IBN ଓଡ଼ିଶା ବ୍ୟୁରୋ

ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ନେଇ ହାଇ ଆଲର୍ଟ

ମୁମ୍ବାଇ: ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ନେଇ ଆଲର୍ଟ ଜାରି। ଆତଙ୍କବାଦୀ ଆକ୍ରମଣ ନେଇ ଆଇବି ଏବଂ ଅନ୍ୟ କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା ସଚେତନ କରିବା ପରେ ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ମୁମ୍ବାଇ ପୋଲିସ ସୁରକ୍ଷା ବଢାଇ ଦେଇଛି।

ମୁମ୍ବାଇର ଅନେକ ଧାର୍ମିକ ସ୍ଥାନ ତଥା ଅନ୍ୟାନ୍ୟ ଜନଗହଳି ପୂର୍ଣ୍ଣ ସ୍ଥାନରେ ପୋଲିସ ସୁରକ୍ଷା ବଢାଇଛି।

ଧାର୍ମିକ ତଥା ଜନଗହଳି ପୂର୍ଣ୍ଣ ସ୍ଥାନରେ ପୋଲିସ୍ ପକ୍ଷରୁ ‘ମକ୍ ଡ୍ରିଲ୍’ ମଧ୍ୟ କରାଯାଉଛି। ସହରର ସମସ୍ତ ଡିସିପିଙ୍କୁ ମଧ୍ୟ ନିଜ ନିଜ ଜୋନ୍‌ରେ ସୁରକ୍ଷା ବ୍ୟବସ୍ଥା ପ୍ରତି ବିଶେଷ ଧ୍ୟାନ ଦେବାକୁ କୁହାଯାଇଛି।

ଅପରପକ୍ଷରେ ଆଗାମୀ ପର୍ବ ଏବଂ ନିର୍ବାଚନକୁ ଦୃଷ୍ଟିରେ ରଖି ମୁମ୍ବାଇର ବିଭିନ୍ନ ସ୍ଥାନରେ ମକ୍ ଡ୍ରିଲ୍ କରାଯାଉଥିବା ନେଇ ପୋଲିସ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ମୁମ୍ବାଇରେ ୧୦ ଦିନିଆ ଗଣେଶ ଚତୁର୍ଥୀ ଉତ୍ସବ ପରେ ଏବେ ଦୁର୍ଗା ପୂଜା, ଦଶହରା ଏବଂ ଦିପାବଳି ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button