IBN ଓଡ଼ିଶା ବ୍ୟୁରୋ

ବାବା ସିଦ୍ଦିକ ହତ୍ୟା ମାମଲାରେ ନୂଆ ମୋଡ : : ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଟାର୍ଗେଟରେ ଥିଲେ ସିଦ୍ଦିକ ଓ ତାଙ୍କ ପୁଅ

ନୂଆଦିଲ୍ଲୀ, ୧୨।୧୧ : ବାବା ସିଦ୍ଦିକ ହତ୍ୟା ମାମଲାରେ ନୂଆ ମୋଡ । ହତ୍ୟା ମାମଲାରେ ଅଭିଯୁକ୍ତ ଶିବ କୁମାର ଗୌତମ ପୁଲିସକୁ ଦେଇଛି ଚାଞ୍ଚଲ୍ୟକର ବୟାନ। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଟାର୍ଗେଟରେ କେବଳ ଏନସିପି ନେତା ବାବା ସିଦ୍ଦିକ ନଥିଲେ ସିଦ୍ଦିକଙ୍କ ପୁତ୍ର ଜୀଶାନ ମଧ୍ୟ ଗ୍ୟାଙ୍ଗର ଟାର୍ଗେଟରେ ଥିଲେ ।

ମୁମ୍ବାଇ ପୋଲିସ ବାବା ସିଦ୍ଦିକ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଶିବ କୁମାର ଗୌତମକୁ ରିମାଣ୍ଡରେ ରଖି ପଚରାଉଚରା କରିଥିଲେ।

ଶିବ କୁମାର କହିଥିଲା ବିଷ୍ଣୋଇ ଗ୍ୟାଙ୍ଗ ତରଫରୁ ତାକୁ ସ୍ପଷ୍ଟ ଆଦେଶ ମିଳିଥିଲା ଯେ ବାବା ସିଦ୍ଦିକ କିମ୍ବା ତାଙ୍କ ପୁଅ ଜୀଶାନ ଯିଏବି ଘଟଣା ସ୍ଥଳରେ ପ୍ରଥମ ଦେଖାମିଳିବ ତାକୁ ସୁଟ କରିବାକୁ । ଏହା ସହିତ ଶିବ କୁମାର ଏହା ମଧ୍ୟ ଗ୍ରହଣ କରିଛନ୍ତି ଯେ ସେ ଓ ତାଙ୍କ ଦୁଇ ସହଯୋଗୀ ଏହି ହତ୍ୟାକାଣ୍ଡ ଘଟେଇବା ପୂର୍ବରୁ ଅନେକ ଦିନ ଧରି ମୁମ୍ବାଇରେ ବାବା ସିଦ୍ଧିକଙ୍କ ଉପରେ ନଜର ରଖିଥିଲେ ।

ସୂଚନା ଅନୁଯାୟି ଗତ ଅକ୍ଚୋବର ୧୨ ତାରିଖ ଦିନ ବାବା ସିଦ୍ଧିକଙ୍କୁ ଗ୍ୟାଙ୍ଗର ସାର୍ପ ସୁଟର ମାନେ ଗୁଳି ମାରିବା ପରେ ପାର୍ବଣ ମାହୋଲର ସୁଯୋଗ ନେଇ ଲୋକ ମାନଙ୍କ ମଧ୍ୟରେ ମିଶି ଯାଇଥିଲେ । ପୁଲିସ ଆଖିରେ ଧୁଳି ଦେଇ ଖସିଯିବା ପାଇଁ ସାଙ୍ଗେସାଙ୍ଗେ ସେଇ ଅଞ୍ଚଳ ପରିତ୍ୟାଗ ନକରି କିଛି ସମୟ ଘଟଣାସ୍ଥଳରେ ଘୁରିବୁଲି ଥିଲା ଓ ପରେ ଭିଡର ସୁଯୋଗ ନେଇ ଘଟଣା ସ୍ଥଳରୁ ଗୌତମ ଚମ୍ପଟ ମାରିଥିଲା ।

ପୋଲିସ ଠୁ ବଞ୍ଚିବା ପାଇଁ ଗୌତମ ପ୍ରଥମେ ଏକ ଅଟୋ ଯୋଗେ କୁର୍ଲା ଷ୍ଟେସନ, କୁର୍ଲା ଷ୍ଟେସନରୁ ଏକ ଲୋକାଲ ଟ୍ରେନ ଯୋଗେ ଥାନେ ଷ୍ଟେସନରେ ପହଞ୍ଚି ଥିଲା । ଥାନେ ଷ୍ଟେସନରୁ ପୁନେ ସିଟି ପାଇଁ ଆଉ ଏକ ଟ୍ରେନ ଧରିବା ସହ ପ୍ରମାଣ ନଷ୍ଟ କରିବା ପାଇଁ ରାସ୍ତାରେ ନିଜର ଫୋନକୁ ନଷ୍ଟ କରି ଫିଙ୍ଗିଦେଇଥିଲା ।

ପୁନେରେ ପହଞ୍ଚି ଗୌତମ ସାତଦିନ ରହିବା ପରେ ଟ୍ରେନ ଯୋଗେ ଉତ୍ତରପ୍ରଦେଶ ଅନ୍ତର୍ଗତ ଝାନ୍ସି ଠାରେ ପହଞ୍ଚି ସେଠାରେ ପାଞ୍ଚଦିନ ରହିଥିଲା । ସ୍ଥାନ ବଦଳେଇବା ପାଇଁ ଶେଷରେ ଲକ୍ଷ୍ନୋଠାରେ ପହଞ୍ଚି ନିଜ ସହଯୋଗି ମାନଙ୍କ ସହ ଯୋଗାଯୋଗ କରିବା ପାଇଁ ଏକ ନୂଆ ଫୋନ କିଣିଥିଲା ।

ଅଭିଯୁକ୍ତ ଗୌତମ ଲକ୍ଷ୍ନୋରେ ୧୧ ଦିନ ରହିବା ସହିତ ପରବର୍ତ୍ତୀ ରହଣି ପାଇଁ ବହରାଇଚ ଯିବା ପାଇଁ ଯୋଜନା କରୁଥିଲା । ଗୈାତମ ନେପାଳ ଯିବା ପୂର୍ବରୁ ବୈଷ୍ଣବି ଦେବୀ ଦର୍ଶନ କରିବାକୁ ଯିବାକୁ ଯୋଜନା କରିଥିଲା କିନ୍ତୁ ୟୁପି ଏସଟିଏଫ ୟୁନିଟ ତାକୁ ବହରାଇଚଠାରୁ ଗିରଫ କରିଥିଲା।

ଗୌତମ ନାଁରେ ପୂର୍ବରୁ ବିଭିନ୍ନ ଥାନାରେ ୨୩ଗୋଟି ମାମଲା ରହିଛି। ପୁଲିସ ଗୌତମ ସହ ତାକୁ ବିଭିନ୍ନ କ୍ଷେତ୍ରରେ ସାହାଯ୍ୟ ସହଯୋଗ କରିଥିବା ଅନୁରାଗ କସ୍ୟପ, ଜ୍ଞାନ ପ୍ରକାଶ ତ୍ରିପାଠୀ, ଆକାଶ ଶ୍ରୀବାସ୍ତବ ଓ ଅଖିଳେଶ ପ୍ରତାପ ସିଂ ଏପରି ମୋଟ ୪ଜଣଙ୍କୁ ଗିରଫ କରିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button