ଦେଶ

ସରକାରଙ୍କ ଦ୍ଵାରା ଜାରି ହେଲା ଗାଇଡଲାଇନ୍, ଏହି ଯାନଙ୍କୁ ମିଳିବାକୁ ଯାଉଛି ମାଗଣା ବିଜୁଳି, ଜାଣନ୍ତୁ କିପରି କରିବେ ଆବେଦନ

ସରକାରଙ୍କ ଦ୍ୱାରା ଲାଗୁ ହେଲା ନୂଆ ଯୋଜନା । ଏହି ଯୋଜନା ଅନୁସାରେ ସାଧାରଣ ଲୋକମାନେ ପାଇ ପାରିବେ ମାଗଣା ବିଜୁଳି । ମାଗଣା ବିଜୁଳି ସହିତ ସରକାରଙ୍କ ଦ୍ଵାରା ବାର୍ଷିକ ସବସିଡି ମଧ୍ୟ ପ୍ରଦାନ କରାଯିବ ।

ତେବେ ଯୋଜନାଟିରନାମ ହେଉଛି ପିଏମ୍ ସୂର୍ଯ୍ୟ ଘର ଯୋଜନା । ଏହି ଯୋଜନାର ମୂଳ ଲକ୍ଷ ହେଉଛି ଲୋକ ମାନଙ୍କ ନିକଟରେ ମାଗଣା ବିଜୁଳି ପହଞ୍ଚାଇବା । କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏକ୍ସରେ ଏହି ଯୋଜନା ବିଷୟରେ ପ୍ରକାଶ କରିଛନ୍ତି ।

Ay

କେନ୍ଦ୍ର ମନ୍ତ୍ରୀଙ୍କ କହିବା ଅନୁଯାୟୀ, ଏହି ଯୋଜନା ପାଇଁ ମୋଟ ୭୫୦୨୧ କୋଟି ଟଙ୍କାର ବଜେଟ୍ ରହିଛି । ବିଜୁଳି ପ୍ରଦାନ କରୁଥିବା ଡିସ୍କମ କମ୍ପାନୀକୁ ମଧ୍ୟ ଏଥି ନିମନ୍ତେ ୪.୯୫୦ କୋଟି ଟଙ୍କା ଦିଆ ଯାଇଛି ।

ଏହି ଯୋଜନା ଅନୁସାରେ, ପ୍ରତି ଘରେ ଘରେ ଲୋକେ ନିଜ ଛାତ ଉପରେ ସୋଲାର ପ୍ୟାନେଲ ଲଗାଇ ଏହି ଯୋଜନାର ଲାଭ ଉଠାଇ ପାରିବେ । ଏହି ଯୋଜନାର ଲକ୍ଷ ହେଉଛି ଲୋକଙ୍କୁ ପ୍ରତି ମାସରେ ୩୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ପ୍ରଦାନ କରିବା ।

ତେବେ ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସରକାର ଏହା ସହିତ ଲୋକଙ୍କୁ ବାର୍ଷିକ ୭୮୦୦୦ ସବସିଡି ମଧ୍ୟ ପ୍ରଦାନ କରିବେ । ଆପଣ ମଧ୍ୟ ନିଜକୁ ଏହି ଯୋଜନାରେ ସାମିଲ କରି ପାରିବେ ।

ଯଦି ଆପଣ ଏହି ଯୋଜନାର ଲାଭ ଉଠାଇବାକୁ ଚାହୁଁଥାନ୍ତି ତେବେ ଆପଣଙ୍କୁ ପ୍ରଥମେ ଅନଲାଇନରେ ଏହାର ଅଫିସିଆଲ୍ ୱେବସାଇଟ pm.suryaghar.govt.inରେ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ । ଏହା ସହିତ ପ୍ରୁଫ ଭାବେ ଆଧର କାର୍ଡ, ଇନକମ୍ ସାର୍ଟିଫିକେଟ, ପାସପୋର୍ଟ ସାଇଜ ଫଟୋ ଏବଂ ପୂର୍ବ ବିଜୁଳି ବିଲ୍ ର ଆବଶ୍ୟକତା ରହିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button