ଦେଶ

ଚୀନରେ ଭୂମିକମ୍ପ: ଭାଙ୍ଗିଲା ଘରଦ୍ୱାର, ୧୦ ଆହତ – Ibnodisha

[ad_1]

ଚୀନ : ଚୀନର ପୂର୍ବ ପ୍ରାନ୍ତରେ ୫.୫ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ଭୂମିକମ୍ପ ହୋଇ ଅନେକ ଘରଦ୍ବାରା ଭାଙ୍ଗିଯିବା ସହିତ ୧୦ଜଣ ଲୋକ ଆହତ ହୋଇଛନ୍ତି । ରବିବାର ରାତି ୩ଟା ସମୟରେ ହୋଇଛି ଭୂମିକମ୍ପ । ତେବେ ଭୂମିକମ୍ପରେ କାହାର ମୃତ୍ୟୁ ହୋଇନାହିଁ ।

ରିପୋର୍ଟ ଅନୁଯାୟୀ, ଭୂକମ୍ପ ଯୋଗୁଁ ଅନେକ ବଡ ବିଲିଡିଂ ନଷ୍ଟ ହୋଇଯାଇଛି । ଏହି ଭୂକମ୍ପ କେନ୍ଦ୍ର ଡିଜୋ ସହରର ୨୬ କିଲୋମିଟର ଦକ୍ଷିଣରେ ୧୦ କିଲୋମିଟର ଗଭୀରରେ ଥିଲା। ଶନିବାର ଦିନ ଆଫଗାନିସ୍ତାନରେ ୫.୮ ରିକ୍ଟର ସ୍କେଲର ତୀବ୍ରତାର ଭୂକମ୍ପ ମଧ୍ୟ ଅନୁଭୂତ ହୋଇଥିଲା। ଆଫଗାନିସ୍ତାନରେ ହୋଇଥିବା ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇନାହିଁ।

ଶନିବାର ଦିନ ଜମ୍ମୁ କଶ୍ମୀରର ଭାରତର ୟୁନିଅନ୍ ଟେରିଟୋରୀରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ୪.୭ ଥିଲା ।

ସୂଚନାଯୋଗ୍ୟ, ଫେବୃଆରୀ ୬ ତାରିଖରେ ୭.୮ ତୀବ୍ରତାର ଭୂମିକମ୍ପ ଆସିଥିଲା । ଏହା ପରେ ୧୨ ଘଣ୍ଟା ମଧ୍ୟରେ ୩ଥର ପାଇଁ ୨ ଦିନ ମଧ୍ୟରେ ୫ ଥର ଭୂମିକମ୍ପ ହୋଇଥିଲା । ତୁର୍କୀ ଓ ସିରିଆରେ ଭୂମିକମ୍ପ ଜନିତ ମୃତ୍ୟୁସଂଖ୍ୟା ୫୦ ହଜାର ଟପିଥିଲା । ପାଖାପାଖି ୩୦୦ ବିଲିଡିଂ ଧ୍ୱଂସ ହୋଇଥିଲା ।  ପ୍ରଳୟଙ୍କରୀ ଭୂମିକମ୍ପ ପରେ ରୋଗରେ ପୀଡିତ ହୋଇଛନ୍ତି ୨.୬ କୋଟି । ପୂର୍ବରୁ ୧୯୯୯ରେ ତୁର୍କୀରେ ଭୟଙ୍କର ଭୂକମ୍ପ ହୋଇଥିଲା । ଏଥିରେ ୧୭ହଜାର ଲୋକଙ୍କର ମୃତ୍ୟୁ ହୋଇଥିଲା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button