IBN ଓଡ଼ିଶା ବ୍ୟୁରୋ

ଭାତ ନା ରୁଟି କ’ଣ ଖାଇଲେ କମିବ ଓଜନ

ଓଡିଶାରେ ପ୍ରାୟ ସବୁ ଲୋକ ଭାତ ଖାଇବାକୁ ଅଧିକ ପସନ୍ଦ କରିଥାନ୍ତି । ତେବେ ଯେତେବେଳେ ଓଜନ କମାଇବା ବା ଡାଏଟ କଣ୍ଟ୍ରୋଲ କଥା ଆସେ । ସେତେବେଳେ ବହୁତ ଲୋକ ଚିନ୍ତାରେ ପଡିଯାଇଥାନ୍ତି । ତାପରେ ସେମାନେ ଡାଏଟ କରିବାକୁ ଯାଇ ଭାତକୁ ସଂପୂର୍ଣ୍ଣ ଛାଡି ରୁଟି ଖାଇବା ଆରମ୍ଭ କରିଦେଇଥାନ୍ତି । ତେବେ ଭାତ ଛାଡି ସବୁବେଳେ ରୁଟି ଖାଇବା ଧାରଣା କେତେ ଠିକ କି ଭୁଲ୍ ଏହି ସମ୍ପର୍କରେ ଡାଏଟିସିଆନ ନିହାରିକା ଦାସଙ୍କ ମୁହଁରୁ ଜାଣିବା ।

 

ତେବେ ନିହାରିକାଙ୍କ କହିବା ଅନୁଯାଇ ବହୁତ ଲୋକ ନିଜ ଓଜନ କମାଇବା ଚକରରେ ଲଞ୍ଚରେ ବିଲକୁଲ ବି ଭାତ ଖାଇନଥାନ୍ତି । ହେଲେ ଭାତରୁ ଆମକୁ ଶ୍ଵେତସାର ମିଳିଥାଏ । ଯେଉଁ ଶ୍ଵେତସାର ଆମକୁ ସବୁ ପ୍ରକାର କାର୍ଯ୍ୟ କରିବାକୁ ଶକ୍ତି ଯୋଗାଇଥାଏ । ତେଣୁ ଆମ ଖାଦ୍ୟରେ ଯାହା ହେଲେ ବି ଶ୍ଵେତସାରର ପରିମାଣ ରହିବା ନିହାତି ଭାବେ ଦରକାର ପଡିଥାଏ । ଯେଉଁ ଲୋକ ପତଳା ହେବାକୁ ଯାଇ ସଂପୂର୍ଣ୍ଣ ଭାବେ ଶ୍ଵେତସାର ନେବା ପାଇଁ ବନ୍ଦ କରିଦେଇଥାନ୍ତି ।

ଅର୍ଥାତ ଭାତ ଖାଇବା ସଂପୂର୍ଣ୍ଣ ଭାବେ ଛାଡେ ଦେଇଥାନ୍ତି । ତେବେ ଏଥିପାଇଁ ତାଙ୍କୁ ସମସ୍ଯାର ସାମ୍ନା କରିବାକୁ ପଡିଥାଏ । ତେଣୁ ଖାଦ୍ୟରେ ଯାହା ହେଲେ ବି ଅଳ୍ପ ପରିମାଣର ହେଉ ପଛେ ଶ୍ଵେତସାର ଜାତୀୟ ଜାତୀୟ ଖାଦ୍ୟ ଖାଇବା ଉଚିତ । ବହୁତ ଲୋକଙ୍କ ମନରେ ଏଭଳି କିଛି ଭୁଲ୍ ଧାରଣା ରହିଥାଏ । ଯେ ଆମେ ଯଦି ଭାତ ଖାଇବୁ । ତେବେ ଆମକୁ ଅଧିକ ଭେଭି ଅନୁଭବ ହେବ । ଆମେ ଅଧିକ ମୋଟା ହୋଇଯିବୁ ।

ଯଦି ଆମେ ରୁଟି ଖାଇବୁ । ତେବେ ଆମକୁ ହାଲୁକା ଫିଲ୍ ହେବ । ଆମେ ବହୁତ ଶୀଘ୍ର ପତଳା ମଧ୍ୟ ହୋଇପାରିବୁ । ହେଲେ ଭାତ ଓ ରୁଟି ଆମକୁ ଉଭୟ ଖାଇବା ପାଇଁ ପଡିବ । ହେଲେ କେତେବେଳେ କ’ଣ ଓ କିଭଳି ଭାବେ ଖାଇବା ଦ୍ଵାରା ଶରୀର ପାଇଁ ଠିକ ରହିଥାଏ ସେ ବିଷୟରେ ପ୍ରଥମେ ଆମକୁ ଜାଣି ରଖିବା ଆବଶ୍ୟକ ହୋଇଥାଏ ।

ତେଣୁ ଯେଉଁ ଲୋକମାନେ ନିଜର ଡାଏଟକୁ ବାଲାନ୍ସ ରଖିବାକୁ ଚାହୁଁଛନ୍ତି । ତେଣୁ ସେମାନେ ଭାତକୁ ସଂପୂର୍ଣ୍ଣ ଛାଡିଦେବା ଉଚିତ ନୁହେଁ। ଯେଉଁ ଦିନ ନନ୍ ଭେଜ ଆଇଟମ ଖାଇବାର ଥିବ । ସେଦିନ ଆପଣ ଭାତ ଖାଇପାରିବେ । ତା’ ଛଡା ବାକି ଅଲଗା ଦିନ ମାନଙ୍କରେ ଆପଣ ରୁଟି ଖାଇପାରିବେ ।

 

ଯାହା ଦ୍ଵାରା ଆପଣଙ୍କର ଡାଏଟ ବାଲାନ୍ସ ହୋଇ ରହିପାରିବ

Related Articles

Leave a Reply

Your email address will not be published. Required fields are marked *

Back to top button