ରାଜ୍ୟ

ଯୁବକଙ୍କୁ ଧକ୍କା ଦେଲା ପୁଲିସ କନେଷ୍ଟବଳଙ୍କ କାର୍‌; ଘୋଷାଡ଼ି ନେଲା ୧୦୦ ମିଟର

ଯୁବକଙ୍କୁ ଧକ୍କା ଦେଇ ୧୦୦ ମିଟର ଘୋଷାଡ଼ି ନେଲା ପୁଲିସ କନେଷ୍ଟବଳଙ୍କ କାର୍। ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ ଘଟିଛି। ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ବଲଣ୍ଡା ନିକଟରେ ଏହି ଘଟଣା ଘଟିଛି। ମୃତ ଯୁବକ ଜଣଙ୍କ ହେଲେ ବଲଣ୍ଡା ଗାଁର ସିପୁନ ପାତ୍ର।

ଗତକାଲି ରାତିରେ ସିପୁନ ଓ ତାଙ୍କ ସହଯୋଗୀ ଶୌଚ ହେବା ପାଇଁ ଗାଁ ନିକଟ ରାସ୍ତାକଡ଼କୁ ଆସିଥିଲେ।

ସିପୁନ ରାସ୍ତାକଡ଼ରେ ଠିଆ ହୋଇଥିବା ବେଳେ ତାଙ୍କ ଶୌଚ ପାଇଁ ରାସ୍ତା ତଳକୁ ଯାଇଥିଲେ। ଏହି ସମୟରେ ପୁଲିସ କନେଷ୍ଟବଳ କାର୍ ଦ୍ରୁତ ଗତିରେ ଆସି ସିପୁନଙ୍କୁ ଧକ୍କା ଦେଇଥିଲା। ପରେ ସିପୁନଙ୍କୁ ୧୦୦ ମିଟର ଘୋଷାଡ଼ି ନେଇଥିଲା କାର୍। ପରେ ସିପୁନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ପୁଲିସ କନେଷ୍ଟବଳ। ସେଠାରେ ଡାକ୍ତର ଯୁବକଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ଡାକ୍ତରଖାନାରୁ ଚମ୍ପଟ ମାରିଥିଲେ ପୁଲିସ କନେଷ୍ଟବଳ।

ପରିବାର ଲୋକେ ଏନେଇ କନେଷ୍ଟବଳଙ୍କ ନାଁରେ ବାରକୋଟ ଥାନାରେ ଅଭିଯୋଗ କରିଛନ୍ତି। ପରିବାରକୁ କ୍ଷତିପୂରଣ ଦେବା ସହ କନେଷ୍ଟବଳଙ୍କୁ ଗିରଫ କରାଯାଉ ବୋଲି ପରିବାର ଲୋକେ ଦାବି କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି। କନେଷ୍ଟବଳ ନିଜେ କାର୍ ଚଳାଉଥିବା ଜଣାଯାଇଛି। ପୁଲିସ କାରକୁ ଜବତ କରି ଘଟଣାର ତଦନ୍ତ କରୁଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button