ମହିଳା ମାନଙ୍କୁ ପିରିୟଡ୍ସ ସମୟରେ ଏହି କାମ କରିବା ଉଚିତ ନୁହେଁ । ଝିଅ ମାନେ ଏହି କଥା ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ
ବନ୍ଧୁଗଣ ଝିଅ ମାନଙ୍କର ମାସକୁ ମାସ ହେଉଥିବା ମାସିକ ଧର୍ମ ଏହା ପ୍ରତ୍ଯେକଟି ଝିଅଙ୍କ ଠାରେ ହେବା ଏକ ସାଧାରଣ କଥା ଅଟେ । କାରଣ ଏହା ପ୍ରତ୍ଯେକଟି ଝିଅଙ୍କ ଶରୀରରେ ହେଉଥିବା ଏକ ସାଧାରଣ ପ୍ରକ୍ରିୟା ହୋଇଥାଏ । ମାସକୁ ମାସ ଯଦି ଋତୁସ୍ରାବ ବା ପିରିଅଡ୍ ନିୟମିତ ଭାବରେ ହେଉଥାଏ । ତେବେ ମହିଳାର ଆଗାମୀ ସମୟରେ ଗର୍ଭଧାରଣ କରିବାରେ କିଛି ମଧ୍ୟ ଅସୁବିଧା ହୋଇନଥାଏ ବୋଲି କୁହାଯାଇଥାଏ । ମହିଳା ମାନଙ୍କର ମାସିକ ଧର୍ମ ଚାଲୁଥିବା ସମୟରେ ସେମାନଙ୍କୁ କେଉଁ ସବୁ କଥା ଉପରେ ଅଧିକ ଧ୍ୟାନ ଦେବାକୁ ହେବ । ତାହା ଚାଲନ୍ତୁ ଜାଣିବା ।
ଦିତୀୟରେ ମାସିକ ଧର୍ମ ଚାଲୁଥିବା ସମୟରେ ମହିଳା ମାନଙ୍କର ପେଟ ଯନ୍ତ୍ରଣା ଅତି ସାଧାରଣ କଥା ହୋଇଥାଏ । ସେହି ସମୟରେ ଅଧିକ ଗରମ ପାଣି, ଚାହା କିମ୍ବା କଫି ସେବନ କରିବା ଅନୁଚିତ । ଏହାର ସେବନ ଅଧିକ କରିବା ଦ୍ଵାରା ପେଟ ଯନ୍ତ୍ରଣା ଅଧିକ ବଢିଯାଇଥାଏ ।
ତୃତୀୟରେ ଯେଉଁ ମହିଳା ମାନେ ଆଲ୍କୋହଳ ସେବନ କରିଥାନ୍ତି । ସେମାନେ ଏହି ପିରିଅଡ୍ ସମୟରେ ଯଦି ଆଲୋକହଲର ସେବନ କରୁଥାନ୍ତି । ତେବେ ତାଙ୍କ ଶରୀରରେ ମାଗ୍ନେସିଅମର ମାତ୍ରା ଅଧିକ ବଢିଯାଇଥାଏ । ଯାହା ତାଙ୍କ ପାଇଁ ଅଧିକ ଯନ୍ତ୍ରଣା ଦାୟକ ହୋଇଥାଏ ।
ଚତୁର୍ଥରେ ମାସିକ ଧର୍ମ ଚାଲୁଥିବା ସମୟରେ ଅତ୍ୟଧିକ ଚିନିର ତଥା ମିଠା ଜାତୀୟ କୌଣସି ଖାଦ୍ୟ ସେବନ କରିବା ଉଚିତ ନୁହେଁ । ଏହା ପେଟ ଯନ୍ତ୍ରଣାକୁ ବଢାଇଥାଏ ।
ପଞ୍ଚମରେ ପିରିଅଡ ହୋଇଥିବା ସମୟରେ ଖାଦ୍ୟରେ ଅତ୍ୟଧିକ ଲୁଣର ମଧ୍ୟ ବ୍ୟବହାର କରନ୍ତୁ ନାହିଁ । ଏହା ଦ୍ଵାରା ପେଟ ଅଧିକ ଫୁଲିକି ରହିବା ସହିତ ପେଟରେ ଅଶ୍ବସ୍ତି ଲାଗିଥାଏ ।
ଷଷ୍ଠରେ ଯେଉଁ ମହିଳା ମାନେ ମାସିକ ଧର୍ମ ଚାଲୁଥିବା ସମୟରେ ସିଗାରେଟର ସେବନ କରିଥାନ୍ତି । ତାଙ୍କ ଶରୀରରେ ଆଗାମୀ ସମୟରେ ବହୁତ ପ୍ରକାର ଅସୁବିଧାମାନ ଦେଖାଯାଇଥାଏ ।
ସପ୍ତମରେ ମାସିକ ଧର୍ମ ବା ପିରିଅଡ ସମୟରେ ପେଟକୁ ଖାଲି ରଖି ଉପବାସ କରିବା ଉଚିତ ନୁହେଁ । ନଚେତ ପେଟରେ ଅଧିକ ଯନ୍ତ୍ରଣା ବଢିବା ସହ ଶରୀରରେ ଅଧିକ ଦୁର୍ବଳତା ପ୍ରକାଶ ପାଇଥାଏ ।
ଅଷ୍ଟମରେ ଏହି ସମୟରେ ଅଗାଧୁଆ ରହିବା ବିଲକୁଲ ବି ଉଚିତ ନୁହେଁ । ନଚେତ ଇନଫେକସନ ହେବାର ସମ୍ଭାବନା ବଢି ଯାଇଥାଏ ।
ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର ନିହାତି ଭାବେ କର