IBN ଓଡ଼ିଶା ବ୍ୟୁରୋ

ବଜାରରେ ମିଳୁଥିବା ଗୁପଚୁପରେ ମିଶୁଛି ରାସାୟନିକ ଗୁଣ୍ଡ, ହୋଇପାରେ କ୍ୟାନସର, ଜାଣନ୍ତୁ ପୁରା ଖବର

କଣ ଆପଣ ବି ଗୁପଚୁପ ଖାଇବାକୁ ଭଲ ପାଆନ୍ତି କି ? ତେବେ ହୋଇ ଯାଆନ୍ତୁ ସାବଧାନ କାରଣ ଏଣିକି ଗୁପଚୁପ ଖାଇଲେ ହେଉଛି କ୍ୟାନ୍ସର ! ଆଜ୍ଞା ହଁ, କଥାଟି ହୁଏ ତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁ ଥାଇପାରେ । କିନ୍ତୁ ଏହା ସତ ।

କର୍ଣ୍ଣାଟକର ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ ତଥା ଏଫଏସଏଆଇରୁ ମିଳିଥିବା ସୂଚନା ଅନୁସାରେ , ପ୍ରାୟତଃ ୨୬୦ଟି ଗୁପଚୁପ ପରୀକ୍ଷା ପାଇଁ ଯାଇଥିଲା । ଯେଉଁଥିରୁ ଜଣା ପଡ଼ିଛି କି ପ୍ରାୟତଃ ୪୪ଟି ଗୁପଚୁପରେ ରାସାୟନିକ ରଙ୍ଗ ମିଶୁଥିବା ବେଳେ ୧୮ଟି ଖାଦ୍ୟ ଉପଯୋଗୀ ନୁହେଁ । ଏବଂ ଏହି ଗୁପଚୁପ ଗୁଡିକରେ କ୍ୟାନ୍ସର ସୃଷ୍ଟି କରୁଥିବା ପଦାର୍ଥ ମଧ୍ୟ ମିଶି ରହିଛି ବୋଲି ଏଫଏସଏଆଇ ସୂଚନା ଦେଇଛି ।

A

ତେବେ କର୍ଣ୍ଣାଟକର ଖାଦ୍ୟ ସୁରକ୍ଷା କମିଶନର ଶ୍ରୀନିବାସ କେଙ୍କ କହିବା ଅନୁସାରେ, କର୍ଣ୍ଣାଟକରେ ଗୁପଚୁପକୁ ନେଇ ଅନେକ ଅଭିଯୋଗ ଆସିଥିଲା । ପରେ ପୋଲିସ ବିଭାଗ ବିଭିନ୍ନ ସ୍ଥାନରୁ ଗୁପଚୁପ ସଂଗ୍ରହ କରି ଲ୍ୟାବକୁ ପରୀକ୍ଷଣ ପାଇଁ ପଠାଇଥିଲା ।

ଯେଉଁଠାରେ ଜଣା ପଡିଥିଲା କି, ଏହି ଗୁପଚୁପରେ ବିଭିନ୍ନ କୃତ୍ରିମ ରଙ୍ଗ ମିଶା ଯାଉଛି ଯାହା ପେଟ ସମସ୍ୟା ଠାରୁ ଆରମ୍ଭ କରି ହୃଦରୋଗ ପରି ରୋଗର କାରଣ ପାଲଟିପାରେ । ଏହା ସହିତ ଏଥିରେ କ୍ୟାନ୍ସର ସୃଷ୍ଟି କରୁଥିବା ପଦାର୍ଥ ମଧ୍ୟ ମିଶା ଯାଉଛି ବୋଲି ଜଣା ପଡିଥିଲା । ତେଣୁ ଏଫଏସଆଇର ଗୁପଚୁପକୁ ନେଇ ଏଭଳି ରିପୋର୍ଟ ଦେବା ପରେ ବର୍ତ୍ତମାନ କର୍ଣ୍ଣାଟକ ସରକାର ଗୁପଚୁପ , ମଞ୍ଚୁରିଆନ ଏବଂ କଟନ କ୍ୟାଣ୍ଡି ଭଳି ଖାଦ୍ୟ ପଦାର୍ଥରେ କୃତ୍ରିମ ରଙ୍ଗ ନ ମିଶାଇବା ପାଇଁ କହିଛି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button