IBN ଓଡ଼ିଶା ବ୍ୟୁରୋ

କେଉଁ ବାରରେ ଜନ୍ମ ହେଲେ କ’ଣ ସବୁ ଲକ୍ଷଣ ଥାଏ ?

କେଉଁ ବାରରେ ଜନ୍ମ ହେଲେ କଣ ସବୁ ଲକ୍ଷଣ ରହିଥାଏ ? ହଁ ବନ୍ଧୁଗଣ ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଜନ୍ମ ହୋଇଥିବା ପିଲା ଉପରେ ବହୁତ କିଛି କଥାର ପ୍ରଭାବ ସଙ୍ଗେ ସଙ୍ଗେ ପଡିଥାଏ । ଯେପରି ପିଲାଟି ଯେଉଁ ବାରରେ ଜନ୍ମ ହୋଇଥାଏ । ସେହି ବାରର ପ୍ରଭାବ ମଧ୍ୟ ସେହି ବାରରେ ଜନ୍ମିତ ପିଲାଙ୍କ ଉପରେ ପଡିଥାଏ । ତେବେ ଆଜି ଆମେ ରବିବାର ଠାରୁ ଆରମ୍ଭ କରି ସୋମବାର ପର୍ଯ୍ୟନ୍ତ ସପ୍ତାହର 7 ବାର ମଧ୍ୟରୁ କେଉଁ ବାରରେ ପିଲା ଜନ୍ମ ହୋଇଥିଲେ । ତାଙ୍କ ଠାରେ କେଉଁ ସବୁ ଲକ୍ଷଣ, ସ୍ଵଭାବ ଦେଖିବାକୁ ମିଳିଥାଏ ସେହି ସମ୍ପର୍କରେ ଜାଣିବା ରବିବାର;- ଏହି ବାରରେ ଜନ୍ମ ହୋଇଥିବା ପିଲାଙ୍କ ଉପରେ ସେହି ବାରର ସ୍ଵାମୀ ଗ୍ରହର ପ୍ରଭାବ ପଡିଥାଏ । ରବିବାରକୁ ଜନ୍ମ ହୋଇଥିବା ପିଲା ତେଜସ୍ବୀ, ବୁଦ୍ଧିମାନ ଓ ଚତୁର ହୋଇଥାନ୍ତି । ଏମାନେ ଧାର୍ମିକ ସ୍ଵଭାବର ହୋଇବା ସହ ଗୁରୁଜନ ମାନଙ୍କୁ ସମ୍ମାନ ମଧ୍ୟ କରିଥାନ୍ତି ।

ସୋମବାର;- ସୋମବାରକୁ ଜନ୍ମ ହୋଇଥିବା ପିଲା ନ୍ୟାୟ ପରାୟଣ ଓ ଶାନ୍ତ ସ୍ଵଭାବର ହୋଇଥାନ୍ତି । ଏମାନେ ନିଜ କର୍ମ ପ୍ରତି ବହୁତ ସଚ୍ଚୋଟ ହୋଇଥାନ୍ତି । ଏମାନଙ୍କ ସାମ୍ନାରେ ଯେଉଁ ବ୍ୟକ୍ତି ମିଛ କହିଥାଏ । ଏମାନେ ବହୁତ ସହଜରେ ସେମାନଙ୍କୁ ଧରି ପକାଇ ଦେଇଥାନ୍ତି ।

 

ମଙ୍ଗଳବାର;- ଏହି ବାରରେ ଜନ୍ମ ହୋଇଥିବା ଲୋକ ସାହସୀ, ଶତ୍ରୁ ବିରୋଦ୍ଧି ଓ ଚଞ୍ଚଳ ସ୍ଵଭାବର ହୋଇଥାନ୍ତି । ଏହି ବାରକୁ ଜନ୍ମ ହୋଇଥିବା ପିଲା ମାନଙ୍କର ପାଠ ବହୁତ ଭଲ ହୋଇଥାଏ । ଏମାନେ ପ୍ରତ୍ଯେକଟି କାର୍ଯ୍ୟ କରିବା ପୂର୍ବରୁ ବହୁତ ଅଧିକ ଭାବିଚିନ୍ତି କାର୍ଯ୍ୟ କରିଥାନ୍ତି ।

ବୁଧବାର;- ବୁଧବାରକୁ ଜନ୍ମିତ ପିଲା ନ୍ୟାୟବନ୍ତ, ଗୁଣୀ, ଚତୁର, ଇଶ୍ଵର ବିଶ୍ଵାଶି ହୋଇଥାନ୍ତି । ଏମାନେ ନିଜ ଜୀବନକୁ ବହୁତ ଏଞ୍ଜୟର ସହ ବଞ୍ଚିବାକୁ ଚାହିଁଥାନ୍ତି । ତେଣୁ ଅଯଥା ଚିନ୍ତା ଠାରୁ ନିଜକୁ ଦୂରେଇ ରଖିବାକୁ ଏମାନେ ବେଶ ପସନ୍ଦ କରିଥାନ୍ତି ।

ଗୁରୁବାର;- ଗୁରୁବାରକୁ ଜନ୍ମ ହୋଇଥିବା ଲୋକ ନିଜ ପରିବାରକୁ ବହୁତ ଅଧିକ ଭଲ ପାଇଥାନ୍ତି । ଏମାନେ ନିଜର କଠିନ ପରିଶ୍ରମ ଦ୍ଵାରା ନିଜ ଲକ୍ଷପଥରେ ବହୁତ ଶୀଘ୍ର ପହଞ୍ଚିବାରେ ଆଗୁଆ ହୋଇଥାନ୍ତି । ନିଜ ପରିଶ୍ରମ ବଳରେ ଏମାନେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥାନ୍ତି ।

ଶୁକ୍ରବାର;- ଏହି ବାରକୁ ଜନ୍ମ ହୋଇଥିବା ପିଲା ସାମାନ୍ୟ କ୍ରୋଧୀ ସ୍ଵଭାବର ହୋଇଥିଲେ ମଧ୍ୟ ଏମାନେ ବହୁତ ଶୀଘ୍ର ନିଜର ରାଗକୁ ଶାନ୍ତ ମଧ୍ୟ କରିଦେଇଥାନ୍ତି । ସମସ୍ତଙ୍କ ସହ ମିଳିମିଶି ଚଳିବାରେ ଏମାନଙ୍କୁ ବହୁତ ଭଲ ଲାଗିଥାଏ ।

ଶନିବାର;- ଏହି ବାରକୁ ଜନ୍ମିତ ପିଲା ରାଗି ହୋଇଥାନ୍ତି । ହେଲେ କାହା ପ୍ରତି କେବେବି ଅନ୍ୟାୟ କରିନଥାନ୍ତି । ବହୁତ ପରିଶ୍ରମୀ ହୋଇଥାନ୍ତି ।

ଆଶା କରୁଛୁ । ପୋଷ୍ଟଟି ଭଲ ଲାଗିଥିବ । ତେବେ ପେଜକୁ ଗୋଟେ ଲାଇକ୍ କରିବା ସହ ଆମ ସହ ଆଗକୁ ମଧ୍ୟ ଯୋଡି ହୋଇ ରହିଥାନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button