IBN ଓଡ଼ିଶା ବ୍ୟୁରୋ

ଜେରା ପାଇଁ ଘରୁ ବାହାରିଗଲେ ଅଲୁ ଅର୍ଜୁନ; ଘର ବାହାରେ କଡ଼ା ସୁରକ୍ଷା

ହାଇଦ୍ରାବାଦ୍‌: ତେଲୁଗୁ ଅଭିନେତା ଅଲୁ ଅର୍ଜୁନ ମଙ୍ଗଳବାର ଦିନ ପୁଲିସ୍‌ ଜେରାର ସାମ୍ନା କରିବାକୁ ହାଇଦ୍ରାବାଦସ୍ଥିତ ନିଜ ଘର ଛାଡି ପୁଲିସ୍‌ ଷ୍ଟେସନ୍‌ ଅଭିମୁଖେ ବାହାରି ଯାଇଛନ୍ତି। ରବିବାର ଘଟଣାର ପୁନରାବୃତ୍ତି ନହେବା ପାଇଁ ଅଲୁ ଅର୍ଜୁନ ଘରୁ ବାହାରକୁ ଯିବାବେଳେ ଘର ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ମଙ୍ଗଳବାର ଦିନ ପୁଲିସ ନିକଟରେ ହାଜର ହେବା ପାଇଁ ଅଭିନେତାଙ୍କୁ ନୋଟିସ ଜାରି କରାଯାଇଥିଲା। ତାଙ୍କୁ ସକାଳ ୧୧ଟାରେ ହାଜର ହେବାକୁ କୁହାଯାଇଥିଲା। ରବିବାର ତେଲେଙ୍ଗାନାର ହାଇଦ୍ରାବାଦରେ ସାଉଥ ସୁପରଷ୍ଟାର ତଥା ପୁଷ୍ପା-୨ର ମୁଖ୍ୟ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ଘର ଉପରକୁ କିଛି ଲୋକ ପଥରମାଡ କରିଥିଲେ।

ମିଳିଥିବା ସୂଚନା ମୁତାବକ ହାଇଦ୍ରାବାଦରେ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ଜୁବୁଲି ହିଲ୍ସ ଘର ଉପରକୁ କିଛି ଅଜ୍ଞାତ ବ୍ୟକ୍ତି ପଥର ଫିଙ୍ଗି ବିରୋଧ ପ୍ରଦର୍ଶନ କରିଥିଲେ। ଏହି ମାମଲାରେ ଜେଏସି ନେତାମାନେ ସାମିଲ ଥିବା ଅଭିଯୋଗ ହୋଇଛି ଏବଂ ପୁଲିସ ଜେଏସି ନେତାମାନଙ୍କୁ ଅଟକ ରଖିଛି।

ବିରୋଧ ପ୍ରଦର୍ଶନ ପରେ ସେଠାରେ ଉପସ୍ଥିତ ଥିବା କିଛି ଅଜ୍ଞାତ ବ୍ୟକ୍ତି ଅଭିନେତାଙ୍କ ଘର ଭିତରକୁ ଜୋରଜବରଦସ୍ତ ପଶି ଭଙ୍ଗାରୁଜା କରିବା ଆରମ୍ଭ କରିଥିଲେ। ଏହି ପ୍ରସଙ୍ଗରେ ହାଇଦ୍ରାବାଦ ପୁଲିସର ବିବୃତ୍ତି ସାମ୍ନାକୁ ଆସିଛି। ଜୁବୁଲି ହିଲ୍ସ ପୁଲିସ ଷ୍ଟେସନ ଅନୁଯାୟୀ, ଓସମାନିଆ ବିଶ୍ୱବିଦ୍ୟାଳୟ ସହ ଜଡିତ କମିଟିର ଜେଏସିର ୬ ଜଣ ସଦସ୍ୟ ଏହି ଆକ୍ରମଣ କରିଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button