ବିଲେଇ ପାଳିବା ଶୁଭ ନା ଅଶୁଭ ! ଜାଣନ୍ତୁ ବିଲେଇଙ୍କୁ ନେଇ ଭୟଙ୍କର ରହସ୍ୟ !
ବିରାଡି ସାଥିରେ ଆମେ ମାନେ ସମସ୍ତେ ବେଶ ପରିଚିତ । କାରଣ ଆମେ ଯେଉଁ ସ୍ଥାନକୁ ମଧ୍ୟ ଯାଇଥାଉ । ସେଠାରେ ଆମେ ବିରାଡିକୁ ଦେଖିବାକୁ ପାଇଥାଉ । ତେବେ ବିରାଡିକୁ ନେଇ ଅନେକ ଲୋକଙ୍କ ମନରେ ଅନେକ କିଛି ଭ୍ରାନ୍ତ ଧାରଣା ରହିଥାଏ । କେତେକ ଲୋକ ବିରାଡିକୁ ଅଶୁଭ ମାନୁଥିବା ବେଳେ କେତେକ ଲୋକ ବିରାଡିକୁ ଶୁଭ ବୋଲି ମାନିଥାନ୍ତି । କେତେକ ଲୋକ ବିରାଡିକୁ ନିଜ ଘରେ ପାଳୁଥିବା ବେଳେ ଆଉ କିଛି ଲୋକଙ୍କ ଘରକୁ ଯଦି ବିଲେଇ ଚାଲି ଆସିଥାଏ, ତେବେ ସେମାନେ ବିରାଡିକୁ ଯଥା ଶୀଘ୍ର କାଢି ଦେଇଥାନ୍ତି ।
ତେବେ ପ୍ରକୃତରେ ବିରାଡି ଶୁଭ ନା ଅଶୁଭ ସେ ସମ୍ପର୍କରେ ବନ୍ଧୁଗଣ ଆଜି ଏଠାରେ ଜାଣିବା । ବିରାଡି ହେଉଛି ମାତା ଷଠି ଙ୍କର ବାହାନ । ଅନ୍ୟ ସବୁ ଦେବାଦେବୀଙ୍କ ଭଳି ଷଠି ମାତାଙ୍କର ବାହାନ ହେଉଛି ବିଲେଇ । ତେବେ ବିଲେଇ ରାସ୍ତା କ୍ରଶ କରି ଚାଲିଗଲେ । ତାହା ଆମ ପାଇଁ ଶୁଭ ନା ଅଶୁଭ ତାହା ଚାଲନ୍ତୁ ଜାଣିବା । ଯଦି ଆମେ କୌଣସି କାମରେ ଗଲାବେଳେ ରାସ୍ତାରେ ବିଲେଇଟି ବାମ ପଟରୁ ଡାହାଣ ପଟକୁ ଚାଲିକି ଯାଇଥାଏ ।
ତେବେ ସେହି କାର୍ଯ୍ୟରେ ବା ଆଗକୁ ଯାଇ ଆପଣଙ୍କର କିଛି ବିଘ୍ନ ହେବାକୁ ଯାଉଛି ବୋଲି ବିରାଡିଟି ଆପଣଙ୍କୁ ସଂକେତ ଦେଇଥାଏ । ତେଣୁ ଆପଣ ସେହି ସ୍ଥାନରେ କିଛି ସାୟ ପାଇଁ ଅଟକି ରହିଯିବା ଉଚିତ । ହେଲେ ବହୁତ ଲୋକ ଏହି କଥାକୁ ଅନ୍ଧ ବିଶ୍ବାସ ମନେ ମନେ ବିରାଡି ଉପରେ ଓଲଟି ଚିଡିଯାଇଥାନ୍ତି । ସେହି ସ୍ଥାନରେ ଆଉ ନଅଟକି ପୁଣି ଆଗକୁ ଚାଲିଯାଇଥାନ୍ତି । ହେଲେ ଯଦି ବିରାଡିଟି ରାସ୍ତାର ବାମରୁ ଡାହାଣକୁ ଯାଉଥିବାର ଦେଖୁଥାନ୍ତି । ତେବେ କିଛି ସମୟ ପାଇଁ ସେଠାରେ ଅଟକି ଯିବା ହିଁ ଶୁଭ ଅଟେ ।