IBN ଓଡ଼ିଶା ବ୍ୟୁରୋ

ଏହା ଠିକ୍ ନୁହେଁ ସାର୍. ରାଜ୍ୟସଭାରେ ଏପରି କ’ଣ ହେଲା ଯେ ଜୟା ବଚ୍ଚନଙ୍କ ଆଖିରେ ଲୁହ ଆସିଗଲା?

ନୂଆଦିଲ୍ଲୀ: ସୋମବାର ସଂସଦରେ ରାଜଧାନୀର ଏକ କୋଚିଂ ପ୍ରତିଷ୍ଠାନର ତଳ ମହଲାରେ ପାଣି ପଶିଯିବା କାରଣରୁ ତିନିଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ପ୍ରସଙ୍ଗ ବିଭିନ୍ନ ଦଳର ସଦସ୍ୟ ଉଠାଇଥିଲେ। ଏହି ଘଟଣାର ତଦନ୍ତ ଏବଂ ଦାୟିତ୍ବରେ ଥିବା ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଥିଲା। ଏହି ପ୍ରସଙ୍ଗକୁ ନେଇ ଉଲ୍ଲେଖ କରିବାବେଳେ ରାଜ୍ୟସଭାରେ ଏସପି ସାଂସଦ ଜୟା ବଚ୍ଚନ ଭାବପ୍ରବଣ ହୋଇଯାଇଥିଲେ।

ଜୟା ବଚ୍ଚନ କହିଥିଲେ ଯେ ମୁଁ ଅତ୍ୟନ୍ତ ଦୁଃଖିତ। ସମସ୍ତେ କେବଳ ପିଲାମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ କିନ୍ତୁ ସେମାନଙ୍କ ପରିବାର ବିଷୟରେ କେହି ଚିନ୍ତା କରି ନ ଥିଲେ। ଆମେ ଏଥିରେ ରାଜନୀତି ଆଣିବା ଉଚିତ୍ ନୁହେଁ। ଏହାର ଉପଯୁକ୍ତ ତଦନ୍ତ ପାଇଁ ଦାଦି କରିବା ଉଚିତ୍।

ଜୟା ବଚ୍ଚନ କହିଛନ୍ତି ନିର୍ଭୟା ଘଟଣା ମୋର ମନେ ଅଛି। ମୁଁ ଆଜି ମଧ୍ୟ ସେହି ଯନ୍ତ୍ରଣା ଭୁଲି ପାରି ନାହିଁ। ସେ କହିଛନ୍ତି ଯେ ବହୁ ବର୍ଷ ପରେ ମୁଁ ଏଭଳି ଆଲୋଚନା ଦେଖୁଛି। ଆଜି ମୁଁ ଏଠାରେ ଜଣେ ମା ଏବଂ ଜେଜେମା ଭାବରେ ଛିଡା ହୋଇଛି। ମୁଁ ଆଜି ବହୁତ ଦୁଃଖିତ। ଦିଲ୍ଲୀରେ ଘଟିଥିବା ଘଟଣା ଅତ୍ୟନ୍ତ ଯନ୍ତ୍ରଣାଦାୟକ ଏବଂ ଏଥିରେ କୌଣସି ରାଜନୀତି ହେବା ଉଚିତ୍ ନୁହେଁ। ଏହା ଠିକ୍ ନୁହେଁ ସାର୍। ଏହି ସମୟରେ ଜୟା ବଚ୍ଚନଙ୍କ ଆଖିରୁ ଲୁହ ଆସି ଯାଇଥିଲା।

 

ଏସପି ସାଂସଦ ଜୟା ବଚ୍ଚନ କହିଛନ୍ତି ଏହା ଅତ୍ୟନ୍ତ ଦୁଃଖଦ ଘଟଣା ଏବଂ ଆମେ ଏଥିରେ ରାଜନୀତି ଆଣିବା ଉଚିତ୍ ନୁହେଁ। ଆମେ ଏହାଠାରୁ ଉପରକୁ ଉଠିବା ଜରୁରୀ। ମୁଁ ସମସ୍ତଙ୍କ ଅଭିବ୍ୟକ୍ତି ବୁଝିପାରୁଛି । ସମସ୍ତେ ସେମାନଙ୍କର ସ୍ବାର୍ଥ ଦେଖୁଛନ୍ତି। ଏହାକୁ ନେଇ ରାଜନୀତି କିପରି କରାଯିବ ତାହା ଚାହୁଁଛନ୍ତି। ସେ କହିଛନ୍ତି ଆମେ ଜନସାଧାରଣଙ୍କ ବିଭିନ୍ନ ପ୍ରସଙ୍ଗ ସମ୍ପର୍କରେ ଆଲୋଚନା କରିବାକୁ ଏଠାକୁ ଆସିଛୁ। ଆମେ ସଚ୍ଚୋଟତା ଏବଂ ବୁଦ୍ଧି ସହିତ ଆଲୋଚନା କରିବା ଉଚିତ୍। ସେ କହିଛନ୍ତି ଯେ ଏମସିଡି, ଏନଡିଏମସି ବିଷୟରେ ଆଲୋଚନା ହେଉଛି । କେହି କେହି ଭିନ୍ନ ଭିନ୍ନ ବିଷୟରେ କହୁଛନ୍ତି। ଦୋଷ ଆମ ସମସ୍ତଙ୍କର।

ସେ କହିଛନ୍ତି ଯେତେବେଳେ ମୁଁ ଶପଥ ନେବା ପୂର୍ବରୁ ଦିଲ୍ଲୀ ଆସିଥିଲି, ମୋ ଘରେ ଆଣ୍ଠୁଏ ପାଣି ଥିଲା। ସାଂସଦଙ୍କ ଘର ପରିଚାଳନା କରୁଥିବା ଏଜେନ୍ସିଗୁଡ଼ିକ ଦ୍ୱାରା ଗୁଣବତ୍ତା ଯତ୍ନ ନିଆଯାଉ ନାହିଁ। ଆମେ ଚୁପ୍ ରହୁଛୁ। କିଛି କହୁ ନାହୁଁ। ଏପରି ହେବା ଉଚିତ୍ ନୁହେଁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button