IBN ଓଡ଼ିଶା ବ୍ୟୁରୋ

ତିନୋଟି ବଡ ରୋଗରୁ ମିଳବ ମୁକ୍ତି – ବେଲପତ୍ର ସାଙ୍ଗରେ ମିଶାଇ ଖାଆନ୍ତୁ ଏହି ଜିନିଷ

ଗୃହର ସମସ୍ତ ଅଶୁଭ ତ୍ଵ ଦୁର କରି ଶୁଭ ପ୍ରଦାନ କରୁଥିବା ଗଛ ମଧ୍ୟରୁ ବେଲ ଗଛ ଗୋଟିଏ।ଏହାର ଦର୍ଶନ ମାତ୍ରେ ସମସ୍ତ ଅଶୁଭ ତ୍ୱ ନିମିଶକ ମଧ୍ୟରେ ଦୂରେଇ ଯାଇଥାଏ।କାରଣ ଏହି ବୃକ୍ଷରେ ସ୍ଵୟଂ ଶିବଙ୍କର ବାସ ହୋଇଥାଏ।ଏହାକୁ ସର୍ବଦା ପୂଜା କରିବା ଅର୍ଥ ସ୍ଵୟଂ ଶିବଙ୍କୁ ପୂଜା କରିବା। ତା ଛଡା ଏହି ବେଲ ଆଉ ବେଲ ପତ୍ର ଦ୍ବାରା ଆମର କଣ ସବୁ ଉପକାର ହୋଇଥାଏ ସେ ବିଷୟରେ ଆସନ୍ତୁ ଜାଣିବା।

ବେଲ ପତ୍ରକୁ ଛେଚି ଚିପୁଡ଼ି ସେଥିରୁ ରସ ବାହାର କରି ସେହି ରସକୁ ଅଳ୍ପ ଗୋଲମରିଚ ଗୁଣ୍ଡ ସହିତ ମିଶାଇ ସେବନ କଲେ ପିଲା କି ବଡ଼ ସମସ୍ତଙ୍କ କୃମି, ଅର୍ଜିନ,ଶୂଳ,ପାଣ୍ଡୁ, କାମଳ ପ୍ରଭୃତି ରୋଗ ଆରୋଗ୍ୟ ହୋଇଥାଏ।

ବେଲ ସହିତ ଗୋଲୋମରିଚ ବାଟି ସେବନ କଲେ କୃମି ଓ ବାୟୁ ଦୋଷ ଆଦି ରୋଗ ସବୁ ଆରୋଗ୍ୟ ହୋଇଥାଏ।

କାଁଳିଆ ବେଲ ପତ୍ରକୁ ଚୋବାଈ ଖାଇବା ଦ୍ବାରା କ୍ଷୁଧା ବଢ଼ିଥାଏ। କସି ବେଲକୁ କାଟି ଶୁଖାଇ ଚୂର୍ଣ୍ଣ କରିବେ ସେହି ଚୂର୍ଣ୍ଣ ଅଳ୍ପ ନେଇ ତା ସହ ମହୁ ମିଶାଇ ସେବନ କରିବା ଦ୍ବାରା ନାଳ ଝାଡା, ଅର୍ଜୀନ,ପେଟ ଫମ୍ପା,ଗ୍ରହଣୀ ରୋଗ ଭଲ ହୋଇଥାଏ।ଗୋଟିଏ କଷି ଵେଲକୁ ନିଆଁ ରେ ପକାଇ ପୋଡ଼ି ରଖିବେ ସକାଳୁ ସେହି ପୋଡ଼ା ବେଲର ରସରେ କିଛି ମିଶ୍ରି ପକାଇ କିମ୍ବା ଚିନି ମିଶାଇ ଖାଇଲେ ଯେ କୌଣସି ନୂତନ କିମ୍ବା ପୁରାତନ ଝାଡା ଦୁର ହୋଇଥାଏ।

ବେଲ ଚେରକୁ ଆଣି ତା ସହିତ ଅଦା ଆଉ ଗୋଲମରିଚ ମିଶାଇ ଚିକ୍କଣ କରି ବାଟି ସେବନ କଲେ ଯାବତୀୟ ପ୍ରକାରର ଅର୍ଜ୍ରିନ ନଷ୍ଟ ହୋଇ କ୍ଷୁଧା ବୃଦ୍ଧି ହୋଇଥାଏ।ବେଲ ପତ୍ର ଆଉ ଗୋଲୋମରିଚ ବାଟି ପ୍ରତିଦିନ ସେବନ କଲେ ବହୁତ୍ ପ୍ରକାର ରୋଗ ଭଲ ହୋଇଥାଏ।ଏମିତିକି ପେଟ ରୋଗ ଜମାବି ହୁଏ ନାହିଁ।

ଲେଖାଟି ଯଦି ଭଲ ଲାଗିଲା ତେବ ଅନ୍ୟମାନଙ୍କ ସହିତ ଶେୟାର କରନ୍ତୁ।

Related Articles

Leave a Reply

Your email address will not be published. Required fields are marked *

Back to top button