IBN ଓଡ଼ିଶା ବ୍ୟୁରୋ

ଜାତକ ଏବଂ ମୁହଁ ଦେଖାଇବା ଛାଡନ୍ତୁ, ଏବେ ହସ୍ତାକ୍ଷର ଦେଖି ବାଛି ପାରିବେ ନିଜର ଜୀବନସାଥୀ

ବିବାହ ବନ୍ଧନରେ ବାନ୍ଧିହେବା ପୂର୍ବରୁ ପୁଅ କିମ୍ବା ଝିଅଙ୍କର ଜାତକ ମିଶାଇଥାନ୍ତି। କାରଣ ଏହାଦ୍ୱାରା ଜଣା ପଡିବ ଉଭୟ ପରସ୍ପରଙ୍କ ପାଇଁ ପରଫେକ୍ଟ ଅଛନ୍ତି କି ନାହିଁ? କିନ୍ତୁ ଏଭଳି କିଛି ଲୋକ ରହିଛନ୍ତି ଯାହାଙ୍କ ପାଖରେ ଜାତକ ନାହିଁ। ଏଭଳି ପରିସ୍ଥିତରେ ଆପଣ ହସ୍ତାକ୍ଷର ବିଜ୍ଞାନର ସାହାରା ନେଇପାରିବେ। ଏହାଦ୍ୱାରା ଆପଣ ସହଜରେ ଜାଣିପାରିବେ ଜୀବନରେ ହେବାକୁ ଥିବା ଜୀବନସାଥୀଙ୍କ ସହ ଆପଣଙ୍କର କିଭଳି ତାଳମେଳ ରହିବ।

letterହସ୍ତାକ୍ଷରରେ ଦେଖାଯାଇଥାଏ ଉଭୟଙ୍କ ହସ୍ତାକ୍ଷରର ଗତି କିଭଳି। ଯଦି ସମାନ ହୋଇଥାଏ ତେବେ ଦୁହିଁଙ୍କୁ ୩ ଅଙ୍କ ମିଳିଥାଏ ଯଦି ନାଁ ତେବେ ଶୂନ୍ୟ ମିଳିଥାଏ। ଏହି ହସ୍ତାକ୍ଷରକର୍ତ୍ତାଙ୍କ ବୌଦ୍ଧିକତା, ରଚନାତ୍ମକ ଏବଂ ସହନଶୀଳତା ଦର୍ଶାଇଥାଏ। ଏହାବ୍ୟତୀତ ଆପଣ ଏହା ମଧ୍ୟ ଜାଣିପାରିବେ ଏହି ବ୍ୟକ୍ତିମାନଙ୍କର କ୍ରୋଧ କେତେ ରହିଥାଏ ବା ନିଜର ଦାୟିତ୍ୱ ପ୍ରତି କେତେ ସଜାଗ୍‌ ରହିଥାନ୍ତି। ଯଦି ଦୁହିଁଙ୍କ ହସ୍ତାକ୍ଷରରେ ଅଧିକ ଚାପ ପ୍ରୟୋଗ କରି ଲେଖିଥାନ୍ତି ତେବେ ଶୂନ୍ୟ ଅଙ୍କ ମିଳିଥାଏ। ଯଦି ହାଲୁକା ଚାପ ପ୍ରୟୋଗ କରି ଲେଖିଥାନ୍ତି ତେବେ ୨ ଅଙ୍କ ମିଳିବ। ଦୁହିଁଙ୍କ ମଧ୍ୟରେ ଜଣଙ୍କ ଅପେକ୍ଷା ଯଦି ଅନ୍ୟ ଜଣଙ୍କ ଲେଖାରେ କମ ଚାପ ପ୍ରଯୋଗ କରିଥାନ୍ତି ତେବେ ୧ ଅଙ୍କ ମିଳିଥାଏ। ଏହାବ୍ୟତୀତ ହସ୍ତାକ୍ଷର ଉଭୟଙ୍କ ଇମୋସନାଲ୍‌ ଲେବଲ୍‌ ମଧ୍ୟ ଦର୍ଶାଇଥାଏ। ହସ୍ତାକ୍ଷରର ଆକାର ଦୁହିଁଙ୍କ ବ୍ୟବହାରର ସୂଚନା ଦେଇଥାଏ। ଯଦି ଜଣଙ୍କ ହସ୍ତାକ୍ଷର ବଡ ଆକାର ଏବଂ ଅନ୍ୟ ଜଣଙ୍କ ହସ୍ତାକ୍ଷର ଛୋଟ ଆକାରର ହୋଇଥାଏ ତେବେ ଏହା ଦୁହିଁଙ୍କ ମଧ୍ୟରେ ଅସମାନତାକୁ ଦର୍ଶାଇଥାଏ। ଯଦି ଦୁହିଁଙ୍କ ହସ୍ତାକ୍ଷର ସମାନ ଆକାରର ହୋଇଥାଏ ତେବେ ଏଥିରେ ୩ ଅଙ୍କ ମିଳିଥାଏ। ଏଥିସହ ଦୁହିଁଙ୍କ ମଧ୍ୟରେ ଆପସ ବୁଝାବଣା ଭଲ ହେବା ସହ ମାନବିକତା ଗୁଣ ରହିଥାଏ।

letter-ହସ୍ତାକ୍ଷର ବ୍ୟକ୍ତିଙ୍କ ନେତୃତ୍ୟ କ୍ଷମତା ମଧ୍ୟ ଦର୍ଶାଇଥାଏ। ଉଭୟଙ୍କ ହସ୍ତାକ୍ଷର ଯଦି ଡାହାଣ ପଟକୁ ଢଳି ହେବା ଭଳି ରହିଥାଏ ତେବେ ପରସ୍ପରଙ୍କୁ ୩ ଅଙ୍କ ମିଳିଥାଏ। ଏଂବ ଉଭୟଙ୍କ ମଧ୍ୟରେ ନେତୃତ୍ୟ କ୍ଷମତାକୁ ନେଇ ଦୁହିଁଙ୍କ ମଧ୍ୟରେ ସମାନତା ରହିଥାଏ। ଯଦି ଦୁହିଁଙ୍କ ହସ୍ତାକ୍ଷର ବାମ ପଟକୁ ଢଳି ହୋଇ ରହିଥାଏ ତେବେ ଦୁହିଁଙ୍କ ମଧ୍ୟରେ ଭଲ ତାଳ ମେଳ ରହିଥାଏ। ଏହାବ୍ୟତୀତ ଯଦି ଉଭୟଙ୍କ ହସ୍ତାକ୍ଷର ସ୍ପଷ୍ଟ ହୋଇଥାଏ ତେବେ ସେହି ବ୍ୟକ୍ତିଙ୍କ ଆତ୍ମନିର୍ଭରଶୀଳ ଶକ୍ତି ଅଭୁତ ହୋଇଥାଏ। ଯଦି ଉଭୟ ହସ୍ତାକ୍ଷର ପଢିଲା ଭଳି ହୋଇନଥାଏ ତେବେ ଉଭୟଙ୍କ ବୈବାହିକ ଜୀବନରେ ସମସ୍ୟା ଲାଗି ରହିଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button