କଣ ଆପଣ ବି ଏହି ଖାଦ୍ୟ ଖାଉଛନ୍ତି କି? ତେବେ ଆଜିଠୁ ଛାଡ଼ନ୍ତୁ କିଡନୀରେ ଷ୍ଟୋନ ସୃଷ୍ଟି କରିବାର ମୁଖ୍ୟ କାରଣ ସାଜୁଛି

କଣ ଆପଣ ଜାଣନ୍ତି କି କିଡନୀରେ ଷ୍ଟୋନ୍ ହେବାର କାରଣ କଣ ? ତେବେ ପ୍ରଫେସରଙ୍କ କହିବା ଅନୁସାରେ କିଡନୀରେ ଷ୍ଟୋନ୍ ହେବାର ମୁଖ୍ୟ କାରଣ ହେଉଛି ଆପଣଙ୍କର ଖାଦ୍ୟ । ଯଦି ଆପଣ ନିଜକୁ ଏହି ସମସ୍ୟା ଠାରୁ ଦୂରେଇ ରଖିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ବଦଳାଇବାକୁ ପଡ଼ିବ ନିଜର ଖାଦ୍ୟାଭାସ ।
ତେବେ ଆସନ୍ତୁ ଜାଣିବା ଏପରି କେଉଁ ସବୁ ଖାଦ୍ୟ ରହିଛି ଯାହା ଆପଣଙ୍କ କିଡନୀରେ ଷ୍ଟୋନ ସୃଷ୍ଟି କରିବାରେ ସହାୟକ ହୋଇଥାଏ……

* ଟମାଟୋ :
ଆପଣ ଦେଖିଥିବେ ରୋଷେଇ ସମୟରେ ସ୍ତ୍ରୀ ଲୋକମାନେ ସେ ଡାଲି ହେଉ କି ତରକାରୀ ସବୁଥିରେ ଟମାଟୋର ପ୍ରୟୋଗ କରିଥାନ୍ତି । କିନ୍ତୁ ଟମାଟୋରୁ ଅକ୍ସାଲେଟ ମିଳିଥାଏ ଯାହା କିଡନିରେ ଷ୍ଟୋନ ସୃଷ୍ଟି କରିଥାଏ । ତେଣୁ ଯେତେ ସମ୍ଭବ ଟମାଟୋର ବ୍ୟବହାର କମାନ୍ତୁ ।
* ମାଂସ :
ସାଧାରଣତଃ ସମସ୍ତେ କୁକୁଡା କିମ୍ୱା ଛେଳି ମାଂସ ଖାଇବାକୁ ବିଶେଷ ଭଲ ପାଇଥାନ୍ତି । କିନ୍ତୁ ଏହି ମାଂସ କିଡନିରେ ଷ୍ଟୋନ ସୃଷ୍ଟି କରିବାରେ ବେଶ୍ ସହାୟକ ହୋଇଥାଏ । ତେଣୁ ମାଂସ ଖାଇବାର ପରିମାଣ କମାଇବା ସହିତ କେବଳ ମଧ୍ୟାହ୍ନ ଭୋଜନରେ ହିଁ ଏହାକୁ ଗ୍ରହଣ କରନ୍ତୁ ।
* ସୋଡ଼ିୟମ ଯୁକ୍ତ ଖାଦ୍ୟ :
ଏପରି ଖାଦ୍ୟ କିଡନିରେ ଷ୍ଟୋନ ସୃଷ୍ଟି କରିବାର ଏକ ମୁଖ୍ୟ କାରଣ । ତେବୁ ଯଥା ସମ୍ଭବ ଏପରି ଖାଦ୍ୟ ନ ଖାଇବା ପାଇଁ ଚେଷ୍ଟା କରନ୍ତୁ ।




