ରାଜ୍ୟ
ନଦୀକୁ ଡେଇଁଲେ ଯୁବକ – Ibnodisha

[ad_1]
ପାରାଦୀପ : ପୋଲ ଉପରେ ମୋବାଇଲ ଓ ପ୍ୟାଣ୍ଟ୍ ସାର୍ଟ ରଖି ନଦୀକୁ ଡେଇଁଲେ ଯୁବକ । ଏଭଳି ଘଟଣା ଘଟିଛି ପାରାଦୀପ ଅଠରବାଙ୍କି ନଦୀରେ । ଯୁବକଙ୍କ ଘର ଅଠରବାଙ୍କୀ ବସ୍ତିରେ ହୋଇଥିବା ବେଳେ ତାଙ୍କ ନାଁ ଜଣାପଡ଼ି ନାହିଁ । ଆଜି ସକାଳେ ଜଣେ ଯୁବକ ଅଠରବାଙ୍କି ନଦୀକୁ ଡେଇଁ ପଡ଼ି ନିଖୋଜ ହୋଇ ଯାଇଛନ୍ତି । ଓଡ୍ରାଫ ଟିମ ପହଞ୍ଚି ନଦୀରେ ଖୋଜା ଖୋଜି ଜାରି ରଖିଛି । ପାରାଦୀପ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୋବାଇଲ ଓ ପ୍ୟାଣ୍ଟ୍ ସାର୍ଟ ଜବତ କରିଛି । ତେବେ ଯୁବକ ଜଣକ ନଦୀକୁ ଡେଇଁବାର ପ୍ରକୃତ କାରଣ କ’ଣ ସ୍ପଷ୍ଟ ଜଣାପଡ଼ି ନାହିଁ।
[ad_2]