ମନୋରଞ୍ଜନ

ଶାହରୁଖ ଖାନଙ୍କୁ ହେଲା ମୋତିଆବିନ୍ଦୁ ! ମୁମ୍ବାଇରେ ଗୋଟିଏ ଆଖିର ହେଲା ଭୁଲ୍ ଚିକିତ୍ସା ତ ତୁରନ୍ତ ଗଲେ ଆମେରିକା

ନୂଆଦିଲ୍ଲୀ : ୫୮ବର୍ଷୀୟ ଶାହରୁଖ ଖାନଙ୍କୁ ନେଇ ଆସିଲା ବଡ଼ ଖବର । ଗଣମାଧ୍ୟମ ରିପୋର୍ଟ୍ସ ଅନୁସାରେ କିଙ୍ଗ୍ ଖାନଙ୍କ ୨୯ଜୁଲାଇରେ ମୁମ୍ବାଇରେ ଆଖିର ସର୍ଜରୀ ହୋଇଥିଲା । ମାତ୍ର ରିପୋର୍ଟ ଅନୁସାରେ ସର୍ଜରୀ ଠିକରେ ହୋଇ ନ ଥିଲା ଯେଉଁ କାରଣରୁ ତାଙ୍କୁ ଆଗାମୀ ଚିକିତ୍ସା ଲାଗି ଆମେରିକା ଯିବାକୁ ପଡ଼ିଛି । ଜୁମ୍ ରିପୋର୍ଟ ଅନୁସାରେ କିଙ୍ଗ୍ ଖାନ୍ ଆମେରିକା ୩୦ଜୁଲାଇରେ ଯାଉଛନ୍ତି ।

ତାଙ୍କ ଆଖିରେ ମୋତିଆବିନ୍ଦୁର ଜଣାପଡ଼ିଛି । ଯେଉଁ କାରଣରୁ ଦୁଇ ଆଖିରେ ଅସୁବିଧା ହେଉଥିଲା । ଆନନ- ଫାନନରେ ଗୋଟିଏ ଆଖିର ଚିକିତ୍ସା ଭାରତରେ କରାଯାଇଥିଲା ତ ଅନ୍ୟ ଆଖିର ଚିକିତ୍ସା ୟୁଏସରେ କରାଇବା ଲାଗି ଯାଇଛନ୍ତି ।

ବଲିଉଡ଼ ହଙ୍ଗାମା ରିପୋର୍ଟରେ କୁହାଯାଇଛି କି, ଶାହରୁଖ ଖାନଙ୍କ ଦୁଇ ଆଖିରେ ମୋତିଆବିନ୍ଦୁ ହୋଇଯାଇଛି । ଯେଉଁ କାରଣରୁ ତାଙ୍କ ଆଖିର ସର୍ଜରୀ ହେବ । କିନ୍ତୁ ଏହାକୁ ନେଇ ଶାହରୁଖ ଖାନଙ୍କ ତରଫରୁ କିମ୍ବା ତାଙ୍କ ଟିମ୍ ତରଫରୁ କୌଣସି କନଫର୍ମ କରାଯାଇନାହିଁ । କିଛି ରିପୋର୍ଟରେ ଏହା ବି ଦାବି କରାଯାଉଛି କି ଅଭିନେତା ୧୨ଜୁଲାଇରେ ହୋଇଥିବା ଅନନ୍ତ ଏବଂ ରାଧିକାଙ୍କ ବିବାହ ପୂର୍ବରୁ ଏଚଏନ ରିଲାୟନ୍ସ ଫାଉଣ୍ଡେଶନ ହସ୍ପିଟାଲ ଏଣ୍ଡ ରିସର୍ଚ ସେଣ୍ଟରରେ ନିଜ ଆଖିର ଚିକିତ୍ସା କରାଇଥିଲେ ।

ଅନ୍ୟ କେତେକ ରିପୋର୍ଟ ଅନୁସାରେ ଶାହରୁଖ ଖାନ ଆଖିର ଚିକିତ୍ସା କରିବା ପରେ ସିଧା ଭାରତ ନୁହେଁ ବରଂ ସ୍ବିଜରଲ୍ୟାଣ୍ଡ ଯିବେ । ସ୍ବିଜରଲ୍ୟାଣ୍ଡ ଯିବା ତାରିଖ ୭ ଏବଂ ୮ଅଗଷ୍ଟ କୁହାଯାଉଛି। କିନ୍ତୁ ଏହା କନଫର୍ମ କରାଯାଇନାହିଁ ସେ ନିଜ କାମ ପାଇଁ ସେଠାକୁ ଯିବେ କିମ୍ବା କୌଣସି ପର୍ସନାଲ ରିଜନ ପାଇଁ ଯିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button