IBN ଓଡ଼ିଶା ବ୍ୟୁରୋ

ଭଗବାନ ହନୁମାନଙ୍କ ନାମ ନେଇ ଗୋଟିଏ ସଂଖ୍ୟା ବାଛନ୍ତୁ ଆଉ ଜାଣନ୍ତୁ… ଆପଣଙ୍କ ଭବିଷ୍ୟତ !

ହନୁମାନ ଜ୍ଯୋତିଷର ଅଙ୍କ ଶାସ୍ତ୍ର ଅନୁଯାଇ ଆଜି ଆପଣଙ୍କ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ବିଷୟବସ୍ତୁ ନେଇକି ଆସିଛୁ । ତେବେ ବନ୍ଧୁଗଣ 1 ଠାରୁ 9 ପର୍ଯ୍ୟନ୍ତ ଆପଣ ସଂଖ୍ୟା ଦିଆଯିବ । ଆପଣ ସେହି ସଂଖ୍ୟା ଗୁଡିକ ମଧ୍ୟରୁ କୌଣସି ଏକ ସଂଖ୍ୟାକୁ ପ୍ରଭୁ ଶ୍ରୀରାମଚନ୍ଦ୍ର କିମ୍ବା ପ୍ରଭୁ ହନୁମାନଙ୍କୁ ସ୍ମରଣ କରି ବାଛିବା ସହ ସେହି ନମ୍ବର ଉପରେ ଆପଣ ନିଜ ଡାହାଣ ହାତର ତର୍ଜନୀ ଅଙ୍ଗୁଳି ଥୋଇବେ । ତେବେ ଆପଣ ଯେଉଁ ନମ୍ବରକୁ ଚୟନ କରିଥିବେ । ସେହି ଅନୁସାରେ ଆପଣଙ୍କ ଭାଗ୍ୟରେ କଣ ଲେଖା ରହିଛି ତାହା ଜାଣିବାକୁ ପାଇବେ ।

 

1- ଯେଉଁ ମାନେ ଏହି ନମ୍ବରକୁ ବାଛିଛନ୍ତି । ସେମାନଙ୍କ ସହ ଶୁଭ ହେବାକୁ ଯାଉଛି । ସେମାନଙ୍କୁ ଧନ ପ୍ରାପ୍ତି ହୋଇବ । ସମାଜରେ ମାନ ସମ୍ମାନ ମିଳିବ । ଅଟକି ରହିଥିବା କାର୍ଯ୍ୟକୁ ପ୍ରଭୁଙ୍କ ଆଶ୍ରୀବାଦରୁ ପୁରା କରିପାରିବେ । ତେବେ ଆପଣଙ୍କ ପାଇଁ ଫଳାଫଳ ସଂପୂର୍ଣ୍ଣ ରୂପେ ଶୁଭ ହିଁ ରହିବାକୁ ଯାଉଛି ।

2- ଆପଣଙ୍କ ଧନର ଅଧିକ ଖର୍ଚ କିମ୍ବା ଧନହାନୀ ହେବାର ସମ୍ଭବନା ରହୁଛି । ସେଥିପାଇଁ ଆଗାମୀ କିଛି ଦିନ ମଧ୍ୟରେ ଯଦି ଧନ ସହ ଜଡିତ କିଛି ନିଷ୍ପତ୍ତି ନେଉଛନ୍ତି । ତେବେ ତାହାକୁ ବହୁତ ଭାବିଚିନ୍ତି ନିଅନ୍ତୁ ।

3- ଆପଣଙ୍କର ନୂତନ ବନ୍ଧୁ ହୋଇବେ । ବା ଆପଣଙ୍କର କୌଣସି ପୁରୁଣା ବନ୍ଧୁକୁ ବହୁତ ଦିନ ପରେ ଦେଖିବାକୁ ପାଇବେ ।

4- ଆପଣଙ୍କ ସ୍ଵାସ୍ଥ ସହ ଜଡିତ କିଛି ସମସ୍ଯା ଦେଖିବାକୁ ମିଳିପାରେ । ତେଣୁ ଆପଣ ନିଜ ସ୍ଵାସ୍ଥକୁ ନେଇ ଅଧିକ ଯତ୍ନବାନ ବର୍ତ୍ତମାନ ସମୟରେ ରହିବା ଉଚିତ । ଏଥିପାଇଁ ମଙ୍ଗଳବାର ଦିନ ପ୍ରଭୁ ହନୁମାନଙ୍କ ପାଖରେ ଚମେଲୀ ତେଲର ଦୀପ ଜଳାନ୍ତୁ । ଆପଣଙ୍କ ସଙ୍କଟ ଦୂର ହୋଇଯିବ ।

5- ଆପଣଙ୍କୁ ଆପଣଙ୍କ ଜୀବନରେ ସଫଳତା ପାଇବାର ସମୟ ଆସିଯାଇଛି । କାର୍ଯ୍ୟକୁ ନେଇ ଯାହା ସ୍ଵପ୍ନ ଦେଖିଛନ୍ତି ତାହା ପୂରଣ କରିପାରିବେ ।

 

6- ଆପଣଙ୍କର କାହା ସହ ମନ ମତାନ୍ତର ହେବାର ଅଛି । ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନରେ ଅର୍ଥାତ ସ୍ଵାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ପାରିବାରିକ କଳହ ଦେଖିଯାଇପାରେ । ତେଣୁ ଏଥିପ୍ରତି ସାବଧାନ ରୁହନ୍ତୁ ।

7- ଯେଉଁ ମାନେ ସନ୍ତାନ ଆଶାରେ ଥିଲେ । ସେମାନଙ୍କୁ ସନ୍ତାନ ସୁଖ ମିଳିପାରେ । ନହେଲେ ପିତାମାତାଙ୍କୁ ତାଙ୍କ ସନ୍ତାନଙ୍କ ଠାରୁ କିଛି ଖୁସି ଖବର ଶୁଣିବାକୁ ମିଳିପାରେ ।

8- ଜୀବନରେ କିଛି କଷ୍ଟ ଆସିବାକୁ ଯାଉଛି । ହୁଏତ ଆପଣ ବିଶ୍ବାସ କରୁଥିବା ଲୋକ ହିଁ ଆପଣଙ୍କ ସହ ବିଶ୍ବାସଘାତକତା କରିପାରେ । ତେଣୁ କାହା ଉପରେ ଆଖି ବନ୍ଦ କରି ବିଶ୍ବାସ କରିବେ ନାହିଁ ।

9- କୌଣସି କାର୍ଯ୍ୟ ତଥା କୋର୍ଟ, କଚେରୀ ମାମଲାରେ ବିଜୟ ଲାଭ କରିପାରନ୍ତି । ବହୁ ଦିନରୁ ଭାବିକି ରଖିଥିବା କାର୍ଯ୍ୟକୁ ବହୁତ ଶୀଘ୍ର କରିପାରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button