ଦେଶ
ନାତୁଣୀ ବାହାଘରରେ ନିଆଁରେ ଜଳିଗଲେ ଜେଜେବାପା – Ibnodisha

[ad_1]
ରାଜସ୍ଥାନ : ରାଜସ୍ଥାନର ବୁନ୍ଦିରେ ମଙ୍ଗଳବାର ରାତିରେ ଏକ ବିବାହ ଉତ୍ସବ ଚାଲିଥିଲା । ସମସ୍ତେ ଆନନ୍ଦର ସହ ବିବାହ ଉତ୍ସବକୁ ମନାଉଥିଲେ । ମେହେନ୍ଦି ସମାରୋହ ପରେ ସମସ୍ତେ ରାତି ପ୍ରାୟ ୨ଟାରେ ହୋଟେଲ ରୁମ୍, ସଫାରି ଟେଣ୍ଟ ଆଦି ସ୍ଥାନକୁ ଶୋଇବାକୁ ଯାଇଥିଲେ । ସକାଳ ପ୍ରାୟ ୬ ଟା ସମୟରେ ମ୍ୟାରେଜ୍ ଗାର୍ଡେନରେ ଥିବା ଏକ ସଫାରି ଟେଣ୍ଟରେ ସର୍ଟ ସର୍କିଟ ଯୋଗୁ ନିଆଁ ଲାଗିଯାଇଥିଲା । ଏଭଳି ନିଆଁ ଲାଗିବା ଯୋଗୁ ସଫାରି ତମ୍ବୁ ପୋଡି ପାଉଁଶ ହୋଇଯାଇଥିଲା। ସେହି ସମୟରେ କନ୍ୟାର ଜେଜେବାପା ସେହି ସଫରି ତୁମ୍ବି ଭିତରେ ଶୋଇଥିଲେ । ନିଆଁର ପ୍ରଭାବ ଅଧିକ ଥିବାରୁ କନ୍ୟାର ଜେଜେବାପା ବାହାରକୁ ଆସିପାରିନଥିଲେ । ଫଳରେ ସେହି ତୁମ୍ବି ଭିତରେ ତାଙ୍କର ଜୀବନ ଚାଲିଯାଇଥିଲା । ଏହି ଘଟଣାରେ ପରିବାରରେ ଶୋକର ଛାୟା ଖେଳିଯାଇଛି । ଏନେଇ ପୋଲିସ ମଧ୍ୟ ତଦନ୍ତ ଆରମ୍ଭ କରିଛି ।
The post ନାତୁଣୀ ବାହାଘରରେ ନିଆଁରେ ଜଳିଗଲେ ଜେଜେବାପା appeared first on ONA KHABAR.
[ad_2]