂ ପାରା ନାମକ ଏକ ଉପାଦାନ ରହିଥାଏ । ତେଣୁ ଅତ୍ୟଧିକ ମାଛ ଖାଇବା ଦ୍ୱାରା ଏହା ଆମ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପକାଇଥାଏ ଏବଂ ଏହା ଦ୍ବାରା ଆମର ସ୍ମରଣ ଶକ୍ତି ମଧ୍ୟ ଦୁର୍ବଳ ହୋଇଥାଏ ।
କୋଲ୍ଡ ଡ୍ରିଙ୍କ୍ସ :
ସାଧାରଣତଃ ସମସ୍ତେ କୋଲ୍ଡ ଡ୍ରିଙ୍କ୍ସ ପିଇବାକୁ ବେଶ ପସନ୍ଦ କରିଥାନ୍ତି । ମାତ୍ର କୋଲ୍ଡ ଡ୍ରିଙ୍କ୍ସରେ ବହୁ ମାତ୍ରାରେ ରାସାୟନିକ ପଦାର୍ଥ ମିଶୁଥିବାରୁ ଏହା ପିଇବା ଦ୍ଵାରା ଏହା ମସ୍ତିଷ୍କ ପାଇଁ ହାନିକାରକ ହୋଇଥାଏ ।
ବ୍ରେଡ, ସ୍ନାକ୍ସ :
ବ୍ରେଡ, କୁକିଜ ଏବଂ ସ୍ନାକ୍ସରେ ଫାଇବରର ମାତ୍ରା ବହୁ କମ୍ ରହିଥାଏ । ଯାହାକି ମସ୍ତିଷ୍କ ପାଇଁ ଅତ୍ୟନ୍ତ କ୍ଷତିକାରକ ଅଟେ । ତେଣୁ ଏଭଳି ଖାଦ୍ୟ ପଦାର୍ଥ ଠାରୁ ବହୁ ମାତ୍ରାରେ ଦୂରେଇ ରହିବା ଉଚିତ୍ ।
ଆଲକୋହୋଲ :
ଆଲକୋହୋଲର ପ୍ରଭାବ ଫୁସଫୁସ୍ , ଯକୃତ ଏବଂ ମସ୍ତିଷ୍କ ଉପରେ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ । ଅତ୍ୟଧିକ ଆଲକୋହୋଲ ସେବନ ମସ୍ତିଷ୍କର ମେଟାବଲିଜିମ ଉପରେ ପ୍ରଭାବ ପକାଇବା ସହ ସ୍ମରଣ ଶକ୍ତି ହ୍ରାସ ହୋଇଥାଏ ।