ଆସିଲା ୮ ଲକ୍ଷ ଟଙ୍କାର ଆଇଫୋନ୍, ପଛ ଡିଜାଇନ୍ ରହିଛି ଖାସ୍
ଦୁବାଇର ଏକ କମ୍ପାନୀ କ୍ୟାଭିଆର, ଆଇଫୋନ୍ 16 ପ୍ରୋ ସିରିଜ୍ ପାଇଁ ସ୍ୱତନ୍ତ୍ର ଫୋନ୍ ତିଆରି କରିଛି । ଏହି ଫୋନ୍ ଡୋନାଲ୍ଡ ଟ୍ରମ୍ପ, ଏଲନ୍ ମସ୍କ ଏବଂ ଷ୍ଟିଭ୍ ଜବ୍ସ ଭଳି ସେଲିବ୍ରିଟିଙ୍କ ପାଇଁ ଡିଜାଇନ୍ କରାଯାଇଛି । ଏହି ଫୋନ୍ ବହୁତ ଦାମୀ ମେଟେରିଆଲରୁ ନିର୍ମିତ ଏବଂ ଏହା ଉପରେ ଖାସ୍ କାମ କରାଯାଇଛି । ତେବେ ଫୋନର ମୂଲ୍ୟ ୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି ।
ଷ୍ଟିଭ୍ ଜବ୍ସ ଯେଉଁ ମଡେଲ୍ ଧରୁଛନ୍ତି ତାହା ୯,୩୪୦ ଡଲାର ଅର୍ଥାତ ଭାରତୀୟ ମୂଲ୍ୟରେ ୭,୮୮,୩୨୬ ଟଙ୍କାରୁ ଆରମ୍ଭ ଯାହା ଆପଲ୍ ର ପ୍ରଥମ ମାଲିକ୍ ଷ୍ଟିଭ୍ ଜବ୍ସଙ୍କ ପାଇଁ କରାଯାଇଛି । ଏହି ଫୋନ୍ ଟାଇଟାନିୟମ୍ ରେ ତିଆରି ଏବଂ କଳା ରଙ୍ଗରେ ପଲିସ୍ ହୋଇଛି । ଏହା ଉପରେ ସୁନା ରଙ୍ଗରେ ଏକ ଡିଜାଇନ୍ ପ୍ରସ୍ତୁତ କରାଯାଇଛି ଏବଂ ଆପଲ୍ ଲୋଗୋ ସୁନାରେ ଚମକିଥାଏ ।
୨୦୨୪ ମସିହାରେ ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଜିତିଥିବାରୁ ଟ୍ରମ୍ପ୍ ଗ୍ରେଟ୍ ଏଗେନ୍ ମଡେଲ ଡିଜାଇନ୍ କରାଯାଇଛି, ଯାହାର ମୂଲ୍ୟ ୯,୨୦୦ ଡଲାରରୁ ଆରମ୍ଭ ହୋଇଛି ଭାରତୀୟ ମୂଲ୍ୟରେ ଏହା ୭,୭୬,୫୨୮ ଟଙ୍କା । ଏହି ଫୋନ୍ ବହୁତ ପାୱାରଫୁଲ୍ ଟାଇଟାନିୟମ୍ ରେ ତିଆରି ଏବଂ କଳା ରଙ୍ଗରେ ପଲିସ୍ ହୋଇଛି । ଏହି ଫୋନ୍ ମଝିରେ ଏକ ଲାଲ୍ ଅଂଶ ଅଛି, ଯାହା ଟ୍ରମ୍ପଙ୍କ ଲାଲ୍ ଟାଇ ଏବଂ ତାଙ୍କ ଭୋଟ୍ ପ୍ରତୀକକୁ ଦର୍ଶାଏ । ଫୋନରେ “ଗ୍ରେଟ୍ ଏଗେନ୍” ଲେଖାଯାଇଛି ।
ମସ୍କ ବି ଅନ୍ ମାର୍ସ ଫୋନ୍ ୯,୯୯୦ ଡଲାରରୁ ଆରମ୍ଭ ହୋଇଛି ଯାହା ଭାରତୀୟ ମୂଲ୍ୟରେ ୮,୪୩,୨୧୯ ଟଙ୍କା ହେବ ଏବଂ ଏଲନ୍ ମସ୍କଙ୍କ ମଙ୍ଗଳ ଗ୍ରହକୁ ଯିବାର ସ୍ୱପ୍ନକୁ ମନେ ପକାଇଥାଏ । ଏହି ଫୋନରେ ସ୍ପେସ୍ ଏକ୍ସ ଷ୍ଟାରସିପ୍ ର ଏକ ଖଣ୍ଡ ଲଗାଯାଇଛି, ଯାହା ଏକ ଦୁର୍ଘଟଣାରେ ମିଳିଥିଲା । ଏହି ଫୋନ୍ କଳା ରଙ୍ଗର ଏବଂ ଏଥିରେ ସ୍ପେସ୍ ଏବଂ ଡ୍ରାଗନ୍ ମହାକାଶଯାନର ଫଟୋ ରହିଛି । ଫୋନରେ ମସ୍କଙ୍କ ନାମ ଏବଂ ଦସ୍ତଖତ ମଧ୍ୟ ଅଛି, ଯାହା ମହାକାଶକୁ ଯିବାରେ ତାଙ୍କର କାର୍ଯ୍ୟକୁ ମନେ ପକାଇଥାଏ ।
Caviar Visionaries କଲେକ୍ସନରେ ଆଇଫୋନ୍ 16 ସିରିଜ୍ ଫୋନ୍ ଏବଂ ଗତ ବର୍ଷର ଆଇଫୋନ୍ 15 ସିରିଜ୍ ଫୋନ୍ ସାମିଲ ରହିଛି । ଏହି ଫୋନଗୁଡିକରେ ୧୨୮GB ରୁ ୧TB ପର୍ଯ୍ୟନ୍ତ ଷ୍ଟୋରେଜ୍ ଅଛି ।