IBN ଓଡ଼ିଶା ବ୍ୟୁରୋ

କଣ ଆପଣ ବିନା ପରାମର୍ଶ ଓ ବିନା ପେସକ୍ରିପସନରେ ଔଷଧ ଖାଉଛନ୍ତି କି, ତାହାଲେ ସାବଧାନ ଚାଲିଯାଇପାରେ ଜୀବନ

ସବୁବେଳେ ଦେଖିବାକୁ ମିଳେ ଯେ ଯେତେବେଳେ ବି ଲୋକେ ରୋଗରେ ପଡନ୍ତି କିମ୍ବା ଅସୁସ୍ଥ ଅନୁଭବ କରନ୍ତି ତେବେ ସେମାନେ ନିଜ ମନ ମୁତାବକ ମେଡିସିନ୍‌ ଷ୍ଟୋରରେ କହି ଔଷଧ କିଣିଆଣନ୍ତି। କିନ୍ତୁ ଏମିତି ଯଦି ଆପଣ କରୁଛନ୍ତି ତେବେ ସାବଧାନ, କାରଣ ଏହା ଆପଣଙ୍କ ଶରୀର ପାଇଁ ବହୁତ ବଡ ସମସ୍ୟା ହୋଇପାରେ। ଆଜ୍ଞା ହଁ, ଏମିତି କରିବା ମ୍ରୁତ୍ୟୁକୁ ଆମନ୍ତ୍ରଣ କରିବା ସହିତ ସମାନ। କାରଣ ଭୁଲ୍‌ ଔଷଧର ଭୁଲ ଡୋଜ୍‌ ନେବାଦ୍ୱାରା ଅନେକ ପ୍ରକାର ଗମ୍ଭୀର ସମସ୍ୟା ହୋଇପାରେ। ତେଣୁ ଆଜି ଆମେ ଆପଣଙ୍କୁ ସେହି ସବୁ ଔଷଧ ବିଷୟରେ ଜଣାଇବୁ ଯାହାକୁ ଲୋକମାନେ ପ୍ରାୟ ଅଧିକାଂଶ ସମୟରେ ବ୍ୟବହାର କରୁଛନ୍ତି।

ପରାସିଟାମୋଲ ଦ୍ୱାରା ଅଲସରର ଭୟ

paracetamolପାରାସିଟାମୋଲ ଔଷଧକୁ ସାଧାରଣତଃ ଜ୍ୱର ହେଲେ ବ୍ୟବହାର କରାଯାଏ। କିନ୍ତୁ ଡାକ୍ତରଙ୍କ ବିନା ପରାମର୍ଶ ଏବଂ ପ୍ରେସକ୍ରିପସନ ବିନା ଏହି ଔଷଧର ଯଦି ଆପଣ ବହୁଳ ବ୍ୟବହାର କରନ୍ତି ତେବେ ଏସିଡିଟି ଏବଂ ପେଟରେ ଅଲ୍ସର ହେବାର ଭୟ ରହିଥାଏ। ଏହି ସମସ୍ୟା ଗମ୍ଭୀର ହେଲେ ରକ୍ତ ବାନ୍ତି ମଧ୍ୟ ହୋଇଥାଏ।

ଆଇବ୍ରୁପ୍ରୋଫେନ ଦ୍ୱାରା ଉଚ୍ଚ ରକ୍ତଚାପର ସମସ୍ୟା

ଆଇବ୍ରୁପ୍ରୋଫେନ ଏବଂ ପାରାସିଟାମୋଲକୁ ମିଶାଇଲେ ଯେଉଁ କମନ୍‌ ପେନକିଲର ହୋଇଥାଏ ତାହା ହେଉଛି କମ୍ବଫ୍ଳେମ ଏବଂ ଏହା ସବୁଠାରୁ ସାଧାରଣ ପେନକିଲର ଅଟେ, ଯାହାର ବ୍ୟବହାର ଅଧିକାଂଶ ଲୋକ କରନ୍ତି। କିନ୍ତୁ ଏହି ଔଷଧର ଅଧିକ ସେବନ କରିବା ଦ୍ୱାରା ଲଙ୍ଗସ୍‌ ପ୍ରୋବଲେମ୍‌ ହୋଇପାରେ। ଏହାସହିତ ଆସ୍ଥମା ମଧ୍ୟ ହୋଇପାରେ। ଏହାଛଡା ହାଇବିପି, ପ୍ରୋଷ୍ଟେଟ ସହିତ ଜଡଡିତ ସମସ୍ୟା ଏବଂ ଥାଇରଏଡ୍‌ ମଧ୍ୟ ହୋଇପାରେ।

medicineକଫ ସିରପ୍‌ ଦ୍ୱାରା ଆଖି ନଷ୍ଟ ହୋଇଥାଏ

କଫ ସିରପରେ ଆଣ୍ଟିହିସଟେମିନ୍ସ ରହିଥାଏ, ଯାହାଦ୍ୱାରା ଛିଙ୍କ, କାଶ ଏବଂ ନାକରୁ ପାଣି ଗଡିବା ସମସ୍ୟା ଦୂର ହୋଇଥାଏ। କିନ୍ତୁ ଯଦି ଆପଣ ଏହାର ଅଧିକ ବ୍ୟବହାର କରୁଛନ୍ତି ତେବେ ଶରୀରରେ ଏହାକୁ ନେଇ ବହୁତ ପ୍ରକାର ସମସ୍ୟା ଦେଖାଯାଏ। ଯେମିତିକି ନିଦ ନ ଆସିବା, ଅଳସୁଆ ଲାଗିବା ଭଳି ସମସ୍ୟା ହୋଇଥାଏ। ଏହାଦ୍ୱାରା ଆଖିର ଦ୍ରୁଷ୍ଟି କମିଯାଇପାରେ ଏବଂ ଆଖିର ପାଓ୍ଵାର କମିବାରେ ଲାଗିଥାଏ। ଯଦି ଆପଣଙ୍କୁ ଥଣ୍ଡା ହେଉଛି ତେବେ ଆପଣ କଫ୍‌ ସିରପ୍‌ ବଦଳରେ ଘରୋଈ ଉପଚାର କରି ଆରୋଗ୍ୟ ଲାଭ କରିପାରିବେ। ଯେମିତିକି ହଟ୍‌ ସୁପ୍‌, ସ୍ଟିମ, ଭିଟାମିନ୍‌ ସିରେ ଭରପୂର ଫଳମୂଳ ଆଦି ଖାଆନ୍ତୁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button