ସଂସଦରେ ରାହୁଲଙ୍କ କଥା ଶୁଣି ମୁଣ୍ଡରେ ହାତ ଦେଇଦେଲେ ସୀତାରମଣ

ନୂଆଦିଲ୍ଲୀ: ଆଜି ସଂସଦର ମୌସୁମୀ ଅଧିବେଶନର ନବମ ଦିନ। ସଂସଦର ଉଭୟ ଗୃହରେ ଦିଲ୍ଲୀ କୋଚିଂ ଦୁର୍ଘଟଣାର ପ୍ରସଙ୍ଗ ଉଠାଯାଇ ଆଲୋଚନା କରାଯାଇଥିଲା। ଏହି ସମୟରେ ଲୋକସଭାରେ ବିରୋଧୀଦଳର ନେତା ରାହୁଲ ଗାନ୍ଧୀ ୨୦୨୪କେନ୍ଦ୍ର ବଜେଟ୍ ସମ୍ପର୍କରେ ସରକାରଙ୍କୁ ଟାର୍ଗେଟ କରି ଚକ୍ରବ୍ୟୁହ ଉଦାହରଣ ଦେଇଥିଲେ ।
ରାହୁଲ ସଂସଦରେ ୨୦୨୪କେନ୍ଦ୍ର ବଜେଟ୍ ସମ୍ପର୍କରେ ସରକାରଙ୍କୁ ଟାର୍ଗେଟ କରି କହିଥିଲେ, ମହାଭାରତରେ ଅଭିମନ୍ୟୁଙ୍କୁ ଚକ୍ରବ୍ୟୁହରେ ଫସାଇ ହତ୍ୟା କରାଯାଇଥିଲା।
ସେହି ଚକ୍ରବ୍ୟୁହ ପଦ୍ମଫୁଲ ଆକାରର ଥିଲା। ଆଜି ପଦ୍ମଫୁଲର ସଙ୍କେତ ନେଇ ବୁଲୁଥିବା ଲୋକେ ଚକ୍ରବ୍ୟୁହର ଷଡଯନ୍ତ୍ର କରିଛନ୍ତି। ଏହି ଚକ୍ରଭ୍ୟୁରେ ଦେଶକୁ ଫସା ଯାଉଛି। ଏହାର ମୂଳରେ ନରେନ୍ଦ୍ର ମୋଦି, ଅମିତ ଶାହା, ମୋହନ ଭଗବତ, ଅଜିତ ଡୋଭାଲ, ଅମ୍ବାନୀ ଏବଂ ଆଦାନୀ ରହି ଦେଶକୁ ନଷ୍ଟ କରିବାରେ ଲାଗି ପଡ଼ିଛନ୍ତି।
ସଂସଦରେ ରାହୁଲଙ୍କ କଥା ଶୁଣିବା ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ ମୁଣ୍ଡରେ ହାତ ଦେଇ ଦେଇଥିଲେ। ଯାହାର ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ସେହିପରି ସଂସଦରେ ରାହୁଲଙ୍କ ଏଭଳି କଥା ଶୁଣି ବାଚସ୍ପତି ଓମ୍ ବିର୍ଲା ତାଙ୍କୁ ଅଟାଇ ଦେଇ କହିଥିଲେ, ‘ପ୍ରତିପକ୍ଷ ନେତା ଲିଖିତ ଆକାରରେ ଦାବି କରିଥିଲେ ଯେ ଗୃହରେ ଯେଉଁମାନେ ନାହାନ୍ତି ସେମାନଙ୍କ ନାମ ଉଠାଯିବ ନାହିଁ। ଏହି ଦାବି ପରେ ଆପଣ ପୁଣି କ’ଣ ପାଇଁ ଅନ୍ୟମାନଙ୍କ ନାମ ନେଇ ଗୃହର ମର୍ଯ୍ୟାଦା ଭଙ୍ଗ କରୁଛନ୍ତି।’




