ଖେଳ

ପ୍ୟାରିସ ଅଲିମ୍ପିକ୍ସ; ନୀରଜ ଚୋପ୍ରା ଜିତିଲେ ରୌପ୍ୟ ପଦକ, ପାକିସ୍ତାନର ନଦିମଙ୍କୁ ସ୍ବର୍ଣ୍ଣ

ପ୍ୟାରିସ ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ପଦକ। ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ରୌପ୍ୟ ଜିତିଲେ ନୀରଜ ଚୋପ୍ରା । ୮୯.୪୫ ମିଟର ଜାଭେଲିନ୍ ଫିଙ୍ଗି ରୌପ୍ୟ ଜିତିଲେ ନୀରଜ । ଅନ୍ୟପଟେ ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ପାକିସ୍ତାନର ଏ. ନଦିମ ସ୍ବର୍ଣ୍ଣ ଜିତିଛନ୍ତି । ନାଦିମ ୯୨.୯୭ ମିଟର ଜାଭେଲିନ୍ ଫିଙ୍ଗି ଅଲିମ୍ପିକ୍ସରେ ଏକ ନୂତନ ରେକର୍ଡ ସୃଷ୍ଟି କରିଛନ୍ତି । ତେବେ ୨୦୨୪ ଅଲିମ୍ପିକ୍ସରେ ଏହା ହେଉଛି ଭାରତର ପଞ୍ଚମ ପଦକ। ଏହା ପୂର୍ବରୁ ଭାରତ ୪ଟି ବ୍ରୋଞ୍ଜ ପଦକ ଜିତିଛି। ସୁଟିଂରେ ୩ଟି ଏବଂ ହକିରେ ବ୍ରୋଞ୍ଜ ପଦକ ହାତେଇଛି ଭାରତ।

ପ୍ୟାରିସ ଅଲିମ୍ପିକ୍ସରେ ଭାରତ ପାଇଁ ପ୍ରଥମ ରୌପ୍ୟ ଜିତିଲେ ନୀରଜ ଚୋପ୍ରା। ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ନୀରଜଙ୍କୁ ମିଳିଛି ରୌପ୍ୟ ପଦକ। ଜାତୀୟ ଥ୍ରୋରେ ୮୯.୪୫ ମିଟର ଫୋପାଡି ଜିତିଛନ୍ତି ସିଲଭର ମେଡାଲ। ଏବେକାର ମେଡାଲକୁ ମିଶାଇ ଚତୁର୍ଥ ଭାରତୀୟ ଭାବେ ବ୍ୟକ୍ତିଗତ ଦୁଇଟି ଅଲିମ୍ପିକ୍ ମେଡାଲ ଜିତିବାରେ ରେକର୍ଡ କରିଛନ୍ତି ନୀରଜ। ଏହାପୂର୍ବରୁ ଟୋକିଓ ଅଲିମ୍ପିକ୍ସରେ ସେ ସ୍ୱର୍ଣ୍ଣପଦକ ଜିତିଥିଲେ ।

ଗୁରୁବାର ତୀବ୍ର ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ଜାଭଲିନ୍ ଇଭେଣ୍ଟରେ ନୀରଜ ତାଙ୍କ ପ୍ରଥମ‌ ପ୍ରୟାସରେ ଫାଉଲ୍ ମାରି ନିରାଶାରୁ ଅଭିଯାନ ଆରମ୍ଭ କରିଥିଲେ। ଦ୍ବିତୀୟ ପ୍ରୟାସରେ କିନ୍ତୁ ୮୯.୪୫ ମିଟରକୁ ଜାଭଲିନ୍ ଫିଙ୍ଗି ଦ୍ବିତୀୟ ସ୍ଥାନକୁ ଲମ୍ଫ ମାରିଥିଲେ। କାରଣ ଏହା ପୂର୍ବରୁ ତାଙ୍କ ପାକିସ୍ତାନ ପ୍ରତିଦ୍ବନ୍ଦ୍ବୀ ଅର୍ଶଦ ନଦୀମ୍ ତାଙ୍କ ଦ୍ବିତୀୟ ‌‌ଥ୍ରୋରେ ୯୨.୯୭ ମିଟର୍ ଫିଙ୍ଗି ଶୀର୍ଷକୁ କୁଦା ମାରିସାରିଥିଲେ। ନୀରଜଙ୍କ ଭଳି ନଦୀମ୍ ମଧ୍ୟ ପ୍ରଥମ ପ୍ରୟାସରେ ଫାଉଲ୍ ମାରି ନିରାଶାରୁ ଅଭିଯାନ ଆରମ୍ଭ କରିଥିଲେ। କିନ୍ତୁ ଅର୍ଶଦଙ୍କ ସ୍ବପ୍ନର ଥ୍ରୋ (୯୨.୯୭) ତାଙ୍କୁ ଏକାଥରକେ ଅଲିମ୍ପିକ୍ସ ରେକର୍ଡର ଅଧିକାରୀ କରାଇଥିଲା। ପୂର୍ବରୁ ଅଲିମ୍ପିକ୍ସ ରେକର୍ଡ ଡେନମାର୍କର ଆଣ୍ଡିଆସ୍‌ ଥୋର୍କିଲସେନ୍‌ (୯୦.୫୭ ମିଟର୍)ଙ୍କ ନାମରେ ଥିଲା। ଏହା ପରେ ନୀରଜ ତାଙ୍କ ତୃତୀୟ, ଚତୁର୍ଥ, ପଞ୍ଚମ, ଷଷ୍ଠ ଥ୍ରୋକୁ ମଧ୍ୟ ଫାଉଲ୍‌ରେ ଶେଷ କରିଥିଲେ। କିନ୍ତୁ ନୀରଜଙ୍କ ସିଜନ୍‌ର ଶ୍ରେଷ୍ଠ (୮୯.୪୫ ମିଟର) ପ୍ରଦର୍ଶନ କରି ଦ୍ବିତୀୟ ସ୍ଥାନକୁ କାଏମ ରଖିବାରୁ ସେ ଶେଷ ପର୍ଯ୍ୟନ୍ତ ସୁରକ୍ଷିତ ରହିଥିଲେ। ଏସୀୟ କ୍ରୀଡ଼ା ଭଳି ନୀରଜ ଓ ଅର୍ଶଦଙ୍କ ମଧ୍ୟରେ ଭାରତ-ପାକିସ୍ତାନ ଲଢ଼େଇ ଶେଷ ପର୍ଯ୍ୟନ୍ତ ରୋମାଞ୍ଚ ବଢ଼ାଇଥିଲା। ନଦୀମ ତାଙ୍କ ତୃତୀୟ (୮୮.୭୨) ଓ ଚତୁର୍ଥ (୭୯.୪୦) ‌‌ଥ୍ରୋରେ କ୍ରମେ ତଳକୁ ଖସିଥିଲେ। କିନ୍ତୁ ଶେଷଟିରେ ୯୧.୭୯ ମିଟର୍ ଫିଙ୍ଗି ପ୍ରଧାନ୍ୟ ବିସ୍ତାର କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button