
ରୋଷେଇ ଘରେ ରହିଥିବା ମସଲା ନା କେବଳ ସ୍ଵାଦ ବଢାନ୍ତି ତା ଛଡା ଆମ ସ୍ୱାସ୍ଥ୍ୟ ଭଲ ରଖିବାରେ ସାହାଯ୍ୟ କରନ୍ତି । ଯଦି ଆପଣ ଏହି ଭଳି ମସଲାଙ୍କ ବିଷୟରେ ଜାଣି ନାହାନ୍ତି ଯାହା ଆମ ରକ୍ତ ସଞ୍ଚାରଣ ଓ ହୃଦୟ ରୋଗକୁ ଅଟକେଇବା ରେ ଆମୁକୁ ସାହାଯ୍ୟ କରିଥାଏ ତାହେଲେ ଆଜି ଜାଣନ୍ତୁ । ଏହି ମସଲା ଗୁଡିକ ରକ୍ତ ପ୍ରବାହ କୁ ସାମାନ୍ୟ ରଖିବାରେ ସାହାୟକ ଅଟନ୍ତି ଏବଂ ଅନେକ ପ୍ରକାର କାମ କରିଥାନ୍ତି । ତେବେ ଆସନ୍ତୁ ଜଣାଇବା ସେହି ସବୁ ମସଲା ବିଷୟରେ ।
ଏହି ମସଲା ଘା କୁ ଭଲ କରନ୍ତି ଓ ରକ୍ତ କୁ ପତଳା କରିବା ରେ ସାହାୟକ ଅଟନ୍ତି ଯାହା ଦ୍ଵାରା ଶରୀର ରେ କିଛି ଅସୁବିଧା ହୁଏ ନାହିଁ ।
ଅଦା ବି ଗୋଟେ ଉତ୍କୃଷ୍ଟ ଔଷଧ ଅଟେ । ସକାଳ ଆରମ୍ଭ ଅଦା ଚାରୁ କରନ୍ତୁ, ଅଦା ଚା ପିବା ଅତି ଲାଭକାରୀ ଅଟେ ଓ କେତେକ ସ୍ୱାସ୍ଥ୍ୟ ସମସ୍ଯା ଦୂର କରିଥାଏ । ଡାଲଚିନି ଉପଯୋଗ ଡେଜର୍ଟ ସହ କେତେକ ଖାଦ୍ଯ ରେ ସୁଗନ୍ଧ ପାଇଁ ବି କରନ୍ତି, କିନ୍ତୁ କଣ ଆପଣ ଜାଣିଛନ୍ତି ଏହା ରକ୍ତ କୁ ପତଳା କରିଥାଏ, ଡାଲଚିନି ରକ୍ତଚାପ କୁ ବି କମ କରିଥାଏ ଯାହା ଆମ ଶରୀର ପାଇଁ ଆବଶ୍ୟକ ଅଟେ ।
ଏହା ଦ୍ଵାରା ଷ୍ଟ୍ରୋକ ସମ୍ଭାବନା କମି ଥାଏ, ଡାଲଚିନି ଅତ୍ୟଧିକ ଉପଯୋଗ କଲେ ମଧ୍ୟ ଲିଭର ଖରାପ ହୋଇଥାଏ ସେଥିପାଇଁ ଏହାର ସେବନ ନିର୍ଧାରିତ ମାତ୍ରା ରେ କରନ୍ତୁ । ନାଲି ଲଙ୍କା ରକ୍ତକୁ ପତଳା ରଖିବାରେ ସାହାୟକ ଅଟେ, କାହିଁକିନା ସେଥିରେ ସୈଲିସିଲେଟ୍ସ ହୋଇଥାଏ ଯାହା ରକ୍ତ କୁ ପତଳା ରଖେ । ତେବେ ଏହାକୁ ଏହାର ପ୍ରଜ୍ୟାପ୍ତ ମାତ୍ରାରେ ସେବନ କରନ୍ତୁ ଦେଖିବେ ଆପଣଙ୍କର ଅନେକ ରୋଗ ଦୂର ହୋଇଯିବ ।




