ଦେଶ

ପ୍ରାର୍ଥନା କଲାବେଳେ ୧୨ଜଣ ଛାତ୍ର ବେହୋସ

 ଉତ୍ତର ପ୍ରଦେଶର ଏଟା ଜିଲ୍ଲା ଅନ୍ତର୍ଗତ ଗୋଟେ ସ୍କୁଲରେ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଥିବାର ନଜରକୁ ଆସିଛି । ଜନପଦର ଏହି ସ୍କୁଲରେ ସକାଳୁ ପ୍ରାର୍ଥନା ସଭା ପରେ ୧୨ଜଣ ଛାତ୍ର ବେହୋଶ ହୋଇଯାଇଛନ୍ତି ।ଯାହାଫଳରେ ଏହି ଘଟଣାକୁ ନେଇ ସ୍କୁଲ ପରିସରରେ ଭୟ ଖେଳିଯାଇଥିଲା । ତେବେ ମିଳିଥିବା ସୂଚନା ଅନୁଯାୟୀ , ଏଟା ଜିଲ୍ଲା ମଲାବନ ଥାନା ଅଞ୍ଚଳର ହରିଚନ୍ଦନପୁରର ପିଏମ୍‌ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ଏହି ଘଟଣାଟି ଘଟିଛି ।

ବେହୋଶ ହୋଇଥିବା ଛାତ୍ରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ମଙ୍ଗଳବାର ସକାଳୁ ପ୍ରାର୍ଥନା ସଭା ପରେ ସ୍କୁଲରେ କଥିତରୂପେ ଖେଳକୁଦ ଏବଂ ବାୟାମ କରାଯାଏ । ଜବରଦସ୍ତି ପିଲାଙ୍କୁ କରିବାକୁ ବାଧ୍ୟ କରାଯାଏ । ଫଳରେ ଏଥିରେ ୧୨ ଜଣ ବେହୋଶ ହୋଇଯାଇଛନ୍ତି । ଏ ସମସ୍ତ ଛାତ୍ରଛାତ୍ରୀ ଷଷ୍ଠରୁ ନବମ ଶ୍ରେଣୀ ମଧ୍ୟରେ ପାଠପଢ଼ନ୍ତି । ତେବେ ଏହି ଘଟଣାକୁ ନେଇ ଜିଲାପାଳ କହିଛନ୍ତି ଯେ, ପ୍ରବଳ ଗରମ କାରଣରୁ ଏପରି ହୋଇଛି । ଏଥିସହିତ ଉକ୍ତ ସ୍କୁଲକୁ ଏକ ମେଡିକାଲ୍‌ ଟିମ୍‌ ପଠାଯାଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button