ରାଜ୍ୟ

ଶ୍ରୀଜିଉଙ୍କ ସ୍ୱତନ୍ତ୍ର ବାଙ୍କଚୁଡା ବେଶ ଦେଖିବାକୁ ଶ୍ରୀମନ୍ଦିରରେ ପ୍ରବଳ ଗହଳି

ପୁରୀ: ଆଜି ପବିତ୍ର କାର୍ତ୍ତିକ ଶୁକ୍ଳ ଦ୍ବାଦଶୀ । ପଞ୍ଚୁକର ଏହି ଦ୍ବିତୀୟ ଦିନରେ ଆଜି ମହାପ୍ରଭୁ ବିଭୂଷିତ ହୋଇଛନ୍ତି ବାଙ୍କଚୁଡା ବେଶରେ। ପରମ୍ପରା ଅନୁଯାୟୀ ଅବକାଶ ନୀତି ପରେ ଖୁଣ୍ଟିଆ, ମେକାପ ଓ ପୁଷ୍ପାଳକ ସେବାୟତମାନେ ଶ୍ରୀଜିଉଙ୍କୁ ଏହି ବେଶରେ ସଜ୍ଜିତ କରିଥାନ୍ତି ।

କିମ୍ବଦନ୍ତୀ ଅନୁଯାୟୀ ଭକ୍ତ ଅକୃର ଶ୍ରୀକୃଷ୍ଣଙ୍କୁ ମଥୁରା ନେବାପାଇଁ ଗୋପପୁରକୁ ଆସି ଏହି ବେଶରେ ଦର୍ଶନ କରିଥିଲେ।

ଏଣୁ ଏହାର ସ୍ମୃତି ସ୍ବରୂପ ଏହି ବେଶ ପଞ୍ଚୁକର ଦ୍ବାଦଶୀ ତିଥିରେ ଅନୁଷ୍ଠିତ ହେଉଅଛି। ଏହି ବେଶରେ ମହାପ୍ରଭୁଙ୍କର ମସ୍ତକର ଦକ୍ଷିଣ ପାର୍ଶ୍ବରେ ସୁନାକିଆ ଶୋଭା ପାଇଥାଏ। କରୋନା ମହାମାରୀ ଯୋଗୁଁ ଭକ୍ତଙ୍କ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ନଥିବାରୁ ପତିତପାବନଙ୍କ ଦର୍ଶନ କରି ଭକ୍ତମାନେ ଅଶେଷ ପୁଣ୍ୟ ଲାଭ କରିଛନ୍ତି। ଆସନ୍ତାକାଲି ମହାପ୍ରଭୁ ଦୁର୍ଲଭ ନାଗାର୍ଜୁନ ବେଶରେ ବିଭୂଷିତ ହେବେ।

ସେପଟେ ମହାପ୍ରଭୂଙ୍କ ଏହି ବାଙ୍କଚୁଡା ବେଶ ଦେଖିବାକୁ ଭୋରୁ ଭୋରୁ ଶ୍ରୀମନ୍ଦିର ସମ୍ମୁଖରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି । ପ୍ରଶାସନ ପକ୍ଷରୁ ଗହଳି ନିୟନ୍ତ୍ରଣ ପାଇଁ ବ୍ୟାରିକେଡ ଲଗାଯାଇଛି । ଦର୍ଶନ ସମୟରେ ଧଡା ପକାଯାଇ ପର୍ଯ୍ୟାୟ କ୍ରମେ ସିଂହଦ୍ୱାର ଦେଇ ପ୍ରବେଶ କରୁଛନ୍ତି ଭକ୍ତ । ସେପଟେ ଦର୍ଶନ ବ୍ୟବସ୍ଥା ଶୃଙ୍ଖଳିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଇଛି ପ୍ରଶାସନ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button