ମନୋରଞ୍ଜନ

ପାକ୍ କଳାକାରଙ୍କ ଉପରେ ପ୍ରତିବନ୍ଧକ ଲଗାଇବା ଆଦେଶ ଠିକ୍ ନୁହେଁ: ରାଜୀବ

ନୂଆଦିଲ୍ଲୀ: ଅଭିନେତା ରାଜୀବ ଖଣ୍ଡେଲୱାଲ ଏକଦା ଟିଭିର ସବୁଠାରୁ ଲୋକପ୍ରିୟ ଅଭିନେତା ଥିଲେ। ପରେ ସେ ଟିଭି ଛାଡି ଚଳଚ୍ଚିତ୍ରରେ କାମ କରିବା ଆରମ୍ଭ କଲେ ଏବଂ ପ୍ରଥମ ଚଳଚ୍ଚିତ୍ରରୁ ତାଙ୍କ ଅଭିନୟର ପ୍ରଶଂସା କରାଯାଇଥିଲା। ସେ ଟିଭି ଠାରୁ ଆରମ୍ଭ କରି ଚଳଚ୍ଚିତ୍ର ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରିସାରିଛନ୍ତି।

ଆଜିକାଲି ରାଜୀବ, ଇମ୍ରାନ ହାସମୀ ଏବଂ ଶ୍ରେୟା ସରଣଙ୍କ ସହ ଡିସ୍ନି ପ୍ଲସ୍ ହଟଷ୍ଟାରର ସୋ’ ‘ସୋ’ଟାଇମ୍’ ପାଇଁ ଚର୍ଚ୍ଚାରେ ଅଛନ୍ତି। ବର୍ତ୍ତମାନ ରାଜୀବ ଭାରତରେ କାମ କରୁଥିବା ପାକିସ୍ତାନୀ କଳାକାରଙ୍କ ଉପରେ ହୋଇଥିବା ନିଷେଧାଦେଶ ବିଷୟରେ କହିଛନ୍ତି।

ତାଙ୍କ କହିବା ମୁତାବକ, ଏସବୁ ରାଜନୀତି। ଏଭଳି ହେବା ବହୁତ ଭୁଲ୍। କୌଣସି କଳାକାରଙ୍କ ଉପରେ ନିଷେଧାଦେଶ ଲଗାଇବାକୁ ରାଜନେତା କିଏ? ଆମେ ଶାନ୍ତି ବିଷୟରେ କଥା ହେଉ। ହେଲେ ଯେଉଁଠାରେ ଶାନ୍ତି ରହିଛି, ସେଠାକୁ ରାଜନୈତିକ ଦଳର ଲୋକମାନେ ଆସି ହିନ୍ଦୁ-ମୁସଲମାନ ନାମରେ ଅଶାନ୍ତି ସୃଷ୍ଟି କରୁଛନ୍ତି। ଏହା ଭୁଲ ଅଟେ। ସେମାନେ ଏଭଳି ନିଷେଧାଦେଶ ଲଗାଇଛନ୍ତି ଯେପରି ପାକିସ୍ତାନ ସରକାର କଳାକାରଙ୍କୁ ଏଜେଣ୍ଟ ଭାବରେ ଭାରତ ପଠାଉଥିଲେ। ମୋତେ ତ ବହୁତ ଭଲପାଇବା ମିଳୁଥିବାର ଦେଖିଛି।

ଉଲ୍ଲେଖଯୋଗ୍ୟ, ୨୦୧୬ରେ ଉରିରେ ଭାରତୀୟ ଯବାନଙ୍କ ଉପରେ ଆକ୍ରମଣ ପରେ ଭାରତର ବିଭିନ୍ନ କଳାକାର ଏବଂ ଚଳଚ୍ଚିତ୍ର ସଂଗଠନ ପାକିସ୍ତାନୀ କଳାକାରଙ୍କ ସହ କାମ କରିବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button