IBN ଓଡ଼ିଶା ବ୍ୟୁରୋ

ଅଧିକ ମାଛ ଖାଉଛନ୍ତି କି ? ସାବଧାନ ! ଭୋଗି ପାରନ୍ତି ଭୟଙ୍କର ପରିଣାମ…

ବନ୍ଧୁଗଣ ଆମ ଶରୀରକୁ ସୁସ୍ଥ ରଖିବାକୁ ହେଲେ, ଆମକୁ ବିଭିନ୍ନ ପ୍ରକାରର ଖାଦ୍ଯ ପଦାର୍ଥ ମାନ ସବୁ ଖାଇବାକୁ ପଡିଥାଏ । କାରଣ ଭିନ୍ନ ଭିନ୍ନ ପ୍ରକାରର ଖାଦ୍ଯରେ ଭିନ୍ନଭିନ୍ନ ପ୍ରକାରର ପୋଷକ ଶରୀରକୁ ପ୍ରାପ୍ତ ହୋଇଥାଏ । ତେଣୁ ଏକ ସୁସ୍ଥ ଶରୀର ପାଇଁ ସମସ୍ତ ପ୍ରକାର ଖାଦ୍ଯ ର ଆବଶ୍ୟକ ରହିଛି । ସେହିଭଳି ସମସ୍ତ ଖାଦ୍ୟର ଖାଇବାର ଏକ ଶୈଳୀ ରହିଛି । ଯଦି ଆମେ ସମସ୍ତ ଖାଦ୍ୟ ଉଚିତ ପରିମାଣରେ ଖାଇଥାଉ, ତେବେ ସେହି ଖାଦ୍ଯ ଆମ ଶରୀରକୁ ପୋଷାକ ତତ୍ଵ ଯୋଗାଇବା ସହ ଶରୀରକୁ ଆରୋଗ୍ୟ ମଧ୍ୟ ରଖିଥାଏ ।

 

ବନ୍ଧୁଗଣ ଆମ ଶରୀରକୁ ସୁସ୍ଥ ରଖିବା ପାଇଁ ଆମେ ପ୍ରାୟତଃ ବିଭିନ୍ନ ପ୍ରକାରର ମାଛ ମଧ୍ୟ ଖାଇଥାଉ । ଏଥିରେ ବିଭିନ୍ନ ପୋଷାକ ତତ୍ଵ ସହ ଅନେକ ପ୍ରକାର ର ଔଷଧୀୟ ଗୁଣ ମାନ ମଧ୍ୟ ରହିଅଛି । ତେଣୁ ମାଛ ଖାଇବାକୁ ସମସ୍ତେ ବାରମ୍ବାର ପରାମର୍ଶ ଦେଇଥାନ୍ତି ।

ଏପରିକି ରୋଗର ନିରାକରଣ ପାଇଁ ଡାକ୍ତର ମଧ୍ୟ ମାଛ ଖାଇବାକୁ ପରାମର୍ଶ ଦେଇଥାନ୍ତି । ବନ୍ଧୁଗଣ ଅନେକ ଲୋକ ମାଛ ଖାଇବାକୁ ପସନ୍ଦ ମଧ୍ୟ କରିଥାନ୍ତି । କିଛି ଲୋକଙ୍କୁ ମାଛ ଏତେମାତ୍ର ରେ ପସନ୍ଦ ଥାଏ କି ସେମାନେ ମାଛ ବ୍ଯତୀତ ଆଉ କିଛି ଖାଇ ନଥା’ନ୍ତି ।

 

ଚିନ୍ତାଧାରା ରହିଥାଏ କି ଯଦି ସେ ଏତେ ମାତ୍ରାରେ ମାଛ ଖାଇଥା’ନ୍ତି, ତେବେ ସେମାନଙ୍କୁ କିଛି ହେବନି । ଅପିତୁ ସେମାନେ ଦୀର୍ଘ ସମୟ ଧରି ସୁସ୍ଥ ରହିବେ । କିନ୍ତୁ ବନ୍ଧୁଗଣ ବର୍ତ୍ତମାନ ର ଏକ ସୂଚନା ରୁ ଜଣା ପଡିଛି, ଅଧିକ ମାଛ ଖାଇବା ଦ୍ଵାରା ଏହା ଶରୀର ପକ୍ଷେ ବିଭିନ୍ନ ରୋଗ ଗୁଡିକୁ ଆକ୍ରାନ୍ତ କରିଥାଏ । ଅଧିକ ମାଛ ଖାଇବା ଦ୍ଵାରା ଚର୍ମ କ୍ୟାନ୍ସର ଭଳି ସମସ୍ଯା ଦେଖା ଦେବାର ସମ୍ଭାବନା ରହିଛି । ତେଣୁ ମାଛ ଏକ ଏପରି ଖାଦ୍ୟ ପଦାର୍ଥ ଯାହାର ସେବନ ଶରୀର ପକ୍ଷେ ଯେତିକି ଭଲ ସେତିକି ଖରାପ ମଧ୍ୟ ।

 

ଏହାଛଡା ବନ୍ଧୁଗଣ ଅଧିକ ମାଛ ଖାଇବା ଦ୍ଵାରା କେଶରେ ମେଲାନୋମିଆ ଭଳି ଏକ ସମସ୍ଯା ଦେଖା ଦେଇଥାଏ । ତେଣୁ ବନ୍ଧୁଗଣ କୁହାଯାଇଛି, ସବୁ ଜିନିଷ ଖାଇବା ଶରୀର ପାଇଁ ଭଲ କିନ୍ତୁ କୌଣସି ଜିନିଷ ଅଧିକ ମାତ୍ରାରେ ଖାଇବା ଶରୀର ପାଇଁ ଠିକ ହୋଇନଥାଏ । ବନ୍ଧୁଗଣ ଯଦି ଆପଣ ବିଭିନ୍ନ ପ୍ରକାରର ଆମିଷ ଜାତୀୟ ଖାଦ୍ଯ କୁ ମିଶାଇ ଖାଇଥା’ନ୍ତି, ତେବେ ଏହା କୌଣସି ପ୍ରକାରର ଖ୍ଯାତି କରିନଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button