ଦେଶ

ନାଇଜେରିଆରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ୨୬ ସୈନିକ ମୃତ, ୮ ଆହତ – Ibnodisha

[ad_1]

ବ୍ୟୁରୋ : ନାଇଜେରିଆରେ ବାୟୁସେନା ହେଲିକପ୍ଟର କ୍ରାସ । ଏହି ଘଟଣାରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଆହତ ହୋଇଛନ୍ତି । ଏମଆଇ-୧୭୧ ହେଲିକପ୍ଟର ଜୁନଗେରରୁ ଉଡାଣ ଭରିଥିଲା । ଦୁର୍ଘଟଣା ପରେ ଘଟଣାର ଯାଞ୍ଚ ଆରମ୍ଭ ହୋଇଛି ।ସୂଚନାଯୋଗ୍ୟ,ଏମଆଇ-୧୭୧ ହେଲିକପ୍ଟର ଜୁନଗେରରୁ ଉଡାଣ ଭରିଥିଲା । ହେଲିକପ୍ଟରଟି ଦଙ୍ଗା ମଧ୍ୟରୁ ଆହତଙ୍କୁ ଉଦ୍ଧାର କରୁଥିଲା । ଏହି ସମୟରେ ଦୁର୍ଘଟଣାର ଶିକାର ହୋଇଥିଲା । ତେବେ ଫାୟାରିଂ ଯୋଗୁଁ ହେଲିକପ୍ଟର କ୍ରାସ ହୋଇଥିବା କୁହାଯାଉଛି । ତେବେ ଏ ବିଷୟରେ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟୋକ୍ତି ମିଳିନାହିଁ ।ରିପୋର୍ଟ ଅନୁସାରେ, ହେଲିକପ୍ଟର ଦୁର୍ଘଟଣାରେ ୩ ଅଧିକାରୀଙ୍କ ସହିତ ୨୩ ସୈନିକ ଏବଂ ୩ ଜଏଣ୍ଟ ଟାସ୍କ ଫୋର୍ସର କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଆଉ ୮ ଜଣ ଆହତ ହୋଇଛନ୍ତି । ସେମାନଙ୍କର ଚିକିତ୍ସା ଚାଲିଛି । କିଛିଙ୍କ ଅବସ୍ଥା ଗୁରୁତର ରହିଛି । ତେବେ ଆଗକୁ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି । ଦୁର୍ଘଟଣାର ଶିକାର ହୋଇଥିବା ହେଲିକପ୍ଟରରେ ୧୧ ମୃତ ଏବଂ ୭ ଜଣ ଆହତ ଲୋକେ ରହିଥିଲେ । ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆହତଙ୍କ ଚିକିତ୍ସା ସ୍ଥାନୀୟ ହସପିଟାଲରେ କରାଯାଉଛି ।ସୂଚନାଯୋଗ୍ୟ, ନାଇଜେରିଆରେ ମଧ୍ୟ ଏବଂ ଉତ୍ତର ପଶ୍ଚିମ ଭାଗରେ ଲୁଟେରାଙ୍କ ଆତଙ୍କ ଦେଖାଯାଇଛି । ପ୍ରତିଦିନ ଆକ୍ରମଣ, ଅପହରଣ ଏବଂ ଲୁଟପାଟ୍‌ ଘଟଣା ସାମ୍ନାକୁ ଆସିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button