IBN ଓଡ଼ିଶା ବ୍ୟୁରୋ

ଆଜି ଆମେ ପୁଣି ଥରେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ, ଏପରି କିଛି ଜ୍ଞାନବର୍ଦ୍ଧକ ବିଷୟ ଯାହାଦ୍ଵାରା ଆପଣ ଜାଣି ପାରିବେ କେଉଁ ବ୍ଯକ୍ତି କେଉଁ ସ୍ଵଭାବର ହୋଇଥା’ନ୍ତି । ବନ୍ଧୁଗଣ କହି ରଖୁଛୁ, ଯେ ଆମର କାହାରି ବି ହୃଦୟକୁ କଷ୍ଟ ଦେବାର କୌଣସି ମନୋବୃତି ନାହିଁ । ଆମେ ମାତ୍ର ପବିତ୍ର ଶାସ୍ତ୍ର ପୁରାଣ ପୋଥି ମାନଙ୍କରୁ ଆପଣ ମାନଙ୍କ ପାଇଁ କିଛି ଜ୍ଞାନବର୍ଦ୍ଧକ ତଥ୍ୟ ସଂଗ୍ରହ କରି ଆଣିଛୁ । ବନ୍ଧୁଗଣ ମଣିଷର କର୍ମ ମଣିଷର ବ୍ୟକ୍ତିତ୍ବ କୁ ଦର୍ଶାଇ ଦେଇଥାଏ ।

 

ଏହାସହ ଯଦି କେହି ଭଲ ଲକ୍ଷଣ ଯୁକ୍ତ ମଣିଷ ହୋଇଥା’ନ୍ତି ତେବେ ସେ ନିଜ ଜୀବନ ସହ ନିଜ ଆଖପାଖ ଲୋକଙ୍କର ଜୀବନ କୁ ମଧ୍ୟ ଉନ୍ନତି ଆଡକୁ ନେଇ ଯାଇଥାଏ । ସେହି ସ୍ଥାନରେ ଯଦି କେହି ଅଲକ୍ଷଣ ଯୁକ୍ତ ହୋଇଥାଏ ତେବେ ସେହି ବ୍ୟକ୍ତି ନିଜ ସହ ନିଜ ଆଖପାଖ ବ୍ୟକ୍ତି ଙ୍କର ଜୀବନରେ ମଧ୍ୟ ଦରିଦ୍ରତା ଭରି ଦେଇଥାଏ ।

ଖାଲି ବସିଥିବା ସମୟରେ ଭୁଇଁରେ କିମ୍ବା କାନ୍ଥରେ ନଖ ଦ୍ଵାରା କିମ୍ବା କୌଣସି ଜିନିଷରେ ବିନା କାରଣରେ ଗାର ଟାଣୁଥାଏ । ତେବେ ସେହି ବ୍ୟକ୍ତି ଅଲକ୍ଷଣା ସ୍ଵଭାବର ହୋଇଥା’ନ୍ତି । ଯଦି କେହି ଗୋଡ ଧୋଇଲା ସମୟରେ ଗୋଡର ପଛ ଗୋଇଠିକୁ ନ ଧୋଇ ଘରେ ପ୍ରବେଶ କରିଥାଏ, ତେବେ ସେହି ବ୍ୟକ୍ତି ମଧ୍ୟ ଅଲକ୍ଷଣା ସ୍ଵଭାବର ହୋଇଥାଏ ।

 

ପରେ ସବୁବେଳେ ଦାନ୍ତ  ଘସିଥାଏ । ତେବେ ସେହି ବ୍ୟକ୍ତି ମଧ୍ୟ ଅଲକ୍ଷଣା ସ୍ଵଭାବର ହୋଇଥାଏ । ଯେ ଅବସ୍ଥା ଭଲ ଥିବା ସତ୍ବେ ମଳିନ ବସ୍ତ୍ର ପରିଧାନ କରେ ଓ ତାହାସହ ଯେଉଁ ବ୍ୟକ୍ତି ଟି ନିଜ ଦେହରେ ତାଳି ମାରିଥା’ନ୍ତି, ସେମାନେ ମଧ୍ୟ ଅଲକ୍ଷଣ ସ୍ଵଭାବର ହୋଇଥାନ୍ତି । ଯେଉଁ ବ୍ୟକ୍ତି ଖାଇବା ସମୟରେ ବଡ ଲୋକଙ୍କ ସହ ଖାଇ ବସନ୍ତି, ତାହାସହ ଯେ ଖାଇବା ସମୟରେ ପାଟିରେ ଅନ୍ନ ଥିବା ସମୟରେ ହାତ ରେ ମଧ୍ୟ ଅନ୍ନ ଧରିଥା’ନ୍ତି, ସେମାନେ ମଧ୍ୟ ଅଲକ୍ଷଣ ସ୍ଵଭାବର ହୋଇଥା’ନ୍ତି ।

 

ବନ୍ଧୁଗଣ ଏଠାରେ ଯେଉଁ ପ୍ରକୃତି ଗୁଡିକ ବିଷୟରେ ବର୍ଣ୍ଣନା ହୋଇଛି, ତାହାର ଅର୍ଥ ଏହା ନୁହେଁ କି ସେହି ବ୍ୟକ୍ତି ମାନେ ଖରାପ ପ୍ରକୃତି ର ଅଟନ୍ତି । ଏଗୁଡିକ ମାତ୍ର ଏକ ଲକ୍ଷଣ । ଯାହା କି ଖରାପ ସମୟ ଆସିବା ପୂର୍ବରୁ ମଣିଷ ଠାରେ ସ୍ଵଭାବତଃ ଦେଖା ଯାଇଥାଏ । ଯଦି ଆପଣ ନିଜ ମଧ୍ୟରେ ଏପରି କିଛି ଲକ୍ଷଣ ମାନ ଦେଖି ପାରୁଛନ୍ତି, ତେବ ନିଜକୁ ସଂଯମ କରି ନିଅନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button