IBN ଓଡ଼ିଶା ବ୍ୟୁରୋ

ଘରେ ଶମୀ ବୃକ୍ଷ ଲଗାଇଥିଲେ, ଏହି କଥା ଉପରେ ଧ୍ୟାନ ରଖନ୍ତୁ, ନଚେତ ଘରକୁ ଆସିବ ମହାବିପତ୍ତି !

ବନ୍ଧୁଗଣ ହିନ୍ଦୁ ଧର୍ମାନୁସାରେ ଘରେ ବୃକ୍ଷ ଲଗାଇବାର ମଧ୍ୟ ବିଭିନ୍ନ ମହତ୍ବ ରହିଛି । ଘରେ ପବିତ୍ର ବୃକ୍ଷ ଲଗାଇଲେ ଘରେ ସୁଖ ଶାନ୍ତି ସଦା ବଜାୟ ମାନ ରହିଥାଏ । ସମସ୍ତ ଦେବା ଦେବୀଙ୍କର ମଧ୍ୟ ଅପାର କୃପା ପ୍ରାପ୍ତ ହୋଇଥାଏ । ସମି ବୃକ୍ଷ ସେହିପରି ଏକ ପବିତ୍ର ବୃକ୍ଷ । ଯାହାକୁ ଘରେ ଲଗାଇବା ଦ୍ଵାରା ଘରେ ସୁଖ ଶାନ୍ତି ସହ ଘର ପାଇଁ ଧନର ମାର୍ଗ ମଧ୍ୟ ଖୋଲି ଯାଇଥାଏ । ତାହା ଛଡା ଶନିଦେବଙ୍କର ମଧ୍ୟ ଆଶୀର୍ବାଦ ମଧ୍ୟ ପ୍ରାପ୍ତ ହୋଇଥାଏ ।

ଶନି ଦେବଙ୍କୁ ନ୍ୟାୟ ର ଦେବତା ଓ କର୍ମର ଫଳଦାତା ବୋଲି କୁହଯାଇଥାଏ । ସମି ଗଛ ଘରେ ଲଗାଇଲେ ଶନି ଦେବ ଖୁସି ହେବା ସହ ଯଦି ଆପଣ କିଛି ଭୁଲ କରନ୍ତି ତେବେ ଆପଣଙ୍କୁ ଶନିଦେବଙ୍କର କ୍ରୋଧର ସାମ୍ନା ମଧ୍ୟ କରିବାକୁ ପଡିଥାଏ । ଯାହା ଫଳରେ ଆପଣଙ୍କୁ ଦରିଦ୍ରତା ର ଦୁଃଖ ଭୋଗ କରିବାକୁ ପଡିଥାଏ ।

ବାସ୍ତୁଶାସ୍ତ୍ର ହିସାବରେ ଯଦି ଆପଣଙ୍କ ଘରେ ସମି ଗଛ ଅଛି, ତେବେ ଆପଣ ନିୟମିତ ପ୍ରତିଦିନ ସମି ଗଛ ମୂଳରେ ସୋରିଷ ତେଲର ଦୀପ ନିଶ୍ଚିତ ଜାଳନ୍ତୁ,  ଯଦି ଆପଙ୍କ ଘରେ ସମି ଗଛ ଥାଏ, ତେବେ ଆପଣଙ୍କ ଘରେ କୌଣସି ପ୍ରକାରର ନକରାତ୍ମକ ଶକ୍ତି ପ୍ରବେଶ କରି ନଥାଏ । ସମି ଗଛ ର ବିଶେଷ ପୂଜା କଲେ ଶତ୍ରୁ ଭୟ ନାଶ ହୋଇଥାଏ । ବନ୍ଧୁଗଣ ଯଦି ଆପଣ ଘରେ ସମି ଗଛ ଉଚିତ ଦିଗ ରେ ଅଥବା କୌଣସି ଭଲ ସ୍ଥାନରେ ନ ଲଗାଇଥାନ୍ତି, ତେବେ ଘରେ ଦରିଦ୍ରତା ପ୍ରବେଶ କରିଥାଏ ।

ତାହା ଛଡା ଏହି ଗଛକୁ କଦାପି କୌଣସି ନାଳ କିମ୍ବା ଅପରିଷ୍କାର ସ୍ଥାନରେ ନ ଲଗାଇ ସଫା ସ୍ଥାନରେ ଗୋବର କିମ୍ବା କମ୍ପୋଷ୍ଟ ର ବ୍ୟବହାର ଦ୍ଵାରା ଲଗାନ୍ତୁ ତାହା ସହ ଏହାର ନିୟମିତ ଯତ୍ନ ମଧ୍ୟ ନିଅନ୍ତୁ । ନଚେତ ଆପଣଙ୍କୁ ଶନି ଦେବଙ୍କର କୁ- ଦ୍ରୁଷ୍ଟିର ଶିକାର ହେଇ ପାରିବେ ।

ସମି ଗଛ ଆପଣ ଆପଣଙ୍କର ବଗିଚାରେ ଲଗାଇ ପାରିବେ କିମ୍ବା ଛାତ ରେ ମଧ୍ୟ ଲଗାଇ ପାରିବେ । ବନ୍ଧୁଗଣ ଏହି ବୃକ୍ଷ କୁ ଆପଣ ଏହିପରି ସ୍ଥାନ ରେ ଲଗାନ୍ତୁ ଯେପରି ଆପଣ ଘରୁ ବାହାରିବା ସମୟରେ ଆପଣଙ୍କ ଦକ୍ଷିଣ ପାର୍ଶ୍ଵରେ ରହିବ ଏବ॰ ଆପଣଙ୍କ ଦ୍ରୁଷ୍ଟି ରେ ମଧ୍ୟ ପଡୁଥିବ ।

Related Articles

Leave a Reply

Your email address will not be published. Required fields are marked *

Back to top button