ସୋନମ ସୁଟିଂ ସେଟରେ ସମସ୍ତଙ୍କୁ ଅପେକ୍ଷା କରାଇ ସପିଂ କରନ୍ତି ! ଏଭଳି କହିବା ପରେ କ୍ଷମା ମାଗିଲେ ରାଣା – Ibnodisha
[ad_1]
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସୋନମ କପୁର ସୁଟିଂ ସେଟରେ ସମସ୍ତଙ୍କୁ ଅପେକ୍ଷା କରାଇ ସପିଂ କରନ୍ତି। ହାଇଦ୍ରାବାଦରେ ଅଭିନେତା ଦଲକିର୍ ସଲମାନଙ୍କ ଆଗାମୀ ଚଳଚ୍ଚିତ୍ର ‘କିଙ୍ଗ ଅଫ୍ କୋଠା’ର ପ୍ରି-ରିଲିଜ୍ ଇଭେଣ୍ଟରେ ଯୋଗ ଦେଇ ଅଭିନେତା ରାଣା ଦଗ୍ଗୁବତୀ ଏଭଳି କହିଥିବା ସାମ୍ନାକୁ ଆସିଛି। ଏହି କାର୍ଯ୍ୟକ୍ରମରେ ସେ ଦଲକିରଙ୍କୁ ସୁଟିଂ ସେଟରେ ବହୁତ ଧୌର୍ଯ୍ୟ ଧରିଥିବାରୁ ତାଙ୍କ ପ୍ରଶଂସା କରିଥିଲେ ଏବଂ ସୋନମ କପୁରଙ୍କୁ ପରିହାସ କରିଥିଲେ। ତେବେ ଏହି କଥାକୁ ନେଇ ସୋନମଙ୍କୁ ଲୋକେ ସମାଲୋଚନା କରିବାରୁ ରାଣା ଏବେ ଟ୍ବିଟ କରି କ୍ଷମା ପ୍ରାର୍ଥନା କରିଥିବା ଦେଖାଯାଇଛି।
ରାଣା କହିଥିଲେ ଯେ, “ବଲିଉଡର ଜଣେ ବରିଷ୍ଠ ନାୟିକା ତାଙ୍କ ସ୍ୱାମୀଙ୍କ ସହ ଫୋନରେ କଥା ହେଉଥିଲେ। ସୁଟିଂ ଚାଲିଥିବା ମଧ୍ୟରେ ସେ ଏହା କରୁଥିଲେ। ଯଦି କିଛି ଜରୁରୀ କଥା ଥାନ୍ତା, ତେବେ ବୁଝାପଡ଼ିଥାନ୍ତା। କିନ୍ତୁ ଅଭିନେତ୍ରୀଜଣକ ଫୋନରେ ସପିଂ କରୁଥିଲେ। ଦଲକିର୍ ବହୁତ ଧୌର୍ଯ୍ୟବାନ ଥିଲେ। କାରଣ ଅଭିନେତ୍ରୀଜଣକ ଫୋନରେ କଥା ହେବା ପରେ ନିଜର ସଂଳାପ ଭୁଲିଯାଇଥିଲେ। ”
ତେବେ ସେ ସୋନମଙ୍କ ନାମ ନେଇନଥିଲେ ବି ରାଣା ସୋନମଙ୍କ କଥା ହିଁ କହୁଥିଲେ ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ହୋଇଥିଲା। ଏହା ପରେ ସୋନମଙ୍କୁ ଟାର୍ଗେଟ କରାଯାଇଥିଲା। ଏହା ଦେଖି ତୁରନ୍ତ ନିଜର ମନ୍ତବ୍ୟ ପାଇଁ କ୍ଷମା ମାଗିଥିଲେ ରାଣା। ତେବେ ସୋନମ ଓ ଦଲକିର୍ ‘ଦି ଜେୟା ଫ୍ୟାକ୍ଟର’ ଫିଲ୍ମରେ କାମ କରିଥିଲେ। ଏହି ଫିଲ୍ମର ସୁଟିଂ ସେଟରେ ସୋନମ ସମସ୍ତଙ୍କୁ ଅପେକ୍ଷା କରାଇଥିବା କୁହାଯାଉଛି।
[ad_2]