IBN ଓଡ଼ିଶା ବ୍ୟୁରୋ

କେତେ କୋଟିର ମାଲିକ ନୀରଜ-ନଦୀମ? କାହା ପାଖରେ ରହିଛି ଅଧିକ ଧନ?

ନୂଆଦିଲ୍ଲୀ: ଯେତେବେଳେ ପାକିସ୍ତାନ ଏବଂ ଭାରତର ଖେଳାଳିମାନେ କ୍ରୀଡ଼ାରେ ପରସ୍ପର ସହ ପ୍ରତିଦ୍ୱନ୍ଦ୍ୱିତା କରନ୍ତି, ପ୍ରଶଂସକଙ୍କ ଖେଳ ଦେଖିବା ପାଇଁ ଥିବା ଉତ୍ସାହ ଦ୍ବିଗୁଣ ହୋଇଯାଏ। ବର୍ତ୍ତମାନ ପ୍ୟାରିସ୍ ଅଲିମ୍ପିକ୍ସରେ ଜାଭେଲିନ୍ ଥ୍ରୋରେ ଭାରତ ଏବଂ ପାକିସ୍ତାନର ଆଥଲେଟମାନେ ପରସ୍ପର ସହ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।

ଦୀର୍ଘ ବର୍ଷ ଧରି ଭାରତର ନୀରଜ ଚୋପ୍ରା ଏବଂ ପାକିସ୍ତାନର ଅର୍ଶଦ ନଦୀମ ପରସ୍ପର ସହ ପ୍ରତିଯୋଗିତା କରିଆସୁଥିବା ବେଳେ ଚଳିତ ବର୍ଷ ପ୍ୟାରିସ୍ ଅଲିମ୍ପିକ୍ସରେ ପାକିସ୍ତାନର ଅର୍ଶଦ, ନୀରଜଙ୍କୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିବାରେ ସଫଳ ହୋଇଛନ୍ତି। ଅନ୍ୟପକ୍ଷରେ ନୀରଜଙ୍କୁ ରୌପ୍ୟ ପଦକ ମିଳିଛି। ପ୍ରଥମ ଥର ପାଇଁ ଜାଭେଲିନ୍ ଥ୍ରୋରେ ଭାରତର ନୀରଜଙ୍କୁ ପରାସ୍ତ କରିବାରେ ଅର୍ଶଦ ସଫଳ ହୋଇଛନ୍ତି।

ଏବେ ଦୁହିଁଙ୍କ ପ୍ରଦର୍ଶନକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଦୁହେଁ କେତେ କୋଟିର ମାଲିକ, ତାହା ସାମ୍ନାକୁ ଆସିଛି। ଜିକ୍ୟୁ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ, ନୀରଜଙ୍କ ମୋଟ ସମ୍ପତ୍ତି ମୂଲ୍ୟ ୪.୫ ମିଲିୟନ୍ ଡଲାର (ପ୍ରାୟ ୩୭କୋଟି ଟଙ୍କା) ଅଟେ। ସେ ଓମେଗା, ଅଣ୍ଡର ଆର୍ମର୍ ଏବଂ ଅନ୍ୟାନ୍ୟ ବ୍ରାଣ୍ଡର ବ୍ରାଣ୍ଡ୍ ଆମ୍ବାସାଡର ଅଟନ୍ତି। ଆଗାମୀ ସମୟରେ ତାଙ୍କ ସମ୍ପତ୍ତି ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଅନ୍ୟପକ୍ଷରେ ଅଲିମ୍ପିକ୍ସ ପୂର୍ବରୁ ନଦୀମଙ୍କ ସମ୍ପତ୍ତି ଖୁବ କମ ଥିଲା। ତାଙ୍କର ମୋଟ ସମ୍ପତ୍ତି ମୂଲ୍ୟ ୧କୋଟିରୁ କମ ବୋଲି କୁହାଯାଉଥିଲା। ହେଲେ ଏବେ ସ୍ବର୍ଣ୍ଣ ପଦକ ଜିତିବା ପରେ ତାଙ୍କର ସମ୍ପତ୍ତି ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button