ମନୋରଞ୍ଜନ

ଦେଖିବାକୁ ଗୋଲ୍ କିନ୍ତୁ ବଲ୍ ନୁହେଁ । ଲାଞ୍ଜ ଅଛି କିନ୍ତୁ ପଶୁ ନୁହେଁ । ଲାଞ୍ଜ ଧରି ସମସ୍ତେ ଖେଳନ୍ତି । ତଥାପି କାନ୍ଦେନି କୁହ ସେ କିଏ ?

ଆପଣ ମାନଙ୍କ ପାଇଁ କିଛି ଜ୍ଞାନଭରା ତଥ୍ୟ ସହ କିଛି କୌତୁହଳ କଥା ମଧ୍ୟ ଏଠାରେ ନେଇକି ଆସିଛୁ । ଯାହାକି ଆପଣଙ୍କ ବ୍ୟସ୍ତବହୁଳ ଜୀବନରେ କିଛି କୌତୁହଳ କଥାର ପ୍ରୟାସ ମାଧ୍ୟମରେ ଜ୍ଞାନ ଭରିଦେବାର ଆଶା ରଖିଛୁ । ତେବେ ବନ୍ଧୁଗଣ ଆଉ ସମୟ ବିଳମ୍ବ ନକରି ଚାଲନ୍ତୁ ଆପଣଙ୍କ ପାଇଁ ନେଇକି ଆସିଥିବା ସେହି ଜ୍ଞାନପୂର୍ଣ୍ଣ ପ୍ରଶ୍ନ ଓ ତାହାର ଉତ୍ତର ବିଷୟରେ ଏଠାରେ ଆଲୋଚନା କରି ଜାଣିବା ।

 

1- ଦେଖିବାକୁ ଗୋଲ୍ କିନ୍ତୁ ବଲ୍ ନୁହେଁ । ଲାଞ୍ଜ ଅଛି କିନ୍ତୁ ପଶୁ ନୁହେଁ । ଲାଞ୍ଜ ଧରି ସମସ୍ତେ ଖେଳନ୍ତି । ତଥାପି କାନ୍ଦେନି କୁହ ସେ କିଏ ?

ଉତ୍ତର;- ବେଲୁନ୍ ।

2- ସେ କିଏ ମୁଣ୍ଡ ନାହିଁ । ତଥାପି କ୍ୟାପ ପିନ୍ଧେ । ସେ କିଏ ?

ଉତ୍ତର;- ବୋତଲ ।

3- ମୁଁ ଜଣେ ମଣିଷକୁ ଦୁଇ ଜଣ କରିଦିଏ । ତେବେ ମୁଁ କିଏ ?

ଉତ୍ତର;- ଆଇନା ।

4- କେଉଁ ଜୀବର ପାଦ ନାହିଁ । କିନ୍ତୁ ଚାଲିପାରେ । କାନ ନାହିଁ କିନ୍ତୁ ଶୁଣିପାରେ । ସେ କିଏ ?

ଉତ୍ତର;- ସାପ ।

5- ସେ କିଏ ଯିଏ ସବୁବେଳେ ତା’ ମୁହଁକୁ ଭୂମୀରେ ଘସୁଥାଏ । ?

ଉତ୍ତର;- ଝାଡୁ ।

6- କେଉଁ ଦୀପ ଜଳେ ନାହିଁ ?

ଉତ୍ତର;- ପାରାଦୀପ ।

7- ତାହା କେଉଁ ଜିନିଷ ଯାହା ପାଣି ହେଲେ ମଧ୍ୟ ଖରାରେ ଶୁଖେ ନାହିଁ ?

ଉତ୍ତର;- ଝାଳ ।

 

8- ସେ କିଏ ଯିଏ ନିଜେ ରାସ୍ତା ଦେଖିପାରେ ନାହିଁ କିନ୍ତୁ ଅନ୍ୟକୁ ରାସ୍ତା ଦେଖାଇଥାଏ ?

ଉତ୍ତର;- ଅନ୍ଧ ଲୋକଙ୍କ ବାଡି ।

9- ସେ କେଉଁ ଫୁଲ ଯାହା କେବେ ହେଲେ ଫୁଟି ନଥାଏ ?

ଉତ୍ତର;- ଏପ୍ରିଲ ଫୁଲ୍ ।

10- ଫୁଲ ନହେଲେ ବି ବାସ୍ନା ହୁଏ । ଈର୍ଷା ନଥିଲେ ବି ଜଳିଥାଏ । ତାହା କଣ ?

ଉତ୍ତର;- ଧୂପକାଠି ।

11- ଟିକି ବାଛୁରୀ ବେକରେ ପଘା ଟିକି ଦାନ୍ତରେ କାମୁଡେ ଲୁଗା । ଏହାର ଉତ୍ତର କଣ ?

ଉତ୍ତର;- ଛୁଞ୍ଚି ସୂତା ।

12- ତାହା କଣ ଯାହା ଅନ୍ୟକୁ ଦେଇ ହୋଇଥାଏ କିନ୍ତୁ ଫେରସ୍ତ ନେଇ ହୁଏ ନାହିଁ । ତାହା କଣ ?

ଉତ୍ତର;- ଜ୍ଞାନ ।

13- ଲୋକମାନେ ମୋତେ ଖାଇବା ପାଇଁ କିଣନ୍ତି । କିନ୍ତୁ ଖାଇ ନଥାନ୍ତି । ମୁଁ କିଏ ?

ଉତ୍ତର;- ଚାମଚ ।

15- ନଧୋଇ ସମସ୍ତେ ଖାଆନ୍ତି । ଖାଇ ସାରି ଅନୁତାପ କରନ୍ତି । କହିବାକୁ ମଧ୍ୟ ଲାଜ କରନ୍ତି । ତାହା କଣ ?

ଉତ୍ତର;- ଚପଲ ବା ଜୋତା ।

Related Articles

Leave a Reply

Your email address will not be published. Required fields are marked *

Back to top button