IBN ଓଡ଼ିଶା ବ୍ୟୁରୋ

ଏସିଆର ୩ୟ ଶକ୍ତିଶାଳୀ ଦେଶ ବନିଲା ଭାରତ

ନୂଆଦିଲ୍ଲୀ: ଏସିଆ ହେଉଛି ବିଶ୍ୱର ବୃହତ୍ତମ ମହାଦେଶ, ଯେଉଁଠାରେ ବିଶ୍ବର ଅଧାରୁ ଅଧିକ ଲୋକ ବସବାସ କରନ୍ତି। ଆଉ ଏସିଆର ୩ୟ ଶକ୍ତିଶାଳୀ ଦେଶ ବନିଲା ଭାରତ। ଅଷ୍ଟ୍ରେଲୀୟ ଥିଙ୍କ ଟ୍ୟାଙ୍କ ଲୋ ଇନଷ୍ଟିଚ୍ୟୁଟ୍ ‘ଏସିଆ ପାୱାର ଇଣ୍ଡେକ୍ସ ରିପୋର୍ଟ ୨୦୨୪’ ଏହା ପ୍ରକାଶ ପାଇଛି।

ଯେଉଁଥିରେ ଭାରତ ପ୍ରଥମ ଥର ପାଇଁ ଜାପାନକୁ ପକାଇ କରି ତୃତୀୟ ସ୍ଥାନ ହାସଲ କରିଛି।

ଏଭଳି ସ୍ଥିତିରେ ଏସିଆରେ ଭାରତର ଶକ୍ତି ବୃଦ୍ଧି ପାଉଛି ବୋଲି କୁହାଯାଇପାରେ। ଆହୁରି ମଧ୍ଯ ଭାରତର ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି, ଯୁବ ଜନସଂଖ୍ୟା ଏବଂ ଅର୍ଥବ୍ୟବସ୍ଥାର ସମ୍ପ୍ରସାରଣ ବଢିଚାଲିଛି।

ଜାପାନକୁ ପଛରେ ପକାଇ ୩୯.୧ ପଏଣ୍ଟ ସହ ଭାରତ ତୃତୀୟ ସ୍ଥାନରେ ପହଞ୍ଚିଛି। ଗତ ବର୍ଷ ଏହି ରିପୋର୍ଟରେ ଭାରତ ଚତୁର୍ଥ ସ୍ଥାନରେ ରହିଥିଲା।

ଇଣ୍ଡେକ୍ସ ରିପୋର୍ଟ ଅନୁଯାୟୀ, ଭାରତର ପଡୋଶୀ ଦେଶ ଚୀନ୍ ୭୨.୭% ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛି। ସେହିପରି ଆମେରିକା ୮୧.୭ ପଏଣ୍ଟ ସହିତ ଶୀର୍ଷରେ ରହିଛି। ରିପୋର୍ଟ ଅନୁସାରେ..

ଆମେରିକା- ୮୧.୭ ପଏଣ୍ଟ, ଚୀନ୍ – ୭୨.୭ ପଏଣ୍ଟ, ଭାରତ- ୩୯.୧ ପଏଣ୍ଟ, ଜାପାନ- ୩୮.୯ ପଏଣ୍ଟ, ରୁଷିଆ- ୩୧.୧ ପଏଣ୍ଟ, ଦକ୍ଷିଣ କୋରିଆ- ୩୧.୦ ପଏଣ୍ଟ, ସିଙ୍ଗାପୁର – ୨୬.୪ ପଏଣ୍ଟ, ଇଣ୍ଡୋନେସିଆ- ୨୨.୩ ପଏଣ୍ଟ, ଥାଇଲାଣ୍ଡ- ୧୯.୮ ପଏଣ୍ଟ, ପାକିସ୍ତାନ- ୧୪.୦ ପଏଣ୍ଟ।

ଏସିଆ ପାୱାର ଇଣ୍ଡେକ୍ସ କ’ଣ ଜାଣନ୍ତୁ-

ଏସିଆ ପାୱାର ଇଣ୍ଡେକ୍ସରେ ଅନ୍ତର୍ଭୁକ୍ତ ଦେଶଗୁଡିକରେ ଦେଖାଯାଇଥାଏ ଯେ, କେଉଁ ଦେଶ ନିଜର ବାହ୍ୟ ବିପଦକୁ ରୋକିବା ପାଇଁ କେତେ ସମର୍ଥ। ତେବେ ଏସିଆ ପାୱାର ଇଣ୍ଡେକ୍ସରେ ସମୁଦାୟ ୨୭ଟି ଦେଶକୁ ନେଇ ମୂଲ୍ୟାଙ୍କନ କରାଯାଇଥିଲା। ଯାହା ପରେ ଏହି ରିପୋର୍ଟ ପ୍ରକାଶ ପାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button